ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳିତ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଲୋହାରପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ସଭା କକ୍ଷ ପରିସର ରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଶୁଶୀଲ କୁମାର ତ୍ରିପାଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବ୍ଳକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ମୁଖ୍ୟବକ୍ତା ଭାବେ ଖଡ଼ିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡ଼. ଫଣିନ୍ଦମ ସିଂ ଦେଓ , ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ନୂଆପଡ଼ା ଜିଲ୍ଲା ଶିକ୍ଷା କ୍ରୀଡା ନିରୀକ୍ଷକ ମହେଶ କୁମାର ଦଣ୍ଡସେନା, ସରକାରୀ ଉଚ୍ଚ ବିଦ୍ୟାଳୟ ଲୋହାରପାଲି ର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ଦଣ୍ଡସେନା ମଞ୍ଚ ଆସୀନ ରହି ବର୍ତ୍ତମାନ ଜଙ୍ଗଲ କୁ ଯେଉଁ ପରି ଭାବେ କଟା ଯାଉଛି, ତାହା ପାଇଁ ପରିବେଶ ଅସନ୍ତୁଳିତ ହୋଇପଡୁଛି । ତେଣୁ ଆମେ ସମସ୍ତେ ଗଛ ଲଗାଇ ପରିବେଶ କୁ ସନ୍ତୁଳିତ କରିବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ରେ ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଂସ୍କୃତା ବଡ଼ନାୟକ, ଖରିଆର ରୋଡ଼ ବନାଞ୍ଚଳ ଅଧିକାରୀ କେଶବ ଦଣ୍ଡସେନା ଯୋଗଦାନ କରିଥିବା ବେଳେ ଫରେଷ୍ଟର ଦୁର୍ଯ୍ୟୋଧନ ଦୀକ୍ଷିତ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ନୂଆପଡା ଜିଲ୍ଲା ର ସମସ୍ତ ଫରେଷ୍ଟ କର୍ମଚାରୀ ଓ ପଞ୍ଚାୟତ ହାଇସ୍କୁଲ ଲୋହାରପାଲି ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

.

Related posts

ସଦର ଥାନା ଅଧିକାରୀଙ୍କୁ ଭେଟିଲା ରାଷ୍ଟ୍ରୀୟ ପତ୍ରକାର ସଂଘ 

masiha

Guru Pankaj Utsav and Mahari Samman Inaugural Evening Dance Artist Adyasha Mishra captivated the audience through Odissi dance.

masiha

ଲଗାଣ ବର୍ଷାରେ ବିଧବା ମହିଳାଙ୍କ ଘର ଭୁଶୁଡ଼ିଲା, ସରକାରୀ ସହାୟତା ଦାବି

Leave a Comment

error: Content is protected !!