ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ଜନ୍ମ ଉତ୍ସବରେ ରକ୍ତଦାନ ଶିବିର

ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ଜନ୍ମ ଉତ୍ସବରେ ରକ୍ତଦାନ ଶିବିର

ରକ୍ତ ଅଭାବରୁ କାହାର ଜୀବନ ନଯାଉ

କୋକସରା,୨୧/୭ // କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୨ତମ ଜୟନ୍ତୀ ଅବସରରେ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀଙ୍କ ମାର୍ଗଦର୍ଶନରେ କାଳୀକୃଷ୍ଣ ଆଶ୍ରମ, କନ୍ଦାଗଡ ଆମପାଣି ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ, ସମିତି ସଭ୍ୟ ନର୍ତ୍ତକୀ ଦଣ୍ଡସେନା, ବୁଢ଼ାରଜା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ, ନରେଶ ଯାଦବ, ସିଆରସିସି କେଦାର ନାଏକ, ଗୋପିଚାନ୍ଦ ନାଏକ, କାଳୀକୃଷ୍ଣ ସଂଘର ପ୍ରିୟାନନ୍ଦ, ମାଧବାନନ୍ଦ, ଲକ୍ଷ୍ମୀକାନ୍ତ ଖମାରୀ, ତନୁକଲାଲ ନାଗ ଉପସ୍ଥିତ ରହିଥିଲେ। ଜିତେନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଶିବିରରେ ଗଣେଶ ଅଗସ୍ତି, ଅଭିନ୍ନ ମାଝୀ, ଲଚିମଧର ମାଝୀ, ତପନ ନାଏକ, ଦୁର୍ବଳ ଧଙ୍ଗଡାମାଝୀ, ନବିନ ମେହେର, ଅଭିଜିତ ପଣ୍ଡା, ଦିଲ୍ଲିପ ଠାକୁର, ଅତବଳ ମାଝୀ, ଗୋବର୍ଦ୍ଧନ ମାଝୀ, ଟୁନୁ ମାଝୀ, ଛନ୍ଦା ଧଙ୍ଗଡାମାଝୀ, ରାମ ନାଏକ, ଶବର ଚଳାନ, ଚୁଡ଼ାମଣି ମାଝୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଶିବିରରେ କାଳୀକୃଷ୍ଣ ସଂଘର ଶିଷ୍ୟଶିଷ୍ୟା ଓ ଶୁଭେଚ୍ଛୁମାନେ ରକ୍ତଦାନ କରିଥିଲେ । ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଓଡ଼ିଶା ରକ୍ତ କେନ୍ଦ୍ର ଧର୍ମଗଡରୁ ଏଲ ଟି ଗଜାନନ ବେହେରା, ନିଗମ ଗୋପାଳ, ଡମ୍ବରୁ ମେହେର, ମାଧବ ଗୋପାଳ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବାଲିଗୁଡାରେ ୮୯ ତମ ଉତ୍କଳ ଦିବସ ପାଳିତ

masiha

ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

masiha

ପଶ୍ଚିମବାର୍ଡ଼ ମଣ୍ଡଳସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!