ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଭାଗବତ ଟୁଙ୍ଗିକୁ ମାତ୍ର ଟ. 25000/- ସରକାରୀ ସହାୟତା ମିଳିଛି

ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଭାଗବତ ଟୁଙ୍ଗିକୁ ମାତ୍ର ଟ. 25000/- ସରକାରୀ ସହାୟତା ମିଳିଛି

 ଓଡ଼ିଶା ରାଜ୍ୟ ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପତ୍ର ସଂଖ୍ୟା 268(30)/ଓଭାସାସଂ/ତା:08.01.2024 ଏବଂ L No.173/OLL & C, Dtd.05.01.2024 ର କ୍ରମାଙ୍କ 04 ର (b) ରେ ରାଜ୍ୟରେ ସକ୍ରିୟ ଥିବା ଭାଗବତ ଟୁଙ୍ଗି ମାନଙ୍କୁ ଟ.50000/- ଲେଖାଏଁ ଆର୍ଥିକ ଅନୁଦାନ ପ୍ରଦାନ କରିବା ନିମନ୍ତେ ଜିଲ୍ଲା ସଂସ୍କୃତି ଅଧିକାରୀ ଗଣଙ୍କୁ ନିର୍ଦ୍ଦେଶ ଅଛି।

 ହେଲେ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ- ଗତ ତା: 18.03.2024 ରିଖରେ  ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଭାଗବତ ଟୁଙ୍ଗିର SBI BAZAR BRANCH, NABARANGPUR ରେ ଥିବା ଏକାଉଣ୍ଟ୍ ରେ ଟ.25000/-(ପଚିଶି ହଜାର ଟଙ୍କା) ମାତ୍ର ନବରଙ୍ଗପୁରର ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ଜମା କରି ଅଛି।

ଆଉ ମଧ୍ୟ ଗତ ଦୁଇ ବର୍ଷ ତଳେ 04.10.2021 ତାରିଖରେ ଅନୁରୂପ ଭାବେ ମାତ୍ର ଟ. 25000/- (ପଚିଶି ହଜାର ଟଙ୍କା) ମାତ୍ର ଉକ୍ତ ଏକାଉଣ୍ଟ୍ ରେ ଜମା ହୋଇ ଅଛି। ଦୀର୍ଘ ଚାରି ବର୍ଷ ମଧ୍ୟରେ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଭାଗବତ ଟୁଙ୍ଗିକୁ 25 ହଜାର ଲେଖାଏଁ ଦୁଇ ଥରରେ ମୋଟ ପଚାଶ ହଜାର ଟଙ୍କା ମାତ୍ର ସଂସ୍କୃତି ବିଭାଗର ଆର୍ଥିକ ଅନୁଦାନ ରାଶି ମିଳି ଅଛି।

ଗତ ତିନି ଦିନ ପୂର୍ବେ ରାଜ୍ୟର ବିଭିନ୍ନ ଦୂର ଦର୍ଶନ ଚାନେଲ୍ ରେ ଘୋଷଣା କରା ଗଲା ଯେ, ଓଡ଼ିଶାର 7200 ଗୋଟି ଭାଗବତ ଟୁଙ୍ଗିକୁ ଟ. 50000/- ଲେଖାଏଁ ଆର୍ଥିକ ଅନୁଦାନ ରାଶି ମିଳିବ।କିନ୍ତୁ ଏ କଣ ହେଲା ?

ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଭାଗବତ ଟୁଙ୍ଗିର ବ୍ୟାଙ୍କ ଏକାଉଣ୍ଟ୍ ରେ ଗତ 18.03.2024 ତାରିଖରେ ମାତ୍ର ଟ. 25000/- ଜମା ହୋଇ ଅଛି।କେବଳ ଏତିକି ନୁହେଁ; ଗତ 2021ମସିହାରେ ମଧ୍ୟ 50000/- ଟଙ୍କା ପରିବର୍ତ୍ତେ 25 ହଜାର ଟଙ୍କା ହିଁ ମିଳି ଥିଲା । ଏହି ଭଳି ଖେଳ ଉକ୍ତ ଭାଗବତ ଟୁଙ୍ଗି ସହିତ ଦୁଇ ଦୁଇ ଥର ହୋଇ ଗଲା।ପ୍ରତି ଥର ଅବଶିଷ୍ଟ 25 ହଜାର ଟଙ୍କା ଯାଉଛି କୁଆଡେ ? ଅତ ଏବ ଏହାର ଉପଯୁକ୍ତ ତଦନ୍ତ କରା ଯିବା ପାଇଁ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଭାଗବତ ଟୁଙ୍ଗି, ତାରାଗାଁ, ନବରଙ୍ଗପୁରର ତତ୍ତ୍ଵାବଧାରକ ଡ଼: ନୀଳ କଣ୍ଠ ପାଢ଼ୀ ଓ କର୍ମକର୍ତ୍ତା ଗଣ ଦାବୀ ଉପସ୍ଥାପନ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଛିଲିପା କର୍ମଚାରୀ ସଂଘ ଗଠନ ଓ କର୍ମକର୍ତ୍ତା ଚୟନ

masiha

କନ୍ଧମାଳରେ ଜାତୀୟ ସ୍ତରୀୟ ପାର୍କ ନିର୍ମାଣ ପାଇଁ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି

masiha

‘ସମ୍ୱାଦ’ ସାହିତ୍ୟ ଘର ରୁପ୍ରା ଶାଖା ଓ କେସିଙ୍ଗା ବନାଞ୍ଚଳର ମିଳିତ ସହଯୋଗରେ ବୃକ୍ଷ ରୋପଣ ଅନୁଷ୍ଠିତ 

Leave a Comment

error: Content is protected !!