କାମାକ୍ଷାନଗର(ମ ସୀ ହା)୨୭/୦୪_ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଆଇଜିଆଇଟି କଲେଜରେ ଡିପ୍ଲୋମା ଶେଷ ବର୍ଷ ଛାତ୍ର ଛାତ୍ରୀ ଙ୍କ ବାର୍ଷିକ ଉତ୍ସବ ଆରୋହଣ ୨୦୨୩ କାର୍ଯ୍ୟକ୍ରମ ବେଶ ଧୁମ ଧାମ ରେ ପାଳିତ ହୋଇଯାଇଛି |କଲେଜ ର ମେମୋରିଆଲ ଷ୍ଟାଡିୟମ ରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ର ଏକଜୁକୁଟିଭ ଡିରେକ୍ଟର ଗୌତମ ଦେବ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ, ଢେଙ୍କାନାଳ ଆଇ.ଆଇ.ଏମ.ସି ର ଡାଇରେକ୍ଟର ମୃଣାଳ ଚାଟର୍ଜି ଓ ସନମାନିତ ଅତିଥି ଭାବେ ଏନ.ଟି.ପି.ସି ଜି.ଏମ ଆର.କେ ସିଙ୍ଗ ଓ ଆଡିସନାଲ ଜେନେରାଲ ମ୍ୟାନେଜର ରୋହିତ କୁମାର ଯୋଗ ଦେଇଥିଲେ |ତେବେ ସନ୍ଧ୍ୟା ୭ଟାରେ ଅତିଥି ସ୍ୱାଗତ କାର୍ଯ୍ୟକ୍ରମ ଓ ଅତିଥି ପରିଚୟ ପ୍ରଦାନ ପରେ କଲେଜ ରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଓ ଉତ୍ସବ ପାଳନ ସହ କଲେଜ ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ କ୍ଷେତ୍ରରେ ମିଳିଥିବା ସଫଳତା ବିଷୟରେ ଛାତ୍ର ଛାତ୍ରୀ ଓ ଅଧ୍ୟକ୍ଷ ସତ୍ୟବ୍ରତ ମହାନ୍ତ ନିଜ ଅବିଭାଷଣ ରଖିଥିଲେ |ପରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚ ଉପରେ ପରିବେଷଣ କରିଥିଲେ |ଏହା ପରେ ବିଭିନ୍ନ କ୍ଷେତ୍ର ରେ ନିଜର କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଉପସ୍ଥିତ ଅତିଥି ପୁରସ୍କାର ପ୍ରଦାନ କରିଥିଲେ |ପରିଶେଷରେ ଛାତ୍ର ଛାତ୍ରୀ ଓ କଲେଜ କର୍ମଚାରୀ ଙ୍କ ଦ୍ୱାରା ଏହି ସୁନ୍ଦର କାର୍ଯ୍ୟକ୍ରମ ଆଇୟୋଜନ ଓ ଉପସ୍ଥିତ ଅତିଥି ନିଜର ବହୁମୂଲ୍ୟ ସମୟ ବାହାର କରି ଛାତ୍ର ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ଗଢିବା ନିମନ୍ତେ ଦେଇଥିବା ଯୋଗଦାନ ପାଇଁ କଲେଜ ଛାତ୍ର ଛାତ୍ରୀ ଓ କଲେଜ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରି ଉତ୍ସବ ଶେଷ କରିଥିଲେ |
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ