ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେମେଲ ପଦର ଗ୍ରାମଠାରେ ଉତ୍ତର ବନଖଣ୍ତ ତରଫରୁ ୭୪ ତମ ବନମୋହତ୍ସ ଅନୁଷ୍ଠିତ

ଥୁଆମୂଳ ରାମପୁର:୦୬/୦୭ – (ମନିସ):- ଦିନକୁ ଦିନ ପରିବେଶ ଓ ଜଙ୍ଗଲ ଧଂସାଭିମୁଖ ଆଡକୁ ଗତି କରୁଥିବା ଯୋଗୁଁ ଜଳବାୟୁ ପରିବର୍ତ୍ତନ ହେବା ଦ୍ବାରା ସଂପୂର୍ଣ୍ଣ ଭାବର ଜୀବଜଗତ ଉପରେ ସିଧାସଳଖ ତାହାର କୁପ୍ରଭାବ ପଡୁଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବିଭାଗ ପକ୍ଷରୁ ବନମୋହତ୍ସ ପାଳନ କରାଯାଇଛି। ବିଶେଷ କରି ଜଙ୍ଗଲ ବିଭାଗ ଏହାକୁ ଗୁରୁତ୍ୱ ସହିତ ପଦକ୍ଷେପ ନେଇ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କର୍ଲାପାଟ ପଞ୍ଚାୟତ ଅଧିନରେ ଥିବା ସେମେଲ ପଦର ଗ୍ରାମଠାରେ ଉତ୍ତର ବନଖଣ୍ତ ପକ୍ଷରୁ ୭୪ ତମ ବନମୋହତ୍ସ ପାଳିତ ହୋଇଯାଇଛି। ଏହି ଅବସରରେ ଏସିଏଫ୍ ପ୍ରଦୀପ ଭଦ୍ର, ରେଞ୍ଜର ମୃତ୍ୟୁଞ୍ଜୟ ମାଝୀ, କର୍ଲାପାଟ ଫରେଷ୍ଟର ବିଜୟ ଗୌପାଳ,ଶଗଡା ଫରେଷ୍ଟର ଜଗେନ୍ଦ୍ର ମାଝୀ, ଫରେଷ୍ଟର ବି,ବେହେରା, ଫରେଷ୍ଟ ଗାର୍ଡ ଉମାକାନ୍ତ ପାଣିଗ୍ରାହୀ, ସୁହ୍ବାଗରଞ୍ଜନ ପଣ୍ତା, ଏଜେଏଓ୍ବାଇ ଷ୍ଟାପ୍, ସେମେଲ ପଦର ଶିକ୍ଷକ ଦୁଇ ଜଣ ରାଜକିଶୋର ଓ କାମପାଳ, କର୍ଲାପାଟ ପଞ୍ଚାୟତ ସରପଞ୍ଚ ବିଶ୍ବନାଥ ମାଝୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଛାତ୍ରଛାତ୍ରୀ ଉପସ୍ଥିତ ରହି ବୃକ୍ଷରୋପଣ କରିବା ପରେ ଜଙ୍ଗଲ ର ଉପକାରୀତା ଓ ବୃକ୍ଷରୋପଣର ଉଦ୍ଦେଶ୍ୟ ଉପରେ ଉପସ୍ଥିତ ଅତିଥି ତାଙ୍କ ବକ୍ତବ୍ୟ ରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ।

ରବି ନାରାୟଣ ସିଂ ଙ୍କ ରିପୋର୍ଟ 

Related posts

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ତାରଣା ଆଶ୍ରମ ବିଦ୍ୟାଳୟରେ ଶିକ୍ଷାରଥକୁ ସ୍ବାଗତ

masiha

ରାଜୀବ କୁମାର କରଣ ଙ୍କ ସ୍ମୃତିଚାରଣ

masiha

Leave a Comment

error: Content is protected !!