ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆମୁଣ୍ଡା ରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ 

ଓଡ଼ିଆମୁଣ୍ଡା ରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ଜାତୀୟ ସେବା ଯୋଜନା ତରଫରୁ ପୋଷ୍ୟ ଗ୍ରାମ ଓଡ଼ିଆମୁଣ୍ଡା ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଜାତୀୟ ସେବା ଯୋଜନା ଅଧ୍ୟକ୍ଷ ହେମନ୍ତ କୁମାର ଚୌଧୁରୀଙ୍କ ଉପସ୍ଥିତିରେ ମାଗଣା ସ୍ବାସ୍ଥ୍ୟ ଶିବିର କର୍ଲାମୁଣ୍ଡା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଡ଼ା. ସୁଧାଂଶୁ ବେଡ଼ବାକ ଓ ଫାର୍ମାସିଷ୍ଟ ରଞ୍ଜନ ସାହୁ ଉପସ୍ଥିତ ରହି ରୋଗୀମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ କରିଥିଲେ l ଜାତୀୟ ସେବା ଯୋଜନାର ଅଧିକାରୀ ଶ୍ରୀ ନୀଳାମ୍ବର ପାତ୍ର ୫୦ ଜଣ ପୁଅ ଓ ଝିଅ ଶିବିରାର୍ଥୀ ମାନଙ୍କୁ ନେଇ ପୂର୍ବ ଦିନରୁ ସ୍ୱାସ୍ଥ୍ୟ ଶିବିର ବିଷୟରେ ଜନସାଧାରଣ ମାନଙ୍କୁ ସୂଚନା ଦେଇଥିଲେ l ଫଳରେ ଉକ୍ତ ଶିବିରରେ ଗ୍ରାମର ଶତାଧିକ ରୋଗୀ ଯୋଗଦେଇ ଥିଲେ l ଗ୍ରାମାର ମୁଖିଆ ସନ୍ଦୀପ ସାହୁ, ଖେଳ ଶିକ୍ଷକ ଲଳିତ ଦାସ, ଦୁଷ୍ମନ୍ତ ମିର୍ଦ୍ଧା, ଲୀନା ବାରିକ ସାହାଯ୍ୟ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବ୍ୟାଙ୍କ କୁ ନେଉଥିବା ଟଙ୍କା ପିକଅପ ଭ୍ୟାନ ଦୃଘଟଣା ଗ୍ରସ୍ତ ,ଅଳ୍ପକେ ବଞ୍ଚିଲେ ୪ଜଣ ବ୍ୟାଙ୍କ କର୍ମଚାରୀ

masiha

ବିଦ୍ୟାଳୟ ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ ସମ୍ବିତ ରାଉତରାୟ

Sunil Chandra Nayak

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାର ପ୍ରତିବାଦରେ ଏଆଇଡିଏସ୍ଓ ର ବିକ୍ଷୋଭ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ 

Leave a Comment

error: Content is protected !!