ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁ ପାଠାଗାରର ପ୍ରତିଷ୍ଠା ଦିବସ ଓ ନବବର୍ଷ ପାଳନ

ଗୋପବନ୍ଧୁ ପାଠାଗାରର ପ୍ରତିଷ୍ଠା ଦିବସ ଓ ନବବର୍ଷ ପାଳନ

ରାଉରକେଲା:ସହରର ପ୍ରମୁଖ ସାହିତ୍ୟ ଅନୁଷ୍ଠାନ ଗୋପବନ୍ଧୁ ପାଠାଗାରର ୨୨ତମ ପ୍ରତିଷ୍ଠା ଦିବସ ସହ ନବବର୍ଷ ପାଳନ ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ହାଇଟେକ୍ ମେଡିକାଲ୍ କଲେଜର ସି.ଇ.ଓ. ଡା ସୁଶାନ୍ତ କୁମାର ଆଚାର୍ଯ୍ୟ, ସମ୍ମାନୀତ ଅତିଥି ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତି ଏବଂ ମୁଖ୍ୟବକ୍ତା ଭାବେ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଛେଣ୍ଡ କଲୋନୀର ପ୍ରମୁଖ ସ୍ଥାନରେ ଅବସ୍ଥିତ ଏହି ପାଠାଗାର ଦୀର୍ଘ ଏକୋଇଶି ବର୍ଷ ଧରି ରାଉରକେଲାର ସାହିତ୍ୟ -ସଂସ୍କୃତି କ୍ଷେତ୍ରରେ ନିଜର ପ୍ରତିଷ୍ଠା ଜାହିର କରିବା ସହ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ ହେଉଥିବାରୁ ବକ୍ତା ମାନେ କର୍ମକର୍ତ୍ତା ମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଡା ଆଚାର୍ଯ୍ୟ ଭବିଷ୍ୟତରେ ପାଠାଗାରରେ ସ୍ବାସ୍ଥ୍ୟ ଶିବିର ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସାଧନା ଡେନ୍ସ ଏକାଡେମୀର ଗୁରୁ ମାନଭଞ୍ଜନ ସାମନ୍ତରାୟଙ୍କ ତତ୍ବାବଧାନରେ ୩୦ ଜଣ କଳାକାରଙ୍କ ନୃତ୍ୟ ପରିବେଷଣ ଦର୍ଶକ ମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ଅତିଥି ଗଣଙ୍କ ସହ ରୋଟାରୀ କ୍ଳବ୍ ର ସଭାପତି ସନ୍ତୋଷ କୁମାର ମିଶ୍ର କଳାକାର ମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ରାଜକୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ହରିହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ନୃତ୍ୟ ଶିଳ୍ପୀ ଦିବ୍ୟାଂଶା ଏବଂ ତନ୍ଭୀଙ୍କ ସହ ପାଠାଗାର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ସାହିତ୍ୟ -ସଂସ୍କୃତି ପ୍ରେମୀ ସଦସ୍ୟ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧବଳେଶ୍ଵର ମହାବିଦ୍ୟାଳୟ ରେ ନୂତନ ଛାତ୍ରଙ୍କ ସ୍ବାଗତ ସମାରୋହ

masiha

ଦକ୍ଷିଣ ରାଉରକେଲା:ପରିତ୍ୟକ୍ତ ଇସ୍ପାତ ହାଇସ୍କୁଲର ବ୍ୟବହାରିକ ଉପଯୋଗ ନେଇ ପ୍ରଶାନ୍ତଙ୍କ ଦାବି

masiha

ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ପ୍ଲାଷ୍ଟିକ ବର୍ଜନ ସଚେତନତା ରାଲି

Sunil Chandra Nayak

Leave a Comment

error: Content is protected !!