ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବିକ୍ରମ ସ୍କାରକୀ କ୍ରିକେଟ ପ୍ରତିଯୋଗିତା  ଧଅଁରାମାଲକୁ ହରାଇ ସେମିଫାଇନାଲରେ ଦହିଖାଲ ଦଳ

ବିକ୍ରମ ସ୍କାରକୀ କ୍ରିକେଟ ପ୍ରତିଯୋଗିତା 

ଧଅଁରାମାଲକୁ ହରାଇ ସେମିଫାଇନାଲରେ ଦହିଖାଲ ଦଳ 

ଲାଞ୍ଜିଗଡ଼, ୦୮/୦୨(ମନିସ)-ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁରସ୍ଥିତ ଜୟ ତ୍ରିନାଥ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ବିକ୍ରମ ବାଗ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଆଜି ଅନୁଷ୍ଠିତ ଲିଗ ପର୍ଯ୍ୟାୟ ମ୍ୟାଚ ସାନଧାର ପୁର ଓ ଷ୍ଟେସନ ଦହିଖାଲ ମଧ୍ୟରେ ହୋଇଥିବାବେଳେ ଷ୍ଟେସନ ଦହିଖାଲ ବିଜୟୀ ହୋଇଥିଲା। ସେହିପରି ଦ୍ଵିତୀୟ ଲିଗ ମ୍ୟାଚ ଧଅଁରାମାଲ ଓ କନକପୁର ମଧ୍ୟରେ ଖେଳାଯାଇଥିବାବେଳେ ଧଅଁରାମାଲ ଦଳ ବିଜୟୀ ହୋଇଥିଲା। ଏହାପରେ ଧଅଁରାମାଲ ଓ ଷ୍ଟେସନ ଦହିଖାଲ ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮ ୍ୱିକେଟ ହରାଇ ୧୦୪ ସଂଗ୍ରହ କରିଥିବାବେଳେ ଧଅଁରାମାଲ ଦଳ ୧୦୫ ରନର ବିଜୟ ଲକ୍ଷ୍ୟ ନେଇ ନିର୍ଦ୍ଧାରିତ ୧୦ ଓଭରରେ ୭ ୍ୱିକେଟ ହରାଇ ୯୬ ରନ କରି ପରାଜିତ ହୋଇଥିଲେ। ଆଜିର ମ୍ୟାଚଗୁଡ଼ିକୁ ଯୁଜେଷ୍ଟି ଛତର, ହେମନ୍ତ ଛତର, ସନ୍ତୋଷ ଜାଲ, ସୁମିତ ବାଗ ପ୍ରମୁଖ ପରିଚାଳନା କରିଥିବାବେଳେ ସୁଶାନ୍ତ ଛତର ସ୍କୋରର ଦାୟିତ୍ୱ ତୁଲାଇଥିଲେ। ପ୍ରତିଯୋଗିତା ପରିଚାଳନାରେ ଅନୁଷ୍ଠାନର ସଭାପତି ଗିରିଧାରୀ ମାଝୀ, କର୍ମକର୍ତ୍ତା ବଂଶୀ ସାଗର, କେତନ ବାଗ, ଲଳିତ ଛତର, ଜଗଦୀଶ ସାଗର, ନୀତେଶ ସୁନା, ସଞ୍ଜୟ ଲୋହରା, ଶିବାଜୀ କରୁଆଁ, ଶଶୀ କରୁଆଁ, ବୈଲୋଚନ ଛତର, ରାକେଶ କୁମାରଙ୍କ ସମେତ ଅନ୍ୟ ସଦସ୍ୟମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଏହି ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ, ନର୍ଲା, ଭବାନୀପାଟଣା, ରାୟଗଡ଼ା ଜିଲ୍ଲାର ଷ୍ଟେସନ ଦହିଖାଲ ସହିତ ମୋଟ ୧୬ ଗୋଟି କ୍ରିକେଟ ଦଳ ଭାଗ ନେଇଛନ୍ତି। 

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବାହାଡାପଦା ଠାରେ ଦଶ ଦିବସିୟ ରାଜ୍ୟସ୍ତରୀୟ ବରୁଣ ଭୋଇ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଫୁଟବଲ ମହାକୁମ୍ବ ର ସାମ୍ବାଦିକ ସମ୍ମିଳନୀ

masiha

ଉତ୍କଳ ଆର୍ଟିଷ୍ଟସ ଏସୋସିୟେଶନ ପକ୍ଷରୁ ସେଲେବ୍ରିଟୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!