ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ସାହିତ୍ୟିକ ଦାଶରଥି ପଣ୍ଡାଙ୍କ ପୁସ୍ତକ ଲୋକାର୍ପଣ ଓ କବିତା ପାଠୋତ୍ସବ

ବରିଷ୍ଠ ସାହିତ୍ୟିକ ଦାଶରଥି ପଣ୍ଡାଙ୍କ ପୁସ୍ତକ ଲୋକାର୍ପଣ ଓ କବିତା ପାଠୋତ୍ସବ

ଭଦ୍ରକ,୧୭/୪/୨୪- ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବରିଷ୍ଠ ସାହିତ୍ୟିକ ଦାଶରଥି ପଣ୍ଡାଙ୍କ ପୁସ୍ତକ ” ଧର୍ମ ଓ ଆଧ୍ୟାତ୍ମିକ ତତ୍ତ୍ବ ଜ୍ଞାନ ” ର ଲୋକାର୍ପଣ ଉତ୍ସବ ଏବଂ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ସାହିତ୍ୟ ପରିଷଦ ଏହାର ଆୟୋଜକ ଥିଲା । ସଭାପତି ଡଃ ରାଧାରାଣୀ ମହାପାତ୍ରଙ୍କ ସଭାପତିତ୍ବରେ କବିତା ପାଠୋତ୍ସବ ଏବଂ ପୁସ୍ତକ ଲୋକାର୍ପିତ ସଭା ହୋଇଥିଲା । ପ୍ରଥମ ଅଧିବେଶନରେ ଡ. ଅବନୀ ପ୍ରଧାନଙ୍କ ସଭାପତିତ୍ବରେ କବିତା ପାଠ ସଭାରେ ବାବୁଲାଲ ଦାସ ଓ ଗୀତାରାଣୀ ଆଇଚ ଅତିଥି ଥିଲେ । କବିତା ସଂଯୋଜନା କରିଥିଲେ କବି ଅଂଶୁମାନ ସ୍ବାଇଁ । ଏହି କବିତା ପାଠୋତ୍ସବରେ ବାଲେଶ୍ଵର ଖଇରାରୁ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ପ୍ରଥମେ କବିତା ପାଠ କରିଥିଲେ ଯାହାର ଶୀର୍ଷକ ଥିଲା ” ମିଛ ପାଖେ ସତ ବନ୍ଧା ପଡିଛି ” । ସେହିପରି କେନ୍ଦୁଝର ଜିଲ୍ଲା ହାଟଡିହୀରୁ ବ୍ଯଙ୍ଗକବି ହେମନ୍ତ କୁମାର ନାୟକ କବିତାର ଶୀର୍ଷକ ” କି ମୋବାଇଲ ଯୁଗ ହୋଇଛି ” ଏବଂ ଭଦ୍ରକ ଜିଲ୍ଲା ଆଗରପଡା ନିକଟ ଧାନଘରପଦାର କୁନିକବି କୁମାରୀ ଶ୍ରଦ୍ଧାଞ୍ଜଳି ଖମାରୀ କବିତାର ଶୀର୍ଷକ ” ଏତିକି ମାଗୁଛି ” ପାଠ କରିଥିଲେ । ଏଥିସହିତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ କବି କବୟିତ୍ରୀ କବିତା ପାଠ କରିଥିଲେ । 

        ଦ୍ବିତୀୟ ଅଧିବେଶନ ଥିଲା ପୁସ୍ତକ ଲୋକାର୍ପଣ ଓ ସମ୍ବର୍ଦ୍ଧନାର ସଭା । ସଭାପତି ଡଃ ରାଧାରାଣୀ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବ୍ରଜମୋହନ ମିଶ୍ର, ସମ୍ମାନିତ ଅତିଥି ଭାବେ ଗଣେଶ ପ୍ରସାଦ କରଶର୍ମା, ଡ. ବିଶ୍ବରଞ୍ଜନ ଦାସ, ପ୍ରଫେସର ଡ. ପ୍ରମୋଦ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ମଞ୍ଚ ଆହ୍ବାନ କରିଥିଲେ ଗୌରାଙ୍ଗ ବାରିକ, ବେଦପାଠ କରିଥିଲେ ଘନଶ୍ୟାମ ଲେଙ୍କା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ କବି ସରୋଜିନୀ ନାୟକ । ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବିବରଣୀ ପ୍ରଦାନ, ଅତିଥି ଏବଂ ସମବେତ କବି ଲେଖକ ମାନଙ୍କୁ ସ୍ବାଗତ କରିଥିଲେ ପରିଷଦର ସମ୍ପାଦକ ବିଜୟ ବହଳୀ । ପୁସ୍ତକ ସମୀକ୍ଷା କରିଥିଲେ ବିଶିଷ୍ଟ କବି ଓ ସାହିତ୍ୟିକ ଶରତ କୁମାର ନାୟକ । ଅତିଥି ମାନଙ୍କ ଦ୍ୱାରା ପୁସ୍ତକ ଲୋକାର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରକାଶିକା ଦିପ୍ତୀରେଖା ପଣ୍ଡା ଓ କୁନିକବି କୁମାରୀ ଶ୍ରଦ୍ଧାଞ୍ଜଳି ଖମାରୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କବି କବୟିତ୍ରୀ, ଲେଖକ ଲେଖିକା ଓ ବିଭିନ୍ନ ବର୍ଗରୁ ରଶ୍ମିତା ଦାଶ, ମନୋରମା ରାୟ, ଜାନକୀ ପାଢ଼ୀ, ସଂଯୁକ୍ତା ବଳ, ଦମୟନ୍ତୀ ରାଉତ, ସୁଶ୍ରୀ ପ୍ରୀତିଲତା ପଣ୍ଡା, ଦମୟନ୍ତୀ ନାଥ, ପ୍ରଭାତ ନଳିନୀ ମହାପାତ୍ର, ମମତାରାଣୀ ପତି, ରମାକାନ୍ତ ପାଳ, ଗିରିଧାରୀ ପାତ୍ର, ବିଶ୍ବରଞ୍ଜନ ବଳ, ଭଗବାନ ବିଶ୍ବାଳ, ସନ୍ତୋଷ କୁମାର ବେହେରା, ଭବେଶ କୁମାର ଜେନା, ରଜନୀକାନ୍ତ ମହାନ୍ତି, ଶଶାଙ୍କ ଶେଖର ପଣ୍ଡା, ଗଣେଶ ପ୍ରସାଦ ଖିଲାର, ପୂର୍ଣ୍ଣ ଚନ୍ଦ୍ର ବହଳୀ, ଭାଗୀରଥି ତ୍ରିପାଠୀ, ଦିପ୍ତୀରେଖା ଆରଣ, ଅକ୍ଷୟ କୁମାର ଜେନା, ଖଗେଶ୍ବର ଜେନା, ଗୋଲକ ବିହାରୀ ସାହୁ, ରାମଚନ୍ଦ୍ର ପଣ୍ଡା, ମନୋଜ କୁମାର ପଣ୍ଡା, ଡାକ୍ତର ଅନିଲ କୁମାର ଦାଶ, କୃପାସିନ୍ଧୁ ନାୟକ, ପବିତ୍ର କୁମାର ସାହୁ, ଜଗନ୍ନାଥ ନାୟକ, ପୁରୁଷୋତ୍ତମ ଧଳ, ରମେଶ ଚନ୍ଦ୍ର ଦାସ, ଉଷାରାଣୀ ଜେନା, ଦାଶରଥି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମନୋରଞ୍ଜନ ପଣ୍ଡା । ମଞ୍ଚ ପରିଚାଳନା କରିଥିଲେ ରତିକାନ୍ତ ବେହେରା ଓ ମନୋରଞ୍ଜନ ଦାସ ।।

ବାଲେଶ୍ଵର ଏବଂ ଭଦ୍ରକରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାଘ ଆତଙ୍କ, 15 ମେଣ୍ଢା କୁ ମାରିଲା କଲରା ପତରିଆ ବାଘ

Sunil Chandra Nayak

ବକୃତା ପ୍ରତିଗୋଗିତା ରେ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କଲେ ଶୁଭଦର୍ଶୀ ବେରୁକ୍ 

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ପ୍ରତିମା

masiha

Leave a Comment

error: Content is protected !!