ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଉତ୍କଳ ସଂଘରେ ନବବର୍ଷ ଉପଲକ୍ଷେ ‘ମୋ ପ୍ରିୟ କବି ଓ କବିତା’ ପାଠ ଅନୁଷ୍ଠିତ

ପ୍ରଗତି ଉତ୍କଳ ସଂଘରେ ନବବର୍ଷ ଉପଲକ୍ଷେ ‘ମୋ ପ୍ରିୟ କବି ଓ କବିତା’ ପାଠ ଅନୁଷ୍ଠିତ

ରାଉରକେଲା: ପ୍ରତିବର୍ଷ ପରି ନୂତନ ବର୍ଷକୁ ସ୍ବାଗତ ଜଣାଇବା ପାଇଁ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଏକ ନିଆରା ଢଙ୍ଗରେ ‘ମୋ ପ୍ରିୟ କବି ଓ କବିତା’ କାର୍ଯ୍ୟକ୍ରମ ସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଅରଣ୍ୟା ସାହିତ୍ୟ ସଂସଦର ସଭାପତି ରାଜକିଶୋର ଷଡ଼ଙ୍ଗୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସଂଘର ଉପସଭାପତି ଡଃ ପ୍ରଭାତ କୁମାର ମଲ୍ଲିକ ଖ୍ରୀଷ୍ଟିୟ ନବବର୍ଷ ପାଳନର ପରମ୍ପରା ଇଂରେଜ ମାନଙ୍କ ଦ୍ୱାରା ନୁହଁ ବରଂ ରୋମାନ ମାନଙ୍କ ଦ୍ବାରା ଆରମ୍ଭ କରାଯାଇଛି ବୋଲି କହିବା ସହ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଶ୍ରୀ ଷଡ଼ଙ୍ଗୀ ଆଧୁନିକ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତାର ବହୁଳ ବ୍ୟବହାର ଦ୍ବାରା ବର୍ତ୍ତମାନର ଯୁବପିଢି ସାହିତ୍ୟ- ସଂସ୍କୃତି ଠାରୁ ଦୂରେଇ ଯାଉଥିବା ବେଳେ, ସେମାନଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ ପାଇଁ ସାହିତ୍ୟିକ ମାନେ ଆଗେଇ ଆସିବାକୁ ଆହ୍ବାନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଉତ୍କଳ ଗୀତିକବି ସମାଜର ସଭାପତି ତାରିଣୀ ଚରଣ ସାହୁଙ୍କ ସଭାପତିତ୍ବରେ ଏବଂ ସ୍ମିତା ମିଶ୍ର ଓ ବିଜୟିନୀ ଜେନାଙ୍କ ସଂଯୋଜନାରେ କବିତା ପାଠ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ ଶ୍ରୀମଦ୍ ଭଗବଦ୍ ଗୀତାର ଦ୍ବାଦଶ ଅଧ୍ୟାୟ ଭକ୍ତି ଯୋଗ ଆବୃତ୍ତି କରିଥିଲେ। ଡାକ୍ତର କୃପାସିନ୍ଧୁ ନାୟକ, କୁଞ୍ଜବିହାରୀ ରାଉତ,ଉପେନ୍ଦ୍ର ବସ୍ତିଆ, ବବିତା ମହାନ୍ତ, ଗୀତାରାଣୀ ବେହେରା, ଆର୍ତ୍ତତ୍ରାଣ ମହାପାତ୍ର, ଅମୃତ ଗଜେନ୍ଦ୍ର ଚାର୍ଡିଆ, ବିଭୂ ନାୟକ, ଗଦାଧର ରଥ, ଜଗନ୍ନାଥ ରାଉତ, ସଂପ୍ରୀତି ସାହୁ, ଶ୍ରେୟସୀ ସାହୁ, ସତ୍ୟବ୍ରତ ଦାସ, ବିକ୍ରମ କୁମାର ନାୟକ, ଅର୍ଚ୍ଚନା ପାତ୍ର, ଶ୍ରୀଧର ସୁନା, ସସ୍ମିତା ପ୍ରଧାନ,ପୁଷ୍ପା ପଟେଲ, ପ୍ରତାପ କୁମାର ପଣ୍ଡା, ଗୌତମ ଦାସ, ସୁନୀଲ କୁମାର ମହାନ୍ତି, ବ୍ରହ୍ମାନନ୍ଦ ପାଢ଼ୀ, ଆଲୋକ ବୋଷ, ତ୍ରିଲୋଚନ ସ୍ବାଇଁ, ଶୁଚିସ୍ମିତା ପଣ୍ଡା, କରୁଣାକର ପାଟ୍ଟଶାଣୀ, ସତ୍ୟନାରାୟଣ ଦାଶ, ସୁନୀଲ କୁମାର ଦାଶ, ମୀନକେତନ ପଶାୟତ, ପ୍ରଣତି ବେହେରା, ଅଜୟ କୁମାର ମହାନ୍ତି, ତ୍ରୀନାଥ ସିଂହ, ନଳିନୀ କାନ୍ତ ଧର, ନିକୁଞ୍ଜ ବିହାରୀ ଦାଶ, ରାଜୀବ ପାଣି, ଭୋଳେଶ୍ବର ବେହେରା ଏବଂ ବିଜୟିନୀ ଜେନା ପ୍ରମୁଖ ନିଜର ପ୍ରିୟ କବିଙ୍କର କାଳଜୟୀ କବିତା ପାଠ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ, ଯୁଗ୍ମ ସମ୍ପାଦକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ, ସମ୍ପାଦକ ରାଧାମୋହନ ନାୟକ, କୋଷାଧ୍ୟକ୍ଷ ବିପିନ ବିହାରୀ ପଟ୍ଟନାୟକ, ଇନ୍ଦ୍ରମଣି ମହାପାତ୍ର, ପ୍ରସନ୍ନ କୁମାର ମହାନ୍ତି, ଶୁଭ୍ରାଂଶୁ ଶେଖର ମହାପାତ୍ର, ରଂଜନ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିବାବେଳେ ସହରର ଶତାଧିକ ସାହିତ୍ୟ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅବସରରେ ଗୀତିନାଟ୍ୟ କାଞ୍ଚିକାବେରୀ ମଞ୍ଚସ୍ଥ

masiha

ଝଡବାତ୍ୟାରେ ଘର ଉପରେ ଗଛ ପଡି ଭିନ୍ନକ୍ଷମ ଙ୍କ ଘର ଭାଙ୍ଗିଗଲା

masiha

କଳାହାଣ୍ଡି ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଗୁରୁତ୍ବପୂର୍ଣ୍ଣ ବୈଠକ

masiha

Leave a Comment

error: Content is protected !!