ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ବୋର୍ଡ ପରୀକ୍ଷା ,  ପରୀକ୍ଷା ଦେଲେ ୧୭୩ ଜଣ ଛାତ୍ରଛାତ୍ରୀ

 ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ଦଶମ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ଦିନରେ ମାତୃଭାଷା ଓଡ଼ିଆ ପରୀକ୍ଷା ହୋଇଥିଲା । ସ୍କୁଲ ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ପରୀକ୍ଷା ପରିଚାଳନା କରାଯାଉଛି ।ଚଳିତ ମାଟ୍ରିକ ପରୀକ୍ଷାରେ ରାଜପୁର ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ଏବଂ ଦାସୀ ଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏହି ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପରୀକ୍ଷା ଦେଉଛନ୍ତି ।ଏଥିରେ ପ୍ରାୟ ୧୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ବ୍ୟବସ୍ଥା ରହିଛି ।ସେଥି ମଧ୍ୟରୁ ୧୭୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବିଦ୍ୟଳୟର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।କୌଣସି କାରଣ ଯୋଗୁଁ ୨ ଜଣ ପରୀକ୍ଷା ଦେଇ ନାହାନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଶ୍ରୀ ରାମ ନବମୀ ପୂଜନୋତ୍ସବ ମହାସମାରୋହ ରେ ପାଳିତ 

masiha

ରାଜ୍ୟ ରାଜପଥ ଉପରେ ଚାଲୁଛି ସାପ୍ତାହିକ ହାଟ; ଆମ୍ବୁଲାନ୍ସ, ଯାତ୍ରୀବାହୀ ପରିବହନ,ଗାଡ଼ି,ମୋଟର ଯାତାୟାତ ବାଧାପ୍ରାପ୍ତ; ବାରମ୍ବାର ଦୁର୍ଘଟଣା;ପ୍ରଶାସନ ନିରବଦ୍ରଷ୍ଟା

masiha

ଯୋଗାଣ ବିଭାଗର ସରକାରୀ ସୁଲଭ ମୂଲ୍ୟରେ ଆଳୁ ବିକ୍ରୟ ଆରମ୍ଭ 

masiha

Leave a Comment

error: Content is protected !!