ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣାର ଲକ୍ଷ୍ମୀ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ କଲକାତା ରେ ଅଧ୍ୟୟନ ଯାତ୍ରା

ଭବାନୀପାଟଣାର ଲକ୍ଷ୍ମୀ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ କଲକାତା ରେ ଅଧ୍ୟୟନ ଯାତ୍ରା 

ଜୁନାଗଡ଼,୧୩/୩(ମନିସ)ଭବାନୀପାଟଣା ଲକ୍ଷ୍ମୀ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଏକ ଛାତ୍ରଦଳ ଆଧ୍ୟତ୍ମିକ ଓ ଶିକ୍ଷାପ୍ରଦ ଅଧ୍ୟୟନ ଯାତ୍ରାରେ ଅଂଶଗ୍ରହଣ କରି ଚାରି ଦିନିଆ କଲକାତା ଯାତ୍ରା କରିଛନ୍ତି।ଏହି ଯାତ୍ରା ର ଉଦ୍ଦେଶ୍ୟ ରାଜ୍ୟର ବାହାରେ ଉଚ୍ଚ ଶିକ୍ଷା,ସଂସ୍କୃତି ଏବଂ ଇତିହାସ ବିଷୟରେ ଅବଗତ ହେବା ଥିଲା।ଏହି ଯାତ୍ରା ସମୟରେ ଛାତ୍ରଛାତ୍ରୀ ମାନେ ପ୍ରଥମେ କାଳୀଘାଟ ଦର୍ଶନ କରି ଯାତ୍ରା ଆରମ୍ଭ କରିଥିଲେ ଏହା ପରେ ଆଲିପୋର ମ୍ୟୁଜିଅମ୍ ,ବିର୍ଲା ପ୍ଲାନେଟରିଅମ୍,ୱିକ୍ଟୋରିଆ ମେମୋରିଆଲ,ପ୍ରିନ୍ସପ ଘାଟ,ଶ୍ରୀ ଶ୍ୟାମ ମନ୍ଦିର,ବେଲୁର ମଠ ଏବଂ ହାଓଡ଼ା ବ୍ରିଜ୍ ପରିଦର୍ଶନ କରି ଇତିହାସ ଏବଂ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିଥିଲେ। ଏହା ସହିତ ଛାତ୍ରଛାତ୍ରୀ ମାନେ ସାଇନ୍ସ ସିଟି ଓ ଅଲିପୋର ପ୍ରାଣୀ ଉଦ୍ୟାନ ଦେଖି ଉଚ୍ଚ ଶିକ୍ଷା ଏବଂ ଅନୁସନ୍ଧାନର ଅବସର ବିଷୟରେ ଜାଣିଥିଲେ। ଅଧ୍ୟୟନ ଯାତ୍ରା ପରେ, ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ଏହି ଯାତ୍ରା ତାଙ୍କ ଜ୍ଞାନକୁ ବୃଦ୍ଧି କରିଛି ଏବଂ ନୂତନ ଅନୁଭବ ଲାଭ କରିଛନ୍ତି।କଲେଜ୍ ପକ୍ଷରୁ ଯାତ୍ରାର ବ୍ୟବସ୍ଥା କରିଥିବା ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ମାନେ କହିଛନ୍ତି ଯେ,ଏହି ପ୍ରକାର ଅଧ୍ୟୟନ ଯାତ୍ରା ଛାତ୍ରଛାତ୍ରୀମାନଙ୍କ ଜ୍ଞାନବୃଦ୍ଧି ଏବଂ ଅନୁଭବ ଗ୍ରହଣ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିବା ବେଳେ ଏହି ଯାତ୍ରା ଦ୍ୱାରା ଛାତ୍ରଛାତ୍ରୀମାନେ କଲକାତାର ସଂସ୍କୃତି,ଇତିହାସ ଏବଂ ଶିକ୍ଷା ଧାରା ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ପାଇଥିଲେ। 

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ତେରେସିଂହା କଲେଜର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

masiha

ଡ୍ରାଇଭର ସଂଘର ବାର୍ଷିକ ଉତ୍ସବ ଓ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ

masiha

ଆମ୍ ଆଦମୀ ପାର୍ଟି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!