ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇଜିଆଇଟି ରେ ବାର୍ଷିକ ଉତ୍ସବ ଆରୋହଣ ୨୦୨୩ ବେଶ ଧୁମଧାମ ରେ ପାଳିତ

କାମାକ୍ଷାନଗର(ମ ସୀ ହା)୨୭/୦୪_ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଆଇଜିଆଇଟି କଲେଜରେ ଡିପ୍ଲୋମା ଶେଷ ବର୍ଷ ଛାତ୍ର ଛାତ୍ରୀ ଙ୍କ ବାର୍ଷିକ ଉତ୍ସବ ଆରୋହଣ ୨୦୨୩ କାର୍ଯ୍ୟକ୍ରମ ବେଶ ଧୁମ ଧାମ ରେ ପାଳିତ ହୋଇଯାଇଛି |କଲେଜ ର ମେମୋରିଆଲ ଷ୍ଟାଡିୟମ ରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ର ଏକଜୁକୁଟିଭ ଡିରେକ୍ଟର ଗୌତମ ଦେବ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ, ଢେଙ୍କାନାଳ ଆଇ.ଆଇ.ଏମ.ସି ର ଡାଇରେକ୍ଟର ମୃଣାଳ ଚାଟର୍ଜି ଓ ସନମାନିତ ଅତିଥି ଭାବେ ଏନ.ଟି.ପି.ସି ଜି.ଏମ ଆର.କେ ସିଙ୍ଗ ଓ ଆଡିସନାଲ ଜେନେରାଲ ମ୍ୟାନେଜର ରୋହିତ କୁମାର ଯୋଗ ଦେଇଥିଲେ |ତେବେ ସନ୍ଧ୍ୟା ୭ଟାରେ ଅତିଥି ସ୍ୱାଗତ କାର୍ଯ୍ୟକ୍ରମ ଓ ଅତିଥି ପରିଚୟ ପ୍ରଦାନ ପରେ କଲେଜ ରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଓ ଉତ୍ସବ ପାଳନ ସହ କଲେଜ ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ କ୍ଷେତ୍ରରେ ମିଳିଥିବା ସଫଳତା ବିଷୟରେ ଛାତ୍ର ଛାତ୍ରୀ ଓ ଅଧ୍ୟକ୍ଷ ସତ୍ୟବ୍ରତ ମହାନ୍ତ ନିଜ ଅବିଭାଷଣ ରଖିଥିଲେ |ପରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚ ଉପରେ ପରିବେଷଣ କରିଥିଲେ |ଏହା ପରେ ବିଭିନ୍ନ କ୍ଷେତ୍ର ରେ ନିଜର କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଉପସ୍ଥିତ ଅତିଥି ପୁରସ୍କାର ପ୍ରଦାନ କରିଥିଲେ |ପରିଶେଷରେ ଛାତ୍ର ଛାତ୍ରୀ ଓ କଲେଜ କର୍ମଚାରୀ ଙ୍କ ଦ୍ୱାରା ଏହି ସୁନ୍ଦର କାର୍ଯ୍ୟକ୍ରମ ଆଇୟୋଜନ ଓ ଉପସ୍ଥିତ ଅତିଥି ନିଜର ବହୁମୂଲ୍ୟ ସମୟ ବାହାର କରି ଛାତ୍ର ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ଗଢିବା ନିମନ୍ତେ ଦେଇଥିବା ଯୋଗଦାନ ପାଇଁ କଲେଜ ଛାତ୍ର ଛାତ୍ରୀ ଓ କଲେଜ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରି ଉତ୍ସବ ଶେଷ କରିଥିଲେ |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

Sunil Chandra Nayak

ପାଣି ପାଇଁ ରାଜରାସ୍ତାରେ ଦଶପୁର ବାସୀ 

masiha

ଉର୍ଦ୍ଦୁରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା 

masiha

Leave a Comment

error: Content is protected !!