ବନ୍ଧୁଗାଁ ତା,୩/୭/୨୩, // କୋରାପୁଟ ଜିଲ୍ଲା ଅନ୍ତର୍ଗତ ସାନ ସରପୋଲୀ ଠାରେ ଆଜି ସିପିଆଇ (ଏମ୍ଏଲ) ଲିବରେସନର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସି ପି ଆଇ(ଏମଏଲ) ଲିବରେସନ ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଉପସ୍ଥିତ ରହି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିତି ବିରୁଦ୍ଧରେ ବିଶୃତ ଆଲୋଚନା କରିବା ସଙ୍ଗେ ସଙ୍ଗେ ଅକ୍ଟୋବର ମାସରେ ବନ୍ଧୁଗାଁ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯିବା ନେଇ ପ୍ରକାଶ କରିଥିଲେ । ଏଥିରେ ଥିଲା ଜଙ୍ଗଲ ଜମି, ଜଳ ଆମ ଅଧିକାର, କୋର୍ପରେଟ ଲୁଟ ବନ୍ଦ କର, ସମ୍ଭିଧାନ ବଞ୍ଚାଅ, ଦେଶ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ ମୂଳ ଲକ୍ଷକୁ ନେଇ ଆଜି ବୈଠକରେ ଆଲୋଚନା ହୋଇଥିଲା I ସ୍ଵାଧୀନତା ବହୁ ବର୍ଷ ପରେ ବି ବନ୍ଧୁଗାଁ ବ୍ଲକରେ ଗରିବ ଆଦିବାସୀ ଦଳିତ ବର୍ଗର ବିକାଶ ହୋଇପାରୁନି । (MGNREGA )କାମ ଗରିବ ଲୋକଙ୍କ ପାଇଁ ସ୍ପପ୍ନରେ ରହିଯାଇଛି I କାମ ନପାଇ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି । ସରକାର ଏ ସମ୍ପର୍କରେ ଦୃଷ୍ଟି ଦେଉନାହାନ୍ତି। ସେମାନେ କରି ଥିବା ଦାବି ଗୁଡ଼ିକ ହେଲା :-
୧- ସମସ୍ତଙ୍କୁ ରେସନ୍ କାର୍ଡ ଯୋଗାଇ ଦେବା ସହ ୫୦ କେଜି ଚାଉଳ ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦିଆଯାଉ। ୨-କେନ୍ଦ୍ର ସରକାରଙ୍କ ଜଙ୍ଗଲ ଅଧିକାର ଆଇନ ୨୦୨୨ ଓ ଗ୍ରାମ ସଭାକୁ ଅକାମୀ କରି ଦେବା ଚକ୍ରାନ୍ତ ବନ୍ଦ କରାଯାଉ । ୩-ସମସ୍ତ କ୍ଷେତ ମଜଦୁର ମାନଙ୍କୁ ଶିକ୍ଷା,ସ୍ୱାସ୍ଥ୍ୟ,ଘର ଡିହ ପଟା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୫ ଲକ୍ଷ୍ ଟଙ୍କା ଯୋଗାଇ ଦିଆଯାଉ । ୪-ସମସ୍ତ ଗରିବ ମାନଙ୍କୁ ଜବ କାର୍ଡ (ଏମ.ଜି.ଏନ. ଆର. ଈ.ଜି.ଏ.)କାମରେ ବର୍ଷକୁ ୨୦୦ ଦିନ କାମ ଦୈନିକ ୬୦୦ ଟଙ୍କା ଯୋଗାଇ ଦିଆଯାଉ ।୫- ପ୍ରତ୍ୟେକ ବାର୍ଦ୍ଧକ୍ଯ-ବିକଳାଙ୍ଗ ଗରିବ ଲୋକ ମାନଙ୍କୁ ମାସକୁ ୩୦୦୦ ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟରେ ପେନସନ ଦିଆଯାଉ ।୬-ସମସ୍ତ ଗରିବ ଲୋକ ମାନଙ୍କୁ ୨୦୯ ୟୁନିଟ୍ ବିଦ୍ୟୁତ୍ ମାଗଣା ରେ ଯୋଗାଇ ଦିଆଯାଉ ।୭-ବଦୁଂଗା ବ୍ଲକ ର ପ୍ରତେକ ପଞ୍ଚାୟତ ପ୍ରତେକ ଗାଁ ରେ ସୋଲାର ପାଣି ବଦଂ ରହିଛି ତୁରନ୍ତ କାର୍ଯ୍ୟକାରୀ କରାଯାଉ। ୮-ବଦୁଂଗା ବ୍ଲକ ରେ ୨୦୨୦ ଓ ୨୦୨୧ ମସିହାରେ ଗରିବ ଲୋକ ମାନେ ପାଇଥିବା ଇନ୍ଦିରା ଆବାସ ଯୋଜନା ର ବିଲ ପାଇ ପାରୁନାହାନ୍ତି ଅତି ଶିଘ୍ର ଦିଆଯାଉ। ୯- ବନ୍ଧୁଗାଁ ବ୍ଲକରେ ଧାନ ଲିମନ ଗ୍ରାସ ଛାଷି ମାନଙ୍କ ପାଇଁ ପାଣି ଯୋଗାଇବା ନାରେ ଉଠାଜଳସେଚନ ପ୍ରକଳ୍ପରୁ ପାଣି ବନ୍ଧ ଅଛି ତୁରନ୍ତ ପଦକ୍ଷେପ ନିଆଯାଉ । ୧୦-ବଦୁଂଗା ବ୍ଲକ ରେ ପ୍ରତେକ ଗାଁ ପଲ୍ଲିସଭା ଓ ଗ୍ରାମ ସଭା ଠପ ହୋଇଛି। ତୁରନ୍ତ ପଦକ୍ଷେପ ନିଆଯାଉ। ୧୧-ସରୁପିଲି ଛକ ଠାରୁ ଡିମିଟି ଗୁଡି ଜାଗିଂଡି ୱାଲସା ଓ ବର୍ଗୀ ପର୍ଯ୍ୟନ୍ତ ପକ୍କା ରାସ୍ତା କରାଯାଉ ।
ଏହି ବୈଠକରେ ଉପସ୍ଥିତ ରହି ଥିଲେ ପ୍ରକାଶ ହିକକା,କୃଷ୍ଣ ତାଡିଙ୍ଗ,ଲକ୍ଷ୍ମଣ ପିଡିକା,ରୁଦ୍ର ଗାଣ୍ଠା,ତାମାୟl ପୁଆଲା,ମୋହନ କାଡ୍ରାକଳ, ହିମିରିକା ନାନ୍ଧୁ ଅନେକ ଲୋକେ ଉପସ୍ଥିତ ରହିଥିଲେ I