ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା’ ଅମ୍ବିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ 

ମା’ ଅମ୍ବିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ 

  କଟକ : କଟକ ସଦର ବାରଦା ଉପକଣ୍ଠ ମା’ ଅମ୍ବିକେଶ୍ୱରୀଙ୍କ ପ୍ରାଙ୍ଗଣରେ ପଖାଳ ଦିବସ ଅବସରରେ ମା’ ଅମ୍ବିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ ଉପଦେଷ୍ଟା ନାରାୟଣ ଚନ୍ଦ୍ର ସିହ୍ନାଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ଶ୍ରୀକ୍ଷେତ୍ରରୁ ଜଗନ୍ନାଥ ମହାପ୍ରଭୁଙ୍କର ଅବତାରୁ ପ୍ରସ୍ତୁତ ଟଙ୍କ ତୋରାଣି ମଂଚର ସଦସ୍ୟ ମାନେ ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରିଥିଲେ । ଉକ୍ତ ସଭାରେ ଅରକ୍ଷିତ ଦଳାଇ,କ୍ଷେତ୍ରବାସୀ ପରିଡ଼ା,ଉମେଶ ଚନ୍ଦ୍ର ଦାସ,ଫକୀର ଦାସ,ଲୋକନାଥ ସାହୁ,ମାଧବ ସାହୁ,ଦିଲ୍ଲୀପ ଦତ୍ତ,ଅକ୍ଷୟ ଦାସ,ମାୟାଧର ପଟ୍ଟାୟତ,ଦିବାକର ଓଝା,ଗଙ୍ଗାଧର ବେହେରା,ସୁରେନ୍ଦ୍ର ସାହୁ,ପଞ୍ଚାନନ ଭୋଇ ଓ ବିଷ୍ଣୁ ଚରଣ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ । ଚୈତ୍ର ମାସରେ ପଖାଳ ଦିବସରେ ଟଙ୍କ ତୋରାଣି ବଣ୍ଟନକୁ ସମସ୍ତ ଜନ ସାଧାରଣ ସ୍ବାଗତ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ଥାନାରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପହଞ୍ଚି ସମସ୍ତଙ୍କୁ ରକ୍ଷା ବନ୍ଧନ ଅବସରରେ ରାକ୍ଷୀ ପିନ୍ଧାଇଲେ 

masiha

ନବ ନିର୍ବାଚିତ ମନ୍ତ୍ରୀ,ସାଂସଦ,ବିଧାୟକଙ୍କୁ ବ୍ରହ୍ମା କୁମାରୀ ପକ୍ଷରୁ ସମ୍ବର୍ଦ୍ଧନା 

masiha

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିଲା ଶବ

masiha

Leave a Comment

error: Content is protected !!