ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁ ମାଧବ ତୀର୍ଥରେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଅଧିବାସ

ମଧୁ ମାଧବ ତୀର୍ଥରେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଅଧିବାସ

କୋକସରା,୧୬/୪ // କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରୀଚଞ୍ଚରାରେ ଥିବା ମଧୁ ମାଧବ ତୀର୍ଥରେ ଶ୍ରୀରାମ ନବମୀ ମହୋତ୍ସବ ୫୩ ବର୍ଷରେ ପହଞ୍ଚିଥିବା ବେଳେ ଆଜି ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୮ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେଵ । ମଙ୍ଗଳବାର ଅପରାହ୍ନରେ ଅଧିବାସ ସହ ମହୋତ୍ସବ ଆରମ୍ଭ ହୋଇଛି। ବୁଧବାର ସକାଳ ଠାରୁ ଶ୍ରୀରାମ ନବମୀ ଉତ୍ସଵ ପାଳନ ସହ ଶ୍ରୀରାମଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ। ଅଧିବାସ ଅବସରରେ ଗୁଡହାଣ୍ଡି ଉନ୍ନୟନ କମିଟି ପକ୍ଷରୁ ଚଳିତ ବର୍ଷ ପୁଜାକର୍ତ୍ତା ଭାବେ ଗୋପାଲ ଅଗ୍ରୱାଲ ଓ ରାନୀଦେବୀ ଅଗ୍ରୱାଲ ସପତ୍ନୀକ ରହିଛନ୍ତି। ମୁଖ୍ୟ ପୂଜକ ଦିଲୀପ କୁମାର ଯୋଷୀ, ପ୍ରତାପ କିଶୋର ପଣ୍ଡା, ରାଜେନ୍ଦ୍ର ଦାସ, ଶୁକଚନ ପୁଝାରୀ ପ୍ରମୁଖ ପୂଜାକାର୍ଯ୍ୟ ତୁଲାଉଛନ୍ତି। ଆଜି ଅପରାହ୍ନରେ ମଧୁ ମାଧବ ତୀର୍ଥରେ ଥିବା ପୂଣ୍ୟକୁଣ୍ଡରୁ ପବିତ୍ର ଜଳ ଆଣି ମନ୍ଦିରରେ ସ୍ଥାପନ କରାଯାଇଛି। ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ୱର ପାତ୍ର, ଉପ ସଭାପତି ଘନଶ୍ୟାମ ନାଏକ, ସମ୍ପାଦକ ସୁଧୀର ପାତ୍ର, କାର୍ଯ୍ୟକାରୀ ସମ୍ପାଦକ ନିଳାମ୍ବର ନାଏକ, କୋଷାଧ୍ୟକ୍ଷ ସୁରେଶ ଅଗ୍ରୱାଲ, କାର୍ଯ୍ୟକାରୀ କୋଷାଧ୍ୟକ୍ଷ ଆଦିତ୍ୟ ପଣ୍ଡା, ସଦସ୍ୟ ଦୁଷ୍ମନ୍ତ ପାଟ୍ଟଯୋଷୀ, ଅଇରୀ ନାଶନ ଚିନ୍ଦା, ଅର୍ଜ୍ଜୁନ ଅଗ୍ରୱାଲ, ଅଜିତ ପଟ୍ଟନାୟକ, ଅନି ମାଝୀ, ନରେନ୍ଦ୍ର ନାଏକଙ୍କ ସହସମସ୍ତ ସଦସ୍ୟ ଓ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ବୁଧବାର ଶ୍ରୀରାମ ନବମୀ ପୂଜା, ରାମ ଚରିତ ମାନସ ପଠନ, ପୂଣ୍ୟକୁଣ୍ଡ ସ୍ନାନ କାର୍ଯ୍ୟକ୍ରମ ରହିଥିବା ନେଇ କମିଟି ପକ୍ଷରୁ ସୂଚନା ମିଲିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମୁଖ୍ୟ ରାସ୍ତା ରେ ଅବାଧରେ ବୁଲୁଥିବା ଗାଈଗୋରୁ ଙ୍କୁ ଅଟକ ରଖିଲା ଧର୍ମଗଡ ଏନଏସି

Sunil Chandra Nayak

ବସ୍ତା ଅଞ୍ଚଳ ର ସମାଚାର

masiha

ଅଜଣା ବୃଦ୍ଧାଙ୍କୁ ସହାୟତାର ହାତ ବଢାଇଲେ ୪ ଯୁବ ସମାଜସେବୀ 

masiha

Leave a Comment

error: Content is protected !!