ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ: ଲୋକାର୍ପିତ ହେଲା ଏଆଇ (A) ଚାଟବଟ୍ ‘ଆମର ସହାୟକ’

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ: ଲୋକାର୍ପିତ ହେଲା ଏଆଇ (A) ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା: ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ, କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଅତ୍ୟାଧୁନିକ ଏଆଇ (A) ଚାଳିତ ଚାଟବଟ୍ “ଆମର ସହାୟକ” ର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି।ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କର୍ମଶାଳା ତଥା ଉଦ୍‌ଘାଟନୀ ସମାରୋହରେ ଏହାକୁ ଲୋକାର୍ପିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପାୱାର ସଚିନ ପ୍ରକାଶ ଯୋଗ ଦେଇ ଏହାର ଶୁଭ ଉଦ୍‌ଘାଟନ କରିଥିଲେ । ଏଥ‌ିରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାମୟ ପାଢୀ, ଭାରତୀୟ ପ୍ରଶାସନିକ ସେବା ପ୍ରଶିକ୍ଷଣାର୍ଥୀ ଅନିମେଷ ପ୍ରଧାନ, ଭବାନୀପାଟଣା ଉପ-ଜିଲ୍ଲାପାଳ ପ୍ରଭାତ କୁମାର ପରିଡା ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମଗ୍ର ପ୍ରୟାସ ଏବଂ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ଡି.ଏମ୍.ଏଫ୍ (DMF) କଳାହାଣ୍ଡିର ଟିମ୍ ଲିଡ୍ ପ୍ରଶାନ୍ତ ମିଶ୍ର ପରିଚାଳନା କରିଥିଲେ ।

ଏହି ଅବସରରେ ଜିଲ୍ଲାପାଳ ନିଜ ଅଭିଭାଷଣରେ କହିଥିଲେ ଯେ, “ଆମର ସହାୟକ” ପ୍ରଶାସନ ଏବଂ ଜନସାଧାରଣଙ୍କ ମଧ୍ୟରେ ଥ‌ିବା ଦୂରତାକୁ ହ୍ରାସ କରିବା ପାଇଁ ପ୍ରସ୍ତୁତ କରାଯାଇଛି।ଏହି ଡିଜିଟାଲ୍ ରୂପାନ୍ତରଣର ସଫଳତା ବିଭିନ୍ନ ବିଭାଗ

ମଧ୍ୟରେ ସମନ୍ଵୟ ଉପରେ ନିର୍ଭର କରେ ବୋଲି ସେ ମତ ଦେଇଥିଲେ ଏବଂ ଜନସାଧାରଣଙ୍କୁ ଅଧିକ ଦକ୍ଷତାର ସହ ସାହାଯ୍ୟ କରିବା ପାଇଁ ସମସ୍ତ ବିଭାଗୀୟ ସେବାକୁ ଏହି ପ୍ଲାଟଫର୍ମ ସହ ଯୋଡ଼ିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

“ଆମର ସହାୟକ” ହେଉଛି ଏକ ଅତ୍ୟାଧୁନିକ ଜେନେରେଟିଭ୍ ଏଆଇ (Generative Al) ଏବଂ ରିଟ୍ରିଭାଲ୍-ଅଗମେଣ୍ଟେଡ୍ ଜେନେରେସନ୍ (RAG) ଭିତ୍ତିକ ସହାୟକ। ହ୍ଵାଟସ୍‌ଆପ୍ (WhatsApp) ମାଧ୍ୟମରେ ଉପଲବ୍ଧ ଏହି ଚାଟବଟ୍ ନାଗରିକମାନଙ୍କୁ ଓଡ଼ିଆ ଏବଂ ଇଂରାଜୀ ଉଭୟ ଭାଷାରେ ସହଜ ସେବା ପ୍ରଦାନ କରିବାକୁ ଡିଜାଇନ୍ କରାଯାଇଛି

ଚାଟବଟ୍‌ର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଲା 

ଅଭିଯୋଗ ସମାଧାନ: ନାଗରିକମାନେ ବର୍ତ୍ତମାନ ସେମାନଙ୍କ ମୋବାଇଲ୍ ଫୋନ୍ ମାଧ୍ୟମରେ ସିଧାସଳଖ ଅଭିଯୋଗ ପଞ୍ଜିକୃତ କରିପାରିବେ ଏବଂ ଏହାର ସ୍ଥିତି ଯାଞ୍ଚ କରିପାରିବେ ।

ତୁରନ୍ତ ସୂଚନା: ବିଭିନ୍ନ ସରକାରୀ ଯୋଜନା, ଯୋଗ୍ୟତା ମାପଦଣ୍ଡ ଏବଂ ବିଭାଗୀୟ ପ୍ରକ୍ରିୟା ସମ୍ପର୍କରେ ଏହି ଏଆଇ (A) ତୁରନ୍ତ ଏବଂ ସଠିକ୍ ସୂଚନା ପ୍ରଦାନ କରିବ।

ରିଅଲ-ଟାଇମ୍ ଅପଡେଟ୍: ଏହା ୨୪/୭ ଡିଜିଟାଲ୍ ସହାୟକ ଭାବରେ କାର୍ଯ୍ୟ କରିବ ଏବଂ ଅତ୍ୟାବଶ୍ୟକ ସେବା ତଥା ପ୍ରଶାସନିକ ଘୋଷଣା ସମ୍ପର୍କରେ ସୂଚନା ଦେବ।

‘ସ୍ମାର୍ଟ’ ପ୍ରଶାସନ ଦିଗରେ ଏକ ପଦକ୍ଷେପ: କର୍ମଶାଳା ସମୟରେ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ପାଇଁ ଏକ ବ୍ୟବହାରିକ ପ୍ରଦର୍ଶନ (Hands-on demonstration) କରାଯାଇଥିଲା । ଏହି ଚାଟବଟ୍ କିପରି ବିଭାଗୀୟ କାର୍ଯ୍ୟଧାରାକୁ ସରଳ କରିପାରିବ ଏବଂ ସାଧାରଣ ପଚରାଉଚରା ପାଇଁ ସରକାରୀ କାର୍ଯ୍ୟାଳୟରେ ଭିଡ଼ କମାଇବ ସେ ବିଷୟରେ ଦର୍ଶାଯାଇଥିଲା।

ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇ କଳାହାଣ୍ଡି ଏହି ଅଞ୍ଚଳରେ ଏଆଇ-ଚାଳିତ ଶାସନ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ଭାବରେ ଉଭା ହୋଇଛି ଓ “ଆମର ସହାୟକ” ପ୍ଲାଟଫର୍ମ ମାଧ୍ଯମରେ ସରକାରୀ ସେବାକୁ ଅଧିକ ସ୍ବଚ୍ଛ, ସହଜଲଭ୍ୟ ଏବଂ ଉତ୍ତରଦାୟୀ କରିବା ଜିଲ୍ଲା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ବୋଳି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଏଜେଓ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସ ଦୁଇ ଦିନିଆ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ

Sunil Chandra Nayak

କୋକସରା ଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ

masiha

Leave a Comment

error: Content is protected !!