ଓଡ଼ିଆମୁଣ୍ଡା ରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ଜାତୀୟ ସେବା ଯୋଜନା ତରଫରୁ ପୋଷ୍ୟ ଗ୍ରାମ ଓଡ଼ିଆମୁଣ୍ଡା ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଜାତୀୟ ସେବା ଯୋଜନା ଅଧ୍ୟକ୍ଷ ହେମନ୍ତ କୁମାର ଚୌଧୁରୀଙ୍କ ଉପସ୍ଥିତିରେ ମାଗଣା ସ୍ବାସ୍ଥ୍ୟ ଶିବିର କର୍ଲାମୁଣ୍ଡା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଡ଼ା. ସୁଧାଂଶୁ ବେଡ଼ବାକ ଓ ଫାର୍ମାସିଷ୍ଟ ରଞ୍ଜନ ସାହୁ ଉପସ୍ଥିତ ରହି ରୋଗୀମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ କରିଥିଲେ l ଜାତୀୟ ସେବା ଯୋଜନାର ଅଧିକାରୀ ଶ୍ରୀ ନୀଳାମ୍ବର ପାତ୍ର ୫୦ ଜଣ ପୁଅ ଓ ଝିଅ ଶିବିରାର୍ଥୀ ମାନଙ୍କୁ ନେଇ ପୂର୍ବ ଦିନରୁ ସ୍ୱାସ୍ଥ୍ୟ ଶିବିର ବିଷୟରେ ଜନସାଧାରଣ ମାନଙ୍କୁ ସୂଚନା ଦେଇଥିଲେ l ଫଳରେ ଉକ୍ତ ଶିବିରରେ ଗ୍ରାମର ଶତାଧିକ ରୋଗୀ ଯୋଗଦେଇ ଥିଲେ l ଗ୍ରାମାର ମୁଖିଆ ସନ୍ଦୀପ ସାହୁ, ଖେଳ ଶିକ୍ଷକ ଲଳିତ ଦାସ, ଦୁଷ୍ମନ୍ତ ମିର୍ଦ୍ଧା, ଲୀନା ବାରିକ ସାହାଯ୍ୟ ସହଯୋଗ କରିଥିଲେ l
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

