ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ପ୍ରକାଶ ପାଇଲା +୨ ପ୍ରଥମ କଟ୍‌ଅଫ୍‌ ମାର୍କ , କଳା, ବିଜ୍ଞାନ ଓ ବାଣିଜ୍ୟ କଟ୍‌ଅଫ୍‌ ମାର୍କରେ ରେଭେନ୍ସା ଜୁନିଅର କଲେଜ ଆଗରେ

ପ୍ରକାଶ ପାଇଲା ଚଳିତ ବର୍ଷର +୨ ପ୍ରଥମ କଟ୍‌ଅଫ୍‌ ମାର୍କ । କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଜୁନିଅର କଲେଜ ଆଗରେ ରହିଛି । ରେଭେନ୍ସାରେ କଳାରେ ୮୦%, ବିଜ୍ଞାନରେ ୯୧.୬୭ କଟ୍‌ଅଫ୍‌ ମାର୍କ ରଖିଛନ୍ତି । ବାଣିଜ୍ୟରେ ୭୯.୨୦% କଟ୍‌ଅଫ୍‌ ସହ ରେଭେନ୍ସା ସବୁଠୁ ଆଗରେ ରହିଛି ।

+୨ ବିଜ୍ଞାନ ପାଇଁ ରେଭେନ୍ସା କଟ୍‌ଅଫ୍‌ ସର୍ବାଧିକ ୯୧.୬୭% ରହିଥିବା ବେଳେ ୨ୟରେ ବାଲେଶ୍ୱର ଏଫ୍‌ଏମ୍ (ଫକିରମୋହନ କଲେଜ) ୯୦%, ୩ୟରେ ବିଜେବି ୮୯%, ୪ର୍ଥରେ ନୀଳକଣ୍ଠ ନଗର ଏସ୍‌ଏସ୍‌ଭିଏମ୍‌ ୮୯% ଏବଂ ୫ମରେ ସୋର ୟୁଏନ୍ ୮୬.୮୩% ରହିଛି ।

ସେହିପରି +୨ କଳାରେ ରେଭେନ୍ସା କଟ୍‌ଅଫ୍‌ ସର୍ବାଧିକ ୮୦% ରହିଥିବା ବେଳେ ୨ୟରେ ରାଉରକେଲା ସରକାରୀ କଲେଜ ୭୯%, ୩ୟରେ ଡିଏଭି ଟିଟିଲାଗଡ଼ ୭୮.୬୭%, ୪ର୍ଥରେ ଏଫ୍ଏମ୍ ବାଲେଶ୍ୱର ୭୮% ଏବଂ ୫ମରେ ଭବାନୀପାଟଣା କଲେଜ ୭୭.୫୦% ରହିଛି ।+୨ ବାଣିଜ୍ୟରେ ରେଭେନ୍ସା କଟ୍ଅଫ୍‌ ସର୍ବାଧିକ ୭୯.୨୦% ଥିବାବେଳେ ୨ୟରେ ରାଉରକେଲା ସରକାରୀ କଲେଜ ୭୭.୩୩ % , ୩ୟରେ ବିଜେବି ୭୩%, ୪ର୍ଥରେ କଟକ ଜେକେବିକେ ୭୨.୨୦% ଏବଂ ୫ମରେ କଟକ ଶୈଳବାଳା ୭୨.୧୭% ରହିଛି ।ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଦିନ ୧୧ଟା ୪୫ ରେ ପ୍ରକାଶ ପାଇଛି ମେରିଟ ଲିଷ୍ଟ । ଏହାସହିତ ଛାତ୍ର ଛାତ୍ରୀ ନିଜର ଇନଂଟିମେଶନ ଲେଟର ସାମସ୍ ପୋର୍ଟାଲରୁ ଡାଉନ୍ ଲୋଡ କରିପାରିବେ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଯୋଗ୍ୟ ବିବେଚିତ ଛାତ୍ର ଛାତ୍ରୀ ମାନେ ପାଇଥିବା ଇଣ୍ଟିମେଶନ ଅନୁଯାୟୀ ନିଜ ନିଜ ହାଇଅର୍ ସେକେଣ୍ଡାରୀ ସ୍କୁଲରେ ନାମ ଲେଖାଇବେ ।ଜୁଲାଇ ୮ ରୁ ୧୪ ହେବ ସ୍ଲାଇଡ୍ ଅପ୍ ପ୍ରକ୍ରିୟା । ଏହାପରେ ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ । ଜୁଲାଇ ୨୦ ରୁ ୨୨ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ସୂଚନାଯୋଗ୍ୟ ଜୁନ ୩୦ ରୁ ସାମସ୍ ପୋର୍ଟାଲ ରେ ଆବେଦନ ଶେଷ ହୋଇଥିଲା । ଚଳିତ ଥର ରାଜ୍ୟରେ ଥିବା ୨୧୫୮ ହାଇଆର ସେକେଣ୍ଡାରୀ ସ୍କୁଲରେ ଥିବା ୫ଲକ୍ଷରୁ ଅଧିକ ସିଟ୍ ପାଇଁ ଆବେଦନ କରିଛନ୍ତି ୪ଲକ୍ଷ ୭୨,୨୭୯ ଜଣ ଛାତ୍ରଛାତ୍ରୀ।

ପ୍ରଥମ ପର୍ଯ୍ୟାୟ କଟ ଅଫ୍ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କୁ ଆଜି ଇଣ୍ଟିମେସନ ଲେଟର ପଠାଯିବ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ରୁ ଆରମ୍ଭ ହୋଇ ଜୁଲାଇ ୧୩ ତାରିଖ ମଧ୍ୟରେ ଶେଷ ହେବ। ସେହିପରି ଦ୍ବିତୀୟ ମେଧା ତାଲିକା ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ। ନାମଲେଖା ପ୍ରକ୍ରିୟା ଜୁଲାଇ ୨୨ ତାରିଖ ସୁଦ୍ଧା ସରିବ। ସେହିପରି ଅନଲାଇନ୍ ସ୍ପଟ୍ ନାମଲେଖା ପ୍ରକ୍ରିୟା ଜୁଲାଇ ୨୧ରୁ ଆରମ୍ଭ ହୋଇ ଜୁଲାଇ ୨୭ ତାରିଖ ସୁଦ୍ଧା ସରିବ । ଅଗଷ୍ଟ ୧ରୁ ଆରମ୍ଭ ହେବ ପାଠପଢ଼ା। ଘୋଷଣା କଲେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ରଘୁରାମ ଆର୍ ଆୟର।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବଢ଼ିଲା ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା । ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ବଦଳିଲା ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା: ଆଉ ହେବନି ସମ୍ମେଟିଭ ପରୀକ୍ଷା, ବର୍ଷ ଶେଷରେ ହେବ ଗୋଟିଏ ବୋର୍ଡ ପରୀକ୍ଷା

ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ବାଦାମପାହାଡ଼ ରେଳ ଷ୍ଟେସନରୁ ୩ଟି ନୂଆ ଟ୍ରେନ ଏବଂ ରାଇରଙ୍ଗପୁର ଡାକଘର ଡିଭିଜନ ଲୋକାର୍ପିତ 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort