ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଉତ୍କଳ ସଂଘରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପ୍ରଗତି ଉତ୍କଳ ସଂଘରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା :ବୃକ୍ଷ ହିଁ ଜୀବନ। ପରିବେଶ ସନ୍ତୁଳନ ରକ୍ଷା ପାଇଁ ବ୍ୟାପକ ବୃକ୍ଷ ରୋପଣର ଆବଶ୍ୟକତା ରହିଛି। ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ସାହିତ୍ୟ – ସଂସ୍କୃତି କାର୍ଯ୍ୟକ୍ରମ ସହ ପରିବେଶର ସୁରକ୍ଷା ପାଇଁ ପ୍ରତିବର୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଥାଏ। ଏହି କ୍ରମରେ ଆଜି ସଂଘର ଏକ ଏକର ପରିମିତ ନିଜସ୍ଵ ଜମିରେ ଖାଲିଥିବା ଥିବା ସ୍ଥାନରେ ସଂଘ ପକ୍ଷରୁ ବିଭିନ୍ନ କିସମର ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ତଥା ସଙ୍ଘର ସଭାପତି ପ୍ରତାପ କୁମାର ସ୍ବାଇଁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଉପସ୍ଥିତ ସଦସ୍ୟ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର କର୍ମକର୍ତ୍ତା ଏବଂ ସଦସ୍ୟ ସର୍ବଶ୍ରୀ ରଶ୍ମିରଞ୍ଜନ ବୋଇତାଇ, ରାଧାମୋହନ ନାୟକ, ଘନଶ୍ୟାମ ଧଳ, ଲକ୍ଷ୍ମଣ ନାଥ ଦାସ, ଅଶୋକ କୁମାର ପଟ୍ଟନାୟକ, ଅରବିନ୍ଦ ପାତ୍ର, ସତ୍ୟନାରାୟଣ ଦାଶ, ପ୍ରସନ୍ନ କୁମାର ମହାନ୍ତି, ଧରଣୀଧର ସାମଲ, ହରିହର ଶତପଥୀ, ଶୁଭ୍ରାଂଶୁ ଶେଖର ମହାପାତ୍ର, ପରୀକ୍ଷିତ ଗୁରୁ, ଇନ୍ଦ୍ରମଣି ମହାପାତ୍ର, ନିରଞ୍ଜନ ପଣ୍ଡା, ସୁନୀଲ ଦାସ, ଅମରେନ୍ଦ୍ର ପାଢ଼ୀ ପ୍ରମୁଖ ସଦସ୍ୟ ମାନେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଶେଷରେ ଘନଶ୍ୟାମ ଧଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସୁଗୋ ପଞ୍ଚାୟତର ୧୦ ନମ୍ବର ୱାର୍ଡର ୱାର୍ଡ ସଭ୍ୟାଙ୍କ ପରଲୋକ 

Sunil Chandra Nayak

ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ। ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କଲା ଜଗନ୍ନାଥ ସେବା ସମିତି

masiha

ଚାଷୀ ଭାଇ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି ୫୧ ଲକ୍ଷ ରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକଙ୍କୁ ସି.ଏମ୍–କିଷାନ୍ ଯୋଜନାର ତୃତୀୟ କିସ୍ତିରେ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ର

Sunil Chandra Nayak

Leave a Comment

error: Content is protected !!