ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିହାର ଦିବସ ପାଳିତ 

ବିହାର ଦିବସ ପାଳିତ 

ରାଉରକେଲା : ରାଉରକେଲା ବିଜେପି ସାଙ୍ଗଠନିକ ଜିଲ୍ଲା ଆନୁକୂଲ୍ୟରେ ଆଜି ରାଉରକେଲାର ବାସନ୍ତୀ କଲୋନୀ ସ୍ଥିତ ବିହାର ସାଂସ୍କୃତିକ ଭବନ ପରିସରରେ ବିହାର ଦିବସ -୨୦୨୫, ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧକ୍ଷତାରେ ଅନୁଷ୍ଟିତ ହୋଇଥିଲା । ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ସମସ୍ତ ବିହାରୀବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସେ ଅତୀତ ବିହାର ଏବଂ ଆଧୁନିକ ବିହାରର ଶାସନ ନୀତିଶ କୁମାର ଓ ବିଜେପି ଶାସନ ସମୟରେ ବିହାରର ବିବିଧ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଓ ବିକାଶ ଉପରେ ଆଲୋକ ପାତ କରିଥିଲେ । ବିହାର ରାଜନୈତିକ ଓ ଶାସନ କ୍ଷେତ୍ରରେ ସର୍ବଦା ଅଗ୍ରଣୀ ହୋଇ ପାରିଛି। ଏହି ବିହାରରୁ ଡ ରାଜେନ୍ଦ୍ର ପ୍ରସାଦ ପ୍ରଥମ ରାଷ୍ଟ୍ରପତି ହୋଇ ପାରିଥିଲେ । ସେ ବିହାରୀଙ୍କ ଉନ୍ନତି ପାଇଁ ବିହାର ସାଂସ୍କୃତିକ ପରିଷଦ ଭବନର ଆଧୁନୀକରଣ ଓ ଉନ୍ନତି ପାଇଁ ୩୦ ଲକ୍ଷ ସାଂସଦ ପାଣ୍ଠିରୁ ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ । ସେ ତାଙ୍କ ପାଠ ପଢା ଓ ଚାକିରୀ କ୍ଷେତ୍ରରେ କିଭଳି ବିହାରୀ ଭାଇଙ୍କ ସଂସ୍ପର୍ଶରେ ଆସିଥିଲେ ତାର ଉଲ୍ଲେଖ କରିଥିଲେ । ଦେଶର ବିଭିନ୍ନ ପ୍ରଦେଶରେ ହୋଇ ଥିବା ଭାଷା, ପାଣି ସମସ୍ୟା ପାଇଁ କିଭଳି ସଂଘର୍ଷ ହୋଇ ଥିଲା ତାହା ପ୍ରକାଶ କରିଥିଲେ । ଏଣୁ ସବୁ ପ୍ରଦେଶର ଦିବସକୁ ପାଳନ କରି ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ଦେଇଥିବା ସନ୍ଦେଶକୁ ସାକାର କରିବା ପାଇଁ ବିଜେପି ତରଫରୁ ଜାରି ରହିବ । ଆମେ ଏକାଠି ହୋଇ ଭାରତକୁ ଶ୍ରେଷ୍ଠ ଭାରତ ବନାଇବା ପାଇଁ ସମସ୍ତ କାର୍ଯ୍ୟକ୍ରମ କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସ୍ୱପ୍ନ ଭାରତକୁ ‘ଶ୍ରେଷ୍ଠ ଭାରତ’ ବନାଇବାରେ ସଫଳ କରିବା ବୋଲି ପ୍ରକାଶ କରିଥିଲେ । ବିହାରରୁ ବିଶେଷ ଅତିଥି ଭାବେ ଯୋଗ ଦେଇ ବିଜେପି ବିଧାୟିକା ସଂଗୀତା କୁମାରୀ ସର୍ବ ପ୍ରଥମେ ରାଉରକେଲା ବାସୀଙ୍କୁ ଧନ୍ୟବାଦ ଦେଇ କହିଲେ ଯେ ସେ ବିଧାୟିକା ହେବାରେ ରାଉରକେଲା ବାସୀଙ୍କ ଅବଦାନ ଅତୁଳନୀୟ । ବିହାର ଦିବସରେ ସେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଥିଲେ । ସେ ତାଙ୍କ ବକ୍ତବ୍ୟରେ ଜୁଏଲ ଓରାମଙ୍କ ଭୂୟସୀ ପ୍ରଶଂସା କରିବା ସହିତ ଶ୍ରୀ ଓରାମ ସୁନ୍ଦର ଗଡ ବାସୀଙ୍କ ହୃଦୟ ଜିଣି ପାରିଛନ୍ତି ବୋଲି ପ୍ରକାଶକରିଥିଲେ । ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ସ୍ଵପ୍ନ ସମୃଦ୍ଧ ଭାରତ ଓ ଶ୍ରେଷ୍ଠ ଭାରତ କୁ ସାକାର କରିବା ପାଇଁ ସମସ୍ତେ ମିଳି ମିଶି କାମ କରିବାକୁ ଆହ୍ଵାନ ଦେଇଥିଲେ । ସେ ଚାଣକ୍ୟ ନୀତି , ସମ୍ରାଟ ଅଶୋକ , ସମ୍ରାଟ ଚନ୍ଦ୍ରଗୁପ୍ତ, ମହର୍ଷି ବାଲ୍ମିକୀ, ମିଥିଳା, ସୀତାମାତା, ମହାବୀର, ମା ଗଙ୍ଗା ଆଦିଙ୍କ ସହିତ ଡ ରାଜେନ୍ଦ୍ର ପ୍ରସାଦଙ୍କ ଭୂମି ବିହାର ବୋଲି ଆଲୋକପାତ କରିଥିଲେ । 

ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଜ୍ୟ ଉପ ସଭାନେତ୍ରୀ ସୁଶ୍ରୀ ଶୁକେଶି ଓରାମ, ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରମିଳା ଦାସ ଆଦି ନେତ୍ରୁ ବୃନ୍ଦ ତାଙ୍କ ବକ୍ତବ୍ୟରେ ଓଡିଶା ଓ ବିହାରର ଲୋକଙ୍କ ମଧ୍ୟରେ ସଂସ୍କୃତିର ଆଦାନ ପ୍ରଦାନ ହେଉଛି ବୋଲି କହି ଥିଲେ । ବିହାରିଙ୍କ ସବୁଠୁ ବଡ ପର୍ବ ‘ଛଟ୍ ପର୍ବ’କୁ ଓଡିଶାରେ ମଧ୍ୟ ମିଳିମିଶି ପାଳନ କରାଯାଉଛି । ଏହାଠାରୁ ବଡ ସ୍ନେହ ମିଳନର କାର୍ଯ୍ୟକ୍ରମ ଆଉ କିଛି ନାହିଁ । “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଜରିଆରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସ୍ୱପ୍ନ ଭାରତକୁ ‘ଶ୍ରେଷ୍ଠ ଭାରତ’ ବନାଇବାକୁ ସଫଳ ହେବା । ଆଜିର ଏହି କାର୍ଯ୍ୟକ୍ରମରେ ୨୫ ରୁ ଉର୍ଦ୍ଧ ବିହାରୀ ସଂଗଠନ ଓ ୧୦ ରୁ ଉର୍ଦ୍ଧ ବିଶିଷ୍ଟ ବିହାରୀ ବ୍ୟକ୍ତିଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ଏହା ସହିତ ରାଷ୍ଟ୍ରୀୟ କବାଡି କୋଚ କାମେଶ୍ୱର୍ ସିଂ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ସର୍ବଶ୍ରୀ ମନୋଜ ଶତପଥୀ, ନିରଜ ଚତୃବେଦୀ ମନୋରଂଜନ ମୁନି, ଦିଲ୍ଲୀପ ପଟ୍ଟନାୟକ , ସୁଶାନ୍ତ ମହାପାତ୍ର, ଭଗବାନ ରାୟ, ଜ୍ଞାନରଞ୍ଜନ ପାଣିଗ୍ରାହୀ, ଦିପୁ କୁମାର ଦାସ, ଆଶିଷ ହରିପାଲ, ରାଜେଶ ସିନ୍ଧିରୀୟା, କେଦାର ପ୍ରିୟଦର୍ଶିନୀ, ମନୋଜ ଦାସ, ମନୋଜ ନାୟକ, ଗୁବ୍ଦୁ ସିଂ, ଆଶା ନାଇଡୁ, ଆରିବିନ୍ଦ୍ ପୁହାଣ, ଜ୍ୟୋତି ମଞ୍ଜରୀ ଷଡ଼ଙ୍ଗୀ, ମିଟୁ ବେହୁରି, ରିତା ସିଂ, ଦୂର୍ଗା ସାହୁ ଓ ଦୂର୍ଗା ମାଇତି ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ନିରଜ୍ ଚତୃବେଦୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସହସ୍ରାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜସୁ ପାର୍ଟି ତରଫରୁ ଧାରଣା

masiha

ନୂଆପଡାରେ ଆୟୁଷ ସେବାର ଉନ୍ନତି ପାଇଁ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

ଗୁହାଳଡାଙ୍ଗିରୀ ପଞ୍ଚାୟତ ! ରୁଆଁସି – ସୁରିଆଗଡା -ରୁଆଁସି ର କୁମାରସାହି ପୋଲ ବର୍ଷାରେ ଧୋଇଗଲା; ଶିଘ୍ର ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି

Sunil Chandra Nayak

Leave a Comment

error: Content is protected !!