କୋକସରା,୧୦/୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମାର ଗୁଡାହାଣ୍ଡି ମଞ୍ଚ ଖେଳ ପଡ଼ିଆରେ କୋକସରା ଭଳିବଲ ଆସୋସିଏସନ ପକ୍ଷରୁ ଦ୍ଵି ଦିବସିୟ ଅଳ ଇଣ୍ଡିଆ ଫ୍ଲଡ଼ ଲାଇଟ ଭଳିବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ରାତିରେ ଉଦଯାପିତ ହୋଇଯାଇଛି।
ମଙ୍ଗଳବାର ଅପରାହ୍ନ ରେ ଉଦଘାଟନୀ ମ୍ୟାଚ ପୂର୍ବରୁ ମଶାଲ ଶୋଭାଯାତ୍ରା କୋକସରା ଜଗନ୍ନାଥ ମନ୍ଦିରରୁ ବାହାରି ଗୁଡହାଣ୍ଡି ପଡ଼ିଆକୁ ପହଞ୍ଚିବା ପରେ ମଞ୍ଚ ପୂଜନ କରାଯାଇଥିଲା। ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ସମାଜସେବୀ ପୁରୁଷୋତ୍ତମ ଗୁପ୍ତା, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ଯୁବ ଉଦ୍ୟୋଗି ବିକ୍ରମ ଗୁପ୍ତା, ପୁର୍ବତନ ଭଳିବଲ ଖେଳାଳି ସଫିକ ଖାଁ, ବିନୋଦ ବିହାରୀ ରାଉତ, ରାମଚନ୍ଦ୍ର ପାଣିଗ୍ରାହୀ, ଋତୁରାଜ ମାଝୀ ଉପସ୍ଥିତ ରହି କୋକସରା ଅଞ୍ଚଳରେ ଭଳିବଲ ଖେଳ ଓ କୋକସରା ମାଟିର ସମ୍ପର୍କ ନିବିଡ଼, କୋକସରା ବ୍ଲକର ଅନେକ ଭଳିବଲ ଖେଳାଳି ଜିଲ୍ଲା, ରାଜ୍ୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି। ଅଳ ଇଣ୍ଡିଆ ସ୍ତରର ଖ୍ୟାତି ଅର୍ଜନ କରିଥିବା ହରିଆଣା, କେରଲା, ବିଶାଖାପାଟଣା, ଆରକୁ ଏପି, ରାଉରକେଲା, ବଲାଙ୍ଗୀର, କେସିଙ୍ଗା, ବରଗଡ଼ ଟିମ ଏହି ଫ୍ଲଡ଼ ଲାଇଟ ମ୍ୟାଚରେ ଅଂଶଗ୍ରହଣ କରିଥିଲେ। ପ୍ରଥମ ଉଦଘାଟନୀ ମ୍ୟାଚ ହରିୟାଣା ବନାମ ରାଉରକେଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପରେ ଲିଗ ମ୍ୟାଚରେ ସମସ୍ତ ଟିମ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ। ଦ୍ଵିତୀୟ ସନ୍ଧ୍ୟାର ଉଦଯାପିତ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ ମୁଖ୍ୟ ବକ୍ତା ପୁର୍ବତନ କଲେଜ ଅଧ୍ୟକ୍ଷ ଗୋବର୍ଦ୍ଧନ ବାଗ ,ସମ୍ମାନିତ ଅତିଥି ଭାବେ ଡିଏସଓ ରାଜେନ୍ଦ୍ର ବଢ଼େଇ, ବିଜେପି ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା, ଯୁବ ଉଦ୍ୟୋଗି ବିକ୍ରମ ଗୁପ୍ତା, ରାଜୁ ଗୁପ୍ତା, ଶିକ୍ଷାବିତ୍ ସୁଧୀର ପଣ୍ଡା, ଅଶୋକ ଦାସ, ଅଇରୀ ନାସନ ଚିନ୍ଦା, ପୁର୍ବତନ ଭଳିବଲ ଖେଳାଳି ସଫିକ ଖାଁ, କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ଉପସ୍ଥିତ ରହିଥିଲେ। ଫ୍ଲଡ଼ ଲାଇଟର ଫାଇନାଲ ମ୍ୟାଚ ହରିୟାଣା ବନାମ ରାଉରକେଲା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଉଭୟ ଦଳର ଖେଳାଳି ମାନେ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ। ଫାଇନାଲ ଖେଳ ହରିୟାଣା ଟିମ ଚାମ୍ପିୟାନ ହୋଇଥିଲେ। ଖେଳ ପରିଚଳନାରେ ଜ୍ଞାନେନ୍ଦ୍ର ବଢ଼େଇ,ପରୀକ୍ଷିତ ଖରସେଲ, ଚନ୍ଦ୍ର ମୋହନ ବିଶ୍ୱାଳ ରାଜୁ ଖରସେଲ, ଅମିତ ମହାନ୍ତି ପ୍ରମୁଖ ରାଜ୍ୟ ସ୍ତରୀୟ ରେଫରି ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ। ଉଦଘୋଷକ ଭାବେ ଦେବାନନ୍ଦ ରାଉତ ଓ ମ୍ୟାଚର ଧାରା ବିବରଣୀ ସୁନିଲ କୁମାର ପ୍ରଧାନୀ ପ୍ରଦାନ କରିଥିଲେ। କୋକସରା ଭଳିବଲ ଆସୋସିଏସନର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଦେଶର ବିଭିନ୍ନ ରାଜ୍ୟରୁ ଭଳିବଲ ଟିମ ଏହି ଟୁର୍ଣ୍ଣା ମେଣ୍ଟରେ ଅଂଶଗ୍ରହଣ କରି ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ।