ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ରଥର ଶୁଭ ଉଦଘାଟନ 

ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ରଥର ଶୁଭ ଉଦଘାଟନ 

ଭବାନୀପାଟଣା: // ଭାରତ ସରକାରଙ୍କ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏବଂ ଆନ୍ତର୍ଜାତିକ ମହିଳା ଦିବସ ୨୦୨୫ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସର ଠାରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ରଥର ଶୁଭ ଉଦଘାଟନ କରାଯାଇଥିଲା । ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ଜିଲ୍ଲା କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ଭବାନୀ ପଟ୍ଟନାୟକ, ସମାଜ କଲ୍ୟାଣ କାର୍ଯ୍ୟଳୟର ସୁରକ୍ଷା ଅଧିକାରିଣୀ ସୁଚରିତା ମହାପାତ୍ର ଓ ନମିତା ପଲ୍ ତଥା ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତ୍ତା, ଚାଇଲ୍ଡ ହେଲ୍ପଲାଇନ ର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏତଦ୍ ବ୍ୟତୀତ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ୍ ଗୁଡ଼ିକୁ ପରିଭ୍ରମଣ କରି ଚାଇଲ୍ଡ ହେଲ୍ପଲାଇନ ସେବା, ମହିଳା ସହାୟତା ସେବା, ଜରୁରୀକାଳୀନ ସହାୟତା ସେବା, ସୁଭଦ୍ରା ଯୋଜନା ହେଲ୍ପଲାଇନ ସେବା ପ୍ରଭୃତି ର ୨୪ ଘଣ୍ଟିଆ ସହାୟତା ସେବା ଫୋନ ନମ୍ବର ଗୁଡ଼ିକର କାର୍ଯ୍ୟକାରିତା ବିଷୟରେ ଲୋକଙ୍କ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ସହିତ ବିଭିନ୍ନ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତ୍ତା ଲୋକଙ୍କୁ ଜଣାଇବାର ପ୍ରୟାସ କରିବ । 

( ମ ନି ସ ) 

Related posts

ନନ୍ଦାହାଣ୍ଡି ବ୍ଲକ୍ ର ଡଙ୍ଗରଭେଜା ଓ ଦହଣା ଉଚ୍ଚବିଦ୍ୟାଳୟ ଅପଗ୍ରେଡ ହେଉଥିବାବେଳେ ତେନ୍ତୁଳିଖୁଣ୍ଟି ବ୍ଲକରେ ଗୋଟିଏ ବି ନାହିଁ 

ଡ୍ରାଇଭର ମହାସଙ୍ଘର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!