ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ସାଥି ସଂଘର ବୈଠକ  ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ଗାଁ ସାଥି ସଂଘର ବୈଠକ 

ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ରାଜ୍ୟ ସରକାର ୨୦୦୮ ମସିହାରେ ଗାଁ ସାଥି ରୂପରେ ନିଯୁକ୍ତି ପକ୍ରିୟା ଆରମ୍ଭ କରି ପ୍ରତି ଗ୍ରାମରେ ଗୋଟିଏ ଗୋଟିଏ ଗାଁ ସାଥି ମୁତୟନ କରିଥିଲେ। ଗାଁ ସାଥି ମାନେ ମନରେଗା କାର୍ଯ୍ୟରେ ନିୟୋଜିତ ରହି ଗ୍ରାମର ଶ୍ରମିକ ମାନଙ୍କୁ ନିୟୋଜନ କରି କାର୍ଯ୍ୟ ସୂଚାରୁରୁପେ ସମ୍ପାଦନ କରି ଆସୁଛନ୍ତି। ହେଲେ ଗାଁ ସାଥି ମାନେ ଅନେକ ସମସ୍ୟା ର ସମ୍ମୁଖୀନ ହୋଇଥିବା ଅଭିଯୋଗ ନେଇ ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛିଲିପା ଗ୍ରାମର ଜେନା ଡ଼ଙ୍ଗର ଠାରେ ଧର୍ମଗଡ ବ୍ଲକ ଗାଁ ସାଥି ସଙ୍ଘ ସଭାପତି ମଙ୍ଗନିଆ ଦୁର୍ଗା ଙ୍କ ସଭାପତିତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବରେ ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା, ଛୀଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ବିଏଫଟି ସଙ୍ଘ ରାଜ୍ୟ ସମ୍ପାଦକ ଅଶୋକ କୁମାର ବାଗ , ଟିପିଗୁଡା ପୂର୍ବତନ ସରପଞ୍ଚ ଗଜିନ୍ଦ୍ର ନାଏକ, ଏସିପି ମାନସ ପାଢ଼ୀ, ମନରେଗା ବିଭାଗ ର ପ୍ରକାଶ ଶତନାମୀ, ଅଶ୍ୱନୀ ପତି, ଗାଁ ସାଥି ସଙ୍ଘ ଉପସଭାପତି ପିତାମ୍ବର ନାଏକ, ସମ୍ପାଦକ ହେତୁରାମ ମଶ୍ରା, ସହସମ୍ପାଦକ କପିଳେନ୍ଦ୍ର ପୋଡ଼, କୋଷାଧ୍ୟକ୍ଷ କ୍ଷୀରସିନ୍ଧୁ ଚଳାନ ସମେତ ଅନ୍ୟାନ୍ୟ ଅତିଥି ମଞ୍ଚାସିନ ହୋଇ ଗାଁ ସାଥି ମାନଙ୍କ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ। ଏହି ଅବସରରେ ଭିବିଜି ରାମଜି ଯୋଜନା ଉପରେ ବିଷଦ ଆଲୋଚନା ହୋଇଥିଲା। ବିଗତ ଦିନରେ ସଙ୍ଘ ପକ୍ଷରୁ ଗାଁ ସାଥି ମାନଙ୍କ ସମସ୍ୟା କୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ଜଣାଇଥିଲେ ମଧ୍ୟ ସରକାର ଶୁଣୁନଥିବାରୁ ସଙ୍ଘ ପକ୍ଷରୁ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିରେ ଧର୍ମଗଡ ବ୍ଲକ ର ସମସ୍ତ ଗାଁ ସାଥି ଉପସ୍ଥିତ ରହିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସାଇନିଂ ରକର୍ସ ଏକାଡେମୀ ର ବାର୍ଷିକ ଉତ୍ସବ ଆସନ୍ତା ୨୬ ରେ ….

masiha

ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଜନଜାତି ଆଦିବାସୀ ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ଉଦଘାଟିତ

masiha

Leave a Comment

error: Content is protected !!