ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁନଶ୍ଚ ପୃଥିବୀ ‌କାର୍ଯ୍ଯକ୍ରମରେ ଢେଙ୍କାନାଳ ଜିଲ୍ଲାର ବିଶିଷ୍ଟ ପରିବେଶବିତ୍ ହରିହର ସାହୁ “ସମ୍ବାଦ ପରିବେଶ ସମ୍ମାନ -୨୦୨୬” 

ପୁନଶ୍ଚ ପୃଥିବୀ ‌କାର୍ଯ୍ଯକ୍ରମରେ ଢେଙ୍କାନାଳ ଜିଲ୍ଲାର ବିଶିଷ୍ଟ ପରିବେଶବିତ୍ ହରିହର ସାହୁ “ସମ୍ବାଦ ପରିବେଶ ସମ୍ମାନ -୨୦୨୬” 

ଢେଙ୍କାନାଳ: ଗଁଦିଆ : ତା.୦୬.୧୦. ୨୦୨୬ରିଖ: ନିକଟରେ ଦୈନିକ ଖବରକାଗଜ ସମ୍ବାଦ,କନକ ନିଉଜ,ସମ୍ବାଦ ଡିଜିଟାଲ ମାଧ୍ୟମରେ”ପୁନଶ୍ଚ ପୃଥିବୀ ” କାର୍ଯ୍ୟକ୍ରମ ରେ ‌ଦୈନିକ ଖବର କାଗଜ ସମ୍ବାଦର ପ୍ରାଣ ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ,ବିଧାୟକ ସୌମ୍ଯରଞ୍ଜନ ‌ପଟ୍ଟନାୟକ ମହୋଦୟ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଢେଙ୍କାନାଳ ଜିଲ୍ଲାର ବିଶିଷ୍ଟ ପରିବେଶବିତ୍ ପ୍ରକୃତି ବନ୍ଧୁ ହରିହର ସାହୁଙ୍କୁ” ସମ୍ବାଦ ପରିବେଶ ସମ୍ମାନ “ରେ ସମ୍ମାନୀତ କରିଛନ୍ତି।ପ୍ରକାଶ ଥାଉକି ଜୀବନବ୍ୟାପୀ ପ୍ରାୟ ହଜାର ହଜାର ବୃକ୍ଷରୋପଣ କରି ସେସବୁକୁ ବଞ୍ଚାଇ ରଖି ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନିର୍ବାହ କରି ୨୦୦୪-୦୫ ମସିହାରେ ଏବଂ ୨୦୨୦ ମସିହାରେ ଦୁଇଥର ପ୍ରକୃତି ବନ୍ଧୁ ପୁରସ୍କାର,୨୦୨୧ ମସିହାରେ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଆନୁଷ୍ଠାନିକ ପ୍ରକୃତି ମିତ୍ର ପୁରସ୍କାର ପାଇଥିବାରୁ ଓ ନିରବଚ୍ଛିନ୍ନ ଭାବରେ ଆଜି ପର୍ଯ୍ୟନ୍ତ ଏହି ପରିବେଶ ସୁରକ୍ଷା ଦିଗରେ ତାଙ୍କର କାର୍ଯ୍ୟ ଜାରୀ ରଖିଥିବାରୁ ଓ ଆଗକୁ ମଧ୍ୟ ଜୀବନ ଥିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଅବ୍ୟାହତ ରଖିବାକୁ ଶପଥ ଗ୍ରହଣ କରିଥିବାରୁ ଢେଙ୍କାନାଳ ଜିଲ୍ଲାର ବିଶିଷ୍ଟ ପରିବେଶବିତ୍ ହରିହର ସାହୁଙ୍କୁ ଏହି ସମ୍ମାନ ପ୍ରଦାନ ପାଇଁ ଚୟନ କରାଯାଇଥିବା ସୂଚନା ମିଳିଛି।ଏହି କାର୍ଯ୍ୟକ୍ରମରେ ୩୦ ଜିଲ୍ଲାରୁ ୩୦ ଜଣ ପରିବେଶବିତ୍ ଙ୍କୁ ସମ୍ମାନିତ କରି ଏକ ନିଆରା ପ୍ରୟାସ ସୃଷ୍ଟି କରିପାରିଛନ୍ତି।ଏହି କାର୍ଯ୍ୟକ୍ରମ ପାଇଁ ଅନୁଗୋଳ ଦୈନିକ ଖବରକାଗଜର ଏଡିଟିଙ୍ଗ ମୁଖ୍ୟ ରତ୍ନାକର ଭୋଇ ଓ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକଙ୍କ ସହିତ ଦୈନିକ ଖବରକାଗଜ ସମ୍ବାଦର ସମସ୍ତ ଅଧିକାରୀଙ୍କୁ ପ୍ରକୃତି ବନ୍ଧୁ ଶ୍ରୀସାହୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ପରିବେଶବିତ୍ ଶ୍ରୀସାହୁଙ୍କୁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶାର ଉପଦେଷ୍ଟା ବିଶିଷ୍ଟ ସାହିତ୍ୟିକ କବି ଲେଖକ ଓ ପ୍ରାବନ୍ଧିକ ତଥା ଅବସର ପ୍ରାପ୍ତ ସ୍ବତନ୍ତ୍ର ବିଚାରପତି ସିବିଆଇ ଭିକାରୀ ଚରଣ ରାଉତ,ଡ.ସମୀର କୁମାର ସାହୁ,ପ୍ରାକ୍ତନ ଅଧ୍ୟକ୍ଷ ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ,ରାଷ୍ଟ୍ରପତି ସ୍କାଉଟ୍ ,ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ,ରାଜ୍ୟ ପୁରସ୍କାର ପ୍ରାପ୍ତ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ପ୍ରାକ୍ତନ ଜିଲ୍ଲା ସଂଯୋଜକ ଓ ବର୍ତ୍ତମାନର ଢେଙ୍କାନାଳ ଜିଲ୍ଲା ଏକାଡେମିକ ସଂଯୋଜକ,ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଡା.ଦେବୀପ୍ରସାଦ ମିଶ୍ର, ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର,ଡା.ଅନୁପମ ଦେବାଶିଷ ମିଶ୍ର,ଦନ୍ତ ଚିକିତ୍ସକ,ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ ସେସ୍,ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ବିଶ୍ୱବିଦ୍ୟାଳୟ,ସମ୍ ହସ୍ପିଟାଲ୍,ଭୁବନେଶ୍ୱର,ଉପେନ୍ଦ୍ର କୁମାର ରାଉତ,ପ୍ରାକ୍ତନ ସହକାରୀ ବନ ସଂରକ୍ଷକ, ମନୋଜ ମଞ୍ଜରୀ ଲେଙ୍କା,କୃଷିଦା ବେଗମ୍,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କୁନିଲତା ଦେହୁରୀ,ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ନାୟକ,ସମ୍ପାଦକ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା,ରବି ନାରାୟଣ ମହାନ୍ତି,ପ୍ରାକ୍ତନ ଗୋଷ୍ଠୀ ସାଧନ ସଂଯୋଜକ,ଭଗବାନ ସାହୁ,ପ୍ରାକ୍ତନ ଉପସଭାପତି,ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ,ଗୋଲକ ବିହାରୀ ମହାନ୍ତି,ମଙ୍ଗୁଳି ଚରଣ ବିଶ୍ବାଳ,ଅବସର ପ୍ରାପ୍ତ ଶିକ୍ଷକ ନେତା ପ୍ରମୁଖ ଅନେକ ଅନେକ ଶୁଭ ଅଭିନନ୍ଦନ,ଢେର୍ ସାରା ଶୁଭେଚ୍ଛା ସହିତ ଅଜସ୍ର ଶୁଭକାମନା ଜଣାଇଛନ୍ତି ବୋଲି ସ୍ୱାଧୀନ ସମ୍ବାଦଦାତା ଡା.ଦେବୀ ପ୍ରସାଦ ମିଶ୍ରଏକ ପ୍ରେସ୍ ବାର୍ତ୍ତା ଯୋଗେ ଜଣାଇଛନ୍ତି।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଲୋଚନାଚକ୍ର 

Sunil Chandra Nayak

ବାଣୀଧାରା ଟ୍ରଷ୍ଟ ଆରମ୍ଭ କଲେ ଜହରମୁକ୍ତ ଜିଲ୍ଲାର ଅଭିଯାନ 

Sunil Chandra Nayak

ହାଟବାଦଡାରେ ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ୨୫ ତମ ପ୍ରତିଷ୍ଠା ଦିବସ ଧୂମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!