ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳଧାରା ପ୍ରକଳ୍ପ ଉଦ୍ଘାଟିତ 

ଜଳଧାରା ପ୍ରକଳ୍ପ ଉଦ୍ଘାଟିତ

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା କୋଟିଆ ପଞ୍ଚାୟତ ର ଟାଉପଦର ଗ୍ରାମରେ ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଜଳଧାରା ପ୍ରକଳ୍ପ କାର୍ଯ୍ୟକ୍ରମ କୁ ବିଧାୟକ ରାମଚନ୍ଦ୍ର କାଡାମ୍ ଓ ଜିଲ୍ଲାପାଳ ଭି କିର୍ତ୍ତି ସାସନ ଦୁହେଁ ଅତିଥି ରୂପେ ଯୋଗ ଦେଇ ଉକ୍ତ ପ୍ରକଳ୍ପ କୁ ଉଦଘାଟନ କରିଛନ୍ତି । ସୂଚନା ମୁତାବକ ରାଜ୍ୟ ସରକାରଙ୍କ ଠାରୁ ଅନୁମୋଦନ ହୋ ଆସିଥିବା ଜଳଧାରା ପ୍ରକଳ୍ପ କୁ ଯଥାଶୀଘ୍ର ଉଦଘାଟନ କରି ଲୋକଙ୍କ କାର୍ଯ୍ୟ ରେ ଯେପରି ଲାଗିବ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଗ୍ରାମରେ ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରି ଜଳଧାରା ପ୍ରକଳ୍ପ ର ଉଦ୍ଦେଶ୍ୟ ବା ଲକ୍ଷ୍ୟ କଣ ସେନେଇ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଉଭୟ ବିଧାୟକ ଏବଂ ଜିଲ୍ଲାପାଳ ଉପସ୍ଥିତ ଗ୍ରାମବାସୀ ଙ୍କୁ ନିଜ ନିଜ ଅଭିଭାଷଣ ରେ ବୁଝାଇଥିଲେ । ଏହିପରି କି ପଥୁରିଆ ସ୍ଥାନ ବା ଜମି ମାନଙ୍କରେ ଚାଷୀଙ୍କ ପାଇଁ କିପରି ଫାରମଫଣ୍ଡ୍ ତିଆରି ହୋଇ ପାରିବ ସେହି ଲକ୍ଷ୍ୟ ରଖି ରାଜ୍ୟ ସରକାର ୦୬ଟି ଜିଲ୍ଲାରେ ଉକ୍ତ କାର୍ଯ୍ୟକ୍ରମ ହାତକୁ ନେଇ ଆରମ୍ଭ କରିବା ନିମନ୍ତେ ନିସ୍ପତି ନେଇଥିବା ନେଇ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନେ ଚାଷୀଙ୍କୁ ବୁଝାଇଥିଲେ । ଏହି ସମୟରେ ଟାଉପଦର ଗ୍ରାମର ହିତାଧିକାରୀ ମାଲକା ପାଙ୍ଗି ଙ୍କ ଜମିରେ ଆନୁଷ୍ଠାନିକ ଭାବେ ବିଧାୟକ ଓ ଜିଲ୍ଲାପାଳ ନଡ଼ିଆ ମାରି ଉଦଘାଟନ କରିଥିଲେ । ଏହି ସମୟରେ ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଏବଂ ବିଭାଗର ଡାଇରେକ୍ଟର ଟେକ୍ନିକାଲ୍ ସୁବେନ୍ଧୁ କୁମାର ଦାସ , ପି ଡି ଶିବ ଶଙ୍କର ଜେଟି ଓ ADSC ସୁମନ୍ ରାଉତ ପ୍ରମୁଖ ଯୋଗ ଦେଇଥିବା ବେଳେ ଉପସ୍ଥିତ ଅନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହାପରେ ଜିଲ୍ଲାପାଳ ଭାସନ ଉକ୍ତ କାର୍ଯ୍ୟକ୍ରମ ସାରି ଦେଓମାଳି ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରି ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରି ତ୍ୱରାନ୍ୱିତ କରିବା କୁ ବିଡ଼ିଓ ପଟ୍ଟନାୟକ ଙ୍କୁ ପରାମର୍ଶ ଦେଇ କୋଟିଆ ପଞ୍ଚାୟତ ଗସ୍ତ କରି ପ୍ରଥମେ ପଞ୍ଚାୟତ ରେ ରହିଥିବା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରି ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଇଥିଲେ । ଜିଲ୍ଲାପାଳ ଭାସନ ଙ୍କ ଏହିପରି ପଦକ୍ଷେପ କୁ ଦେଖି ଉପସ୍ଥିତ ଛାତ୍ରଛାତ୍ରୀ ଖୁସି ହୋଇଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ମୁସଲମାନ ଧର୍ମାବଲମ୍ବୀ ଙ୍କ ପବିତ୍ର ରମଜାନ ମାସ   

Sunil Chandra Nayak

ମୋ ଘର ଯୋଜନା, ପଞ୍ଚାୟତ ଜନ ପ୍ରତିନିଧି ସଚେତନତା ଶିବିରରେ ଯୋଗଦେଲେ ଧର୍ମଗଡ ବିଧାୟକ

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ . ଷଷ୍ଠ ଦିନ ରଙ୍ଗମଞ୍ଚ ର ନାଟକ ଜୀବନ ଯେମିତି ମଞ୍ଚସ୍ଥ …..

masiha

Leave a Comment

error: Content is protected !!