ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମ ନାଥ ଉଚ୍ଚ ବିଦ୍ୟାପୀଠ ଚଲାନପଡା-ଗୋଇମୁଣ୍ଡି ୧୯୯୦ ପ୍ରଥମ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାମନାଥ ଉଚ୍ଚ ବିଦ୍ୟାପୀଠ ଚଲାନପଡା -ଗୋଇମୁଣ୍ଡି ୧୯୯୦ ପ୍ରଥମ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଖଡ଼ିଆଳ ବ୍ଲକ ତିଖାଲି ସ୍ଥିତ ବଙ୍ଗଳା ପରିସର ମଧ୍ୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ବଣ୍ଣାଢ୍ୟ ସଭାରେ ୧୯୯୦ ମାଟ୍ରିକ ବ୍ୟାଚ ର ସଭାପତି ଗିରିଧାରୀ ବାଗ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାମନାଥ ଉଚ୍ଚ ବିଦ୍ୟାପୀଠ ର ପ୍ରତିଷ୍ଠାତା ଦୁଃଖୁରାମ ବାରିକ , ମୁଖ୍ୟ ବକ୍ତା ଭାବରେ ରାମ ନାଥ ଉଚ୍ଚ ବିବ୍ୟାପୀଠର ପ୍ରଥମ ପ୍ରଧାନ ଶିକ୍ଷକ ତୁମେଶ୍ୱର ଚଲାନ, ସମ୍ମାନିତ ବକ୍ତା ଭାବେ ପ୍ରଥମ ସହକାରୀ ଶିକ୍ଷକ ମିଳନକାନ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବେ ସୁକୁରାମ ବାରିକ, ବିଦ୍ୟାପୀଠ ପ୍ରତିଷ୍ଠାତା ଙ୍କ ସହ ଧର୍ମିଣୀ ଅର୍ନମଣି ବାରିକ , ବିଦ୍ୟାପୀଠ ର ପ୍ରଥମ ଶିକ୍ଷକ ପ୍ରେମାନନ୍ଦ ମେହେର, ଭକ୍ତବନ୍ଧୁ ରଣା, ଖେଳ ଶିକ୍ଷକ ରାଜକପୁର ବାରିକ ,ଉମାକାନ୍ତ ରାଉତ ,ଉମାନନ୍ଦ ବିଶି , ଉପସଭାପତି ହେରାମ୍ବ କୁମାର ବାରିକ, ସମ୍ପାଦକ ଡୋଳାନନ୍ଦ ଚଲାନ, କୋଷାଧ୍ୟକ୍ଷ ଅନନ୍ତ କୁମାର ବାରିକ, ସହ ସମ୍ପାଦକ ଲଳିତ କୁମାର ବାରିକ,ସହ କୋଷାଧ୍ୟକ୍ଷ ଧନୁର୍ଯ୍ୟ ରାଉତ, ସଂଯୋଜକ ଦ୍ବୟ ପରମେଶ୍ୱର ବାରିକ ଓ ନିଳାମ୍ବର ଚଲାନ ମଞ୍ଚ ଆସୀନ ଥିଲେ । କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି , ମୁଖ୍ୟ ବକ୍ତା, ସମ୍ମାନୀତ ବକ୍ତା, ସମ୍ମାନିତ ଅତିଥି ,ଅତିଥି ମାନଙ୍କ ସହ ଧର୍ମିଣୀ ଓ ଉପସ୍ଥିତ ଥିବା ପାଞ୍ଚ ଜଣ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଘୁମେଶ ଚଲାନ,ଦିଲ୍ଲୀପ ଚଲାନ, ମଂଜିତ ସିଂ ବାରିକ, ବିଜୁଲ ରାଉତ, ଭାନୁଚନ୍ଦ୍ର କାଣ୍ଡ, ପରମାନନ୍ଦ ରାଉତ ରାୟ, ଜସିକ ଦଣ୍ଡସେନା,ପୁସ୍ତମ ମାଝୀ, ଘେନୁ ବେହେରା, ମନୁଲାଲ ବେହେରା, ଲବକାନ୍ତ ବାରିକ, ରେଶମ ଚଲାନ,ରାମଚନ୍ଦ୍ର ଶବର, ଗୌତମ ବାଗ, ଜିତେନ୍ଦ୍ର କୁମାର ପ୍ରଧାନୀ, ପୂର୍ଣ୍ଣ ଚନ୍ଦ୍ର ଯାନୀ, ଉଦ୍ଧବ ମାଝୀ, ଝରଣ ବକ୍ସି, କୋଡଣ୍ଡ ଧର ବାରିକ, ମଧୁସୂଦନ ପୋଡ଼,ସ୍ବର୍ଗତ ରାମ କୃଷ୍ଣ ଦଣ୍ଡସେନା ଙ୍କ ପୁଅ କହ୍ନା ଦଣ୍ଡସେନା, ସ୍ବର୍ଗତ ନୟନ ଦଣ୍ଡସେନା ଙ୍କ ସହ ଧର୍ମିଣୀ କଳ୍ପନା ଦଣ୍ଡସେନା, ଗୀତାଞ୍ଜଳି ଚଲାନ(ବାରିକ) ମଞ୍ଜୁମାଳା ବାରିକ(ବିଶି),ରାଶେଶ୍ୱରୀ ବାରିକ( ରାଉତ) ଭିତିଦେବୀ ଚଲାନ ସମେତ ବନ୍ଧୁ ମାନଙ୍କ ସପରିବାର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ସଂଯୋଜକ ପରମେଶ୍ୱର ବାରିକ ଓ ସହ ସମ୍ପାଦକ ଲଳିତ କୁମାର ବାରିକ ମଞ୍ଚ ପରିଚାଳନା କରିଥିଲେ । ଏ ଅବସରରେ ସ୍ବର୍ଗତ ତିନି ଜଣ ବନ୍ଧୁ ଓ ତିନି ଜଣ ଶିକ୍ଷକ ସ୍ୱର୍ଗ ଆରୋହଣ କରିଥିବା ରୁ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପାର୍ଥନା କରାଯାଇଥିଲା । ସମ୍ପାଦକ ଡୋଳାନନ୍ଦ ଚଲାନ ସମ୍ପାଦକୀୟ ବିବରଣୀ ,ରାସେଶ୍ୱରୀ ବାରିକ (ରାଉତ) ଓ ମଞ୍ଜୁଆଲା ବାରିକ( ବିଶି) ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଓ କୋଷାଧ୍ୟକ୍ଷ ଅନନ୍ତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ତିର୍ତ୍ତୋଲରୁ ଲଳିତଗିରି ଯାତ୍ରାକଲେ ସାମ୍ବାଦିକ ସୁରକ୍ଷା ସମିତିର ସାମ୍ବାଦିକ ମାନେ

Sunil Chandra Nayak

୨୦୬ ତମ ଅନନ୍ୟା ଅଡିଓ ଆସରରେ କବିତା ମେଳା

Sunil Chandra Nayak

ଶତାବ୍ଦୀ ଙ୍କ ଚିତ୍ରକଳା, ଚାନ୍ଦୁଆ ଓ ଅଦରକାରୀ ସାମଗ୍ରୀ ରେ କରୁଛନ୍ତି ପ୍ରଭୁ ଜଗନ୍ନାଥ ଙ୍କ ଚିତ୍ର 

Sunil Chandra Nayak

Leave a Comment

error: Content is protected !!