ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୯୯୩ ବ୍ୟାଚ ଆପ୍ରେଣ୍ଟିସ ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ରାଉରକେଲା :ମାର୍ଚ୍ଚ ମାସ ୧୯୯୩ ମସିହା ମାର୍ଚ୍ଚରେ ଟ୍ରେଡ ଆପ୍ରେଣ୍ଟିସ ଭାବେ ରାଉରକେଲା ଇସ୍ପାତ କାରଖାନା ( ସେଲ)ରେ ଯୋଗ କରିଥିବା ସାଙ୍ଗସାଥି ମାନେ ଦୀର୍ଘ ପ୍ରାୟ ୨୯ ବର୍ଷ ପରେ ପୁଣି ଏକାଠି ହୋଇ ସେକ୍ଟର ୧୮ ସୋସିଆଲ ହୋମ ( ରାଉରକେଲା)ରେ ସପରିବାର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଦୀପ ପ୍ରଜ୍ବଳନ ସହିତ ଉତ୍କଳ ସଙ୍ଗୀତ ଗାନ ଓ ତାହାପରେ ଇହ ଜଗତରେ ନଥିବା ବନ୍ଧୁ ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ତାପରେ ନିଜ ନିଜର ଭାବ ଆଦାନ ପ୍ରଦାନ ସହିତ ନାଚ, ଗୀତ, ଖେଳ ଓ ଭୋଜିଭାତର ଆୟୋଜନ କରି ବଡ଼ ଆନନ୍ଦ ଉଲ୍ଲାସରେ ନିଜର ପୁରୁଣା ସ୍ମୁତି କୁ ମନେ ପକାଇ ଅତି ଭାବ ବିହ୍ଵଳ ମୁହୂର୍ତ୍ତ ଅତିବାହିତ କରିଥିଲେ । ଶେଷରେ ସମସ୍ତେ ଏକାଠି ହୋଇ ଶପଥ ନେଲେଯେ ଏହାକୁ ପ୍ରତିବର୍ଷ ପାଳନ କରିବେ । ଏଥିରେ ସର୍ବଶ୍ରୀ ଅଜିତ କୁମାର ପୃଷ୍ଟି , ଲଙ୍ଗୁଳି ଚରଣ ବେହେରା, ସଞ୍ଜୟ ମହାପାତ୍ର, ପ୍ରତାପ ଚନ୍ଦ୍ର ସ୍ବାଇଁ, ପ୍ରଭାତ କୁମାର ଜେନା,ସତ୍ୟବାନ ଖୁଣ୍ଟିଆ, କେଶବ ଚନ୍ଦ୍ର ସାହୁ, ସମୀର କୁମାର ମିଶ୍ର, ବସନ୍ତ ମଲ୍ଲିକ, ସନ୍ତୋଷ କୁମାର ସାହୁ,ସୁଶାନ୍ତ କୁମାର ମିଶ୍ର, ସରୋଜ କୁମାର ମିଶ୍ର ଓ ଅନ୍ୟ ସାଙ୍ଗ ସାଥି ମାନେ ମିଶି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଏଜେଓ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସ ଦୁଇ ଦିନିଆ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ

Sunil Chandra Nayak

ଢେ଼ଙ୍କାନାଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୪୯ ତମ କ୍ରୀଡାଉତ୍ସବ ପାଳିତ

masiha

କୋକସରାଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!