ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜପୁରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିଲିଗୁଡା ( ମ ନି ସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଠାରେ ଥିବା ମୋହନ ପ୍ୟାରୀ ନିଲ।ମ୍ବର ନେଗି ଡିଗ୍ରୀ କଲେଜ ଓ ସୁଧାଂଶୁ ଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ଠାରେ ଜଙ୍ଗଲ ,ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସମ୍ବାଦ ଆମ ଓଡ଼ିଶା , ଜୁନାଗଡ଼ ବନାଞ୍ଚଳ କଳାହାଣ୍ଡି ଦକ୍ଷିଣ ବନ ଖଣ୍ଡ ,ମୋହନ ପ୍ୟାରୀ ନିଲ।ମ୍ବର ନେଗି ଡିଗ୍ରୀ କଲେଜ ଓ ସୁଧାଂଶୁ ଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଚିଲିଗୁଡା ସମ୍ବାଦ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆ ଙ୍କ ତତ୍ୱ।ବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ।ଏଥିରେ ମୋହନ ପ୍ୟାରୀ ନିଲ।ମ୍ବର ନେଗି ଡିଗ୍ରୀ କଲେଜ ଅଧକ୍ଷ ରମେଶ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ସମ୍ମାନିତ ଅତିଥି ଭାବେ ଆମ ଜଙ୍ଗଲ ଯୋଜନା ର ଡି ଓ ଦିଲୀପ କୁମାର ବେହେରା ,ଫରେଷ୍ଟ ଗାର୍ଡ ତପଶ୍ୱନି ନ।ଏକ , ରୀନା ମାଝି ,ଶ୍ରୀନିବାସ ବଣୁଆ ପ୍ରମୁଖ ଉପସ୍ଥିତ ରହି ବନ ମହୋତ୍ସବ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଏଥିରେ ଅଧ୍ୟାପକ ନୃସିଂହ ଦାସ ,ଜିତେନ୍ଦ୍ର ପଣ୍ଡା ,ସନ୍ତୋଷ ପ୍ରଧାନ ,ବିନତା ପାଳ ,ଲଷ୍ମୀ ଧ ଙ୍ଗ ଡ଼ା ମାଝି ,ଅର୍ଘ୍ୟଞ୍ଜଳି ଭୋଇ ,ଦଶ ମନ୍ତ ରଣା ,ବିଭୁତି ମଶ୍ରା ,ମଧୁସୂଦନ ନ।ଏକ ,ବୈଷ୍ଣବ ପଟେଲ ମୁକୁନ୍ଦ ମାଝି ,ସାଧୁରାମ ଗହୀର ,ଉମା କାନ୍ତ ନ।ଏକ ,ଉଦ୍ଧବ ମାଝି ଓ ଫରେଷ୍ଟ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ରେ ୧୦୦ ଗୋଟି ଚାରା ରୋପଣ କରାଯାଇଥିଲା ।। ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ସମ୍ବାଦ ପ୍ରତିନିଧି ବିଭୁପ୍ରସାଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ , ଚିଲିଗୁଡା

Related posts

Hindalco’s Baphlimali becomes India’s first bauxite mine to secure ASI certification

Sunil Chandra Nayak

ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାରେ ପଡିଥିଲେ ଛାତ୍ରୀ, ଥାନା ଅଧିକାରୀ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଲେ

masiha

ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ 

masiha

Leave a Comment

error: Content is protected !!