ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ମାନଙ୍କ ମିଳିତ ବୈଠକ ଅନୁଷ୍ଠିତ

ବାଲେଶ୍ଵର,୧୧/୦୧/୨୩- ନିକଟରେ ବାଲେଶ୍ଵର ଜିଲ୍ଲା ଖଇରା ଓ ସିମୁଳିଆ ବ୍ଳକର କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ଖଇରା ବ୍ଲକ ଗଣ୍ଡିଵେଢ଼ ନିକଟ ଏସଆର ଗ୍ରୁପ କମ୍ପାନୀ ପରିସରରେ ଥିବା ସିରିଡି ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଏହି ଵୈଠକରେ ଖଇରା ବ୍ଲକର ବରିଷ୍ଠ ସମାଜ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟରତ ସାମ୍ବାଦିକ ମାନେ ଖବର ସଂଗ୍ରହ କ୍ଷେତ୍ରରେ ଉପୁଜିଥିବା ସମସ୍ୟା, ବୀମା ରାଶି ୫ଲକ୍ଷ ଟଙ୍କାକୁ ଵୃଦ୍ଧି କରିବା ସହିତ ସରକାରଙ୍କ ପେନସନ ଯୋଜନା ଲାଗୁ କରାଯିବା ନେଇ ଦାବି କରାଯାଇଥିଲା । କାର୍ଯ୍ୟରତ ସାମ୍ବାଦିକ କିଶୋର ଵେହେରା କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ପଡ଼ିଥିବାରୁ ତାଙ୍କୁ ସରକାରୀ ଓ ବେସରକାରୀ ସ୍ତରରେ ସାହାଯ୍ୟ ଯୋଗାଇ ଦେବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଯୁବ ସମାଜସେବୀ ତଥା ସାମ୍ବାଦିକ ଇଂ ରାଜେଶ କୁମାର ମହାକୁଡ ପ୍ରାରମ୍ଭିକ ଅଭିଭାଷଣ ରଖିଵା ସହିତ ଏକତ୍ରିତ ହୋଇ କଲମ ଚାଳନା କରିବା ନେଇ ପ୍ରସ୍ତାବ ଆଗତ କରିଥିଲେ । ଶ୍ରୀ ମହାକୁଡଙ୍କ ତରଫରୁ ଆଗତ ପ୍ରସ୍ତାବକୁ ଉପସ୍ଥିତ ସାମ୍ବାଦିକ ମାନେ ସ୍ବାଗତ କରିଥିଲେ । ଏଥିରେ ଖଇରା ଓ ସିମୁଳିଆ ବ୍ଳକରେ କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗ ଵକ୍ତବ୍ୟ ପ୍ରଦାନ କରି ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଟିପିଏନଓଡିଏଲ ଏବଂ ଅଗ୍ନୀଶମ ବିଭାଗ ତରଫରୁ ଅଗ୍ନିଶମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ାର ୨୩ ତମ ବାର୍ଷିକ ଉତ୍ସବ

Sunil Chandra Nayak

ନବରଙ୍ଗପୁରରେ ଡଃ ସଦାଶିବ ତ୍ରିପାଠୀ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!