ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ 

କୋଲନରା :- ୦୬/୦୭ – ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତ ନିକଟସ୍ଥ ଧମୁନିଗୁଡା ଗ୍ରାମ ସଂରକ୍ଷିତ ଜଙ୍ଗଲ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି ।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସନ୍ତୋସିନି ହୁଇକା ଯୋଗଦେଇଥିବା ବେଳେ ଗୁଣୁପୁର ବନ ବିଭାଗ ତରଫରୁ ୭୪ ତମ ବନ ମହୋତ୍ସବ ସପ୍ତାହ (ତା.୦୧.୦୭.୨୦୨୩ ରିଖ ଠାରୁ ତା ୦୭.୦୭.୨୦୨୩ ରିଖ) ପାଳନ କରିବାକୁ ଯାଉ ଥିବାରୁ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏହି ଅବସର ରେ ହାତୀଖମ୍ବା ସେକ୍ସନ ତରଫରୁ ୧/-ଟଙ୍କା ମୂଲ୍ଯ ରେ ଚାରାଗଛ ବଣ୍ଟନ କରା ଯାଉଥିବା ସୂଚନା ଦେଇଛନ୍ତି। କୋଲନରା ବ୍ଲକର ହାତୀଖମ୍ବା ଗାଁରେ କରା ଯାଇଥିବା ଜାତୀୟ ନର୍ସରୀ ରେ ବିଭିନ୍ନ କିସମ ର ଚାରା ଯଥା – ଆମ୍ବ , ପିଜୁଳୀ , କାଜୁ , ସୀତାଫଳ , ଅଁଳା , ବଉଳ , ବେଲ , ଚମ୍ପା , ପିସ୍ତା ବାଦାମ, କରଞ୍ଜ , ରାଧା ଚୁଡା , ନିମ୍ବ , ପଣସ ,ଅର୍ଜୁନ , ବାଉଁଶ,ଏବଂ ଶାଳ ଉପଲବ୍ଧ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ” ବୃକ୍ଷ ହିଁ ଜୀବନ ” ଏହି ବାର୍ତ୍ତା କୁ ସମସ୍ତେ ପାଳନ କରି ଛୋଟ ଚାରା ଟି ଯେପରି ବଡ ହୋଇ ଆମ ସମସ୍ତଙ୍କୁ ସୁରକ୍ଷା ଦେବ ତାହାର ଯତ୍ନ ନେବାକୁ ସମସ୍ତେ ଉଦ୍ୟମ କରିବା ସହ ଜଙ୍ଗଲ ସୁରକ୍ଷା ଭାବି ଆସନ୍ତୁ ନିଜ ନିଜ ବାଡି ବଗିଚା ରେ ଗଛଟିଏ ଲଗାଇ ପରିବେଶ କୁ ସବୁଜିମାମୟ କରିବା ପାଇଁ ସମସ୍ତେ ଚେଷ୍ଟା କରିବା ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଚାରା ସମ୍ପର୍କରେ ଆବଶ୍ୟକୀୟ ସୂଚନା ପାଇବା ପାଇଁ ୮୦୧୮୩୧୫୪୭୦ ଫୋନ ନମ୍ବର ରେ ଯୋଗାଯୋଗ କରିବାକୁ କୁହାଯାଇଛି।ଏହି କାର୍ଯ୍ୟକ୍ରମ ରେ ଗୁଣପୁର ରେଞ୍ଜ ଅନ୍ତର୍ଗତ ମୁକୁନ୍ଦପୁର ସେକ୍ସନ ର ଧାମିନିଗୁଡା ଠାରେ ବନବିଭାଗ ତରଫରୁ ୭୪ତମ ବନ ମହୋତ୍ସବ ପାଳିତ ହୋଇଥିଲା। ଏହି ମହୋତ୍ସବକୁ ହାତିଖମ୍ବା ବିଟ ଗାର୍ଡ ତଥା ମୁକୁନ୍ଦପୁର ସେକ୍ସନର ଭାରପ୍ରାପ୍ତ ବନପାଳ ଶ୍ରୀ ପଦ୍ମନାଭ ନିଳଗିରି ଏବଂ ରମେଶ ପରଜା ବନରକ୍ଷୀ, ସବିତା ଗମାଙ୍ଗ ବନରକ୍ଷୀ, ରଞ୍ଜିତା ଗଉଡ ବନରକ୍ଷୀ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଲୋକମାନେ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୁଷ୍ଠରୋଗ ସନ୍ଦେହ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଓ ପ୍ରେରଣ କାର୍ଯ୍ୟ ସଚେତନ କର୍ମଶାଳା 

Sunil Chandra Nayak

ଜୁନାଗଡ଼ଠାରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଉଦଘାଟିତ

Sunil Chandra Nayak

ମହୁମାଛି ଦଂଶନ ରେ ୩ ଆହାତ ?

Sunil Chandra Nayak

Leave a Comment

error: Content is protected !!