ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାତ୍ରପୁଟ ଏସଏସଡ଼ି ଉଚ୍ଚ ବିଦ୍ୟାଳୟ ବାର୍ଷିକୋତ୍ସବ

ପାତ୍ରପୁଟ ଏସଏସଡ଼ି ଉଚ୍ଚ ବିଦ୍ୟାଳୟ ବାର୍ଷିକୋତ୍ସବ

ତେନ୍ତୁଳିଖୁଣ୍ଟି- ୦୫/୦୨/୨୪ // ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପାତ୍ରପୁଟ ସରକାରୀ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ପରିଚାଳିତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ତେନ୍ତୁଳଳିଖୁଣ୍ଟି ବ୍ଲକ ଜୋନ ୧ ଜିଲ୍ଲା ପରିଷଦ ସଭ୍ୟା କ୍ରିଷ୍ଣା ମଞ୍ଜରୀ ବିଷୋୟୀ ଯୋଗ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ପାଳକା ରବୀନ୍ଦ୍ର ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧକ୍ଷ ରାଜେନ୍ଦ୍ର ବିଷୋୟୀ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିବେଦିତା ବିଶ୍ୱାଳ,ତେନ୍ତଳିଖୁଣ୍ଟି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମୋହନ ମଧୁ ସୁଦନ ବା୍ଘ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲକ୍ଷ୍ମଣ ମାଝୀ,ଉପଦେଷ୍ଟା ପିତାମ୍ବର ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ପହଂଚିବା ପରେ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମାନେ ପାରମ୍ପରିକ ନୃତ୍ୟ ଢ଼େମସା ର ତାଳେ ତାଳେ ଅତିଥି ମାନଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଥିଲା। ବିଦ୍ୟାଳୟ ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରଜ ବଲ୍ଲଭ ବ୍ରହ୍ମା ହାଇସ୍କୁଲ ର ବାର୍ଷିକ ବିବରଣୀ ପାଠ କରିଥିଲେ।ଏହାପରେ ଅତିଥି ମାନେ ନିଜନିଜ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ମନଦେଇ ପାଠ ପଢ଼ିଲେ ଦିନେ ଜଣେ ଭଲ ମଣିଷ ଓ ସୁ ନାଗରିକ ହୋଇ ବିଦ୍ୟାଳୟ ର ଟେକ ରଖିବା ଆଦି ବିଷୟ ରେ ଉପଦେଶ ଦେଇଥିଲେ। ସେହିପରି ମୁଖ୍ୟ ବକ୍ତା ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ବକ୍ତବ୍ୟ ରେ ଆଜିର ଶିଶୁ କାଲିର ଭବିଷ୍ୟତ ଉକ୍ତି ଆଧାର ରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ା ପ୍ରତି ଅଗ୍ରାଅଧିକାର ଦେଇ ସରକାର ଙ୍କ ପକ୍ଷ ରୁ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି ଏଣୁ ତୁମ ମାନେ ମନ ଦେଇ ପାଠ ପଢ଼ି ଭବିଷ୍ୟତ ରେ ଜଣେ ବଡ଼ ଲୋକ ହୋଇ ବାପା ମା ଙ୍କ ସମ୍ମାନ ବଢ଼ାଇବା ସହ ବିଦ୍ୟାଳୟ ଗାଁ ବ୍ଲକ ଜିଲ୍ଲା ତଥା ରାଜ୍ୟର ଟେକ ରଖିବ ବୋଲି ବିଭିନ୍ନ ହିତୋପଦେଶ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ତଥା ଗ୍ରାମର ଅଧିକାଂଶ ଜନ ସାଧାରଣ ଉପସ୍ଥିତ ରହିଥିବା ବେଳେ ମନୋରଞ୍ଜନ ପାଇଁ ପିଲାଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ଗୀତ ପରିବେଷଣ କରା ଯାଇଥିଲା। ବିଦ୍ୟାଳୟ ର ସମସ୍ତ ଶିକ୍ଷକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ଆମନ୍ତ୍ରିତ କଳାହାଣ୍ଡି ର ଶିକ୍ଷକ ସନ୍ତୋଷ କୁମାର ମେହେର ପାରମ୍ପରିକ ସୁନ୍ଦର ଶୈଳୀରେ ମଞ୍ଚ ପରିଚାଳନା କରିଥିଲେ। ଏତଦ ବ୍ୟତୀତ ତେନ୍ତୁଳିଖୁଣ୍ଟି ବ୍ଳକର ସେବାଶ୍ରମ ଓ SSD ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ,ଅଭିଭାବକ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।ସମସ୍ତ ଙ୍କୁ ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଥିବାରୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବ୍ରଜ ବଲ୍ଲଭ ବ୍ରହ୍ମା ଧନ୍ୟବାଦ ଦେଇଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁର ଲାମ୍ପରେ ଧାନମଣ୍ଡି ଉପଜିଲ୍ଲାପାଳଙ୍କ ଦ୍ବାରା ଶୁଭ ଉଦଘାଟିତ ଓ ଧାନକିଣା ଶୁଭାରମ୍ଭ 

masiha

ବାପାଙ୍କ ମୃତ୍ୟୁ ଓ ମାଆଙ୍କ ଅନ୍ୟତ୍ର ବିବାହ ପରେ ଅସହାୟ ଦୁଇ ନାବାଳକ ସନ୍ତାନ

masiha

ଟ୍ରେଲର-କାର ଧକ୍କା: ୧ଗୁରୁତର

masiha

Leave a Comment

error: Content is protected !!