ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ସାମ୍ବାଦିକ ପାଇଲେ ଯଶଶ୍ରୀ ଭାରତ ସମ୍ମାନ 

ଯୁବ ସାମ୍ବାଦିକ ପାଇଲେ ଯଶଶ୍ରୀ ଭାରତ ସମ୍ମାନ 

ଜୁନାଗଡ଼ ୭ /୬( ମନୀ ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ସମ୍ବାଦ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆଙ୍କୁ ଗତ ୬ ତାରିଖ ଦିନ ପୁରୀ ସ୍ଥିତ ଅନ୍ନ ପୂର୍ଣା ଥିଏଟର କାର୍ଯ୍ୟଳୟରେ ଚଳିତ ବର୍ଷ ୨୦୨୫ ର ଜାତୀୟ ମର୍ଯ୍ୟଦା ସମ୍ପନ୍ନ ସମ୍ମାନ ଯଶଶ୍ରୀ ଭାରତ ସମ୍ମାନ ସାମ୍ବାଦିକତା କ୍ଷେତ୍ରରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ମର୍ଯ୍ୟାଦା ପୂର୍ଣ ସମ୍ମାନ କଲଚର।ଲ ଡେଭଲପ ମେଂଣ୍ଟ ଅଫ ଇଣ୍ଡିଆ ତରଫରୁ ପ୍ରଦାନ କରାଯାଇଥାଏ।ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ କୁ ଆରମ୍ବ କରିଥିଲେ ।ଦୀର୍ଘ ୨୫ ବର୍ଷର ସାମ୍ବାଦିକତା ଜୀବନରେ ସେ ଅନେକ ଥର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ରୁ ସମ୍ବର୍ଦ୍ଧିତ ହୋଇ ସାରି ଛନ୍ତି । ହେଲେ ଗତ ୬ ତାରିଖ ଗୁରୁବାର ଦିନ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ଫେଷ୍ଟିଭାଲ ଡ଼ାଇରେକ୍ଟର ତଥା ସି ଡି ଏଫ ଡ଼,ଉପେନ୍ଦ୍ର କୁମାର ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ କଲଚରାଲ ଡେଭଲମେଣ୍ଟ ଫାଉଣ୍ଡେସନ ର ଅଧକ୍ଷ ତଥା ବରିଷ୍ଠ ସମାଜସେବୀ ଡ଼,ଷ୍ଟ।ଲିନ ପରିଜା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଯାତ୍ରା ଅଭିନେତା ରାଜେନ୍ଦ୍ର ପତି ,ସଙ୍ଗୀତ ଏକାଡେମୀ ପୁରସ୍କାର ପ୍ରାପ୍ତ କଳା ନିର୍ଦେଶକ ସୁରଜ ମହାନ୍ତି ଏବଂ ନାଟ୍ୟ ନିର୍ଦେଶକ ରାମକୃଷ୍ଣ ମହାପାତ୍ରଙ୍କ ଙ୍କ ଉପସ୍ଥିତିରେ କଲଚରାଲ ଡେଭଲମେଣ୍ଟ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିରରେ ଗୁରୁଦିବସ ପାଳନ 

masiha

ଦୋଳ ପୂର୍ଣ୍ଣିମା ପାଳନ ଅବସରରେ ପ୍ରସ୍ତୁତି ବୈଠକ

Sunil Chandra Nayak

ସି ଆଇ ଟି ୟୁ ର ୫୪ତମ ପ୍ରତିଷ୍ଠା ଦିବସ ପାଳିତ ,- କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଐକ୍ୟବଦ୍ଧ ସଂଗ୍ରାମ ପାଇଁ ଶ୍ରମିକ ଶ୍ରେଣୀ ଆଗେଇ ଆସିବାକୁ ଆହ୍ବାନ

Leave a Comment

error: Content is protected !!