ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପୋଷ୍ଟ ଫୋରମ୍ ର ସ୍ଵତନ୍ତ୍ର ବୈଠକ

ରାଇରଙ୍ଗପୁର ପୋଷ୍ଟ ଫୋରମ୍ ର ସ୍ଵତନ୍ତ୍ର ବୈଠକ

 ମୟୂରଭଞ୍ଜ – ୯/୪/ଭାରତୀୟ ଡାକ ବିଭାଗ ତାର ଲୋକହିତକର ଯୋଜନା କିପରି ପ୍ରତିଟି ବ୍ୟକ୍ତି ପାଖରେ ପହଞ୍ଚିବ ସେଥିପାଇଁ ପୋଷ୍ଟ ଫୋରମ୍ କମିଟି ମାଧ୍ୟମରେ ବିଭିନ୍ନ ନୂଆ,ନୂଆ ମତା ମତ ସଂଗ୍ରହ ଅଭିଯାନ ବହୁ ବର୍ଷରୁ କରି ଆସୁଛି l ଏ ପରି ପ୍ରେକ୍ଷିରେ ଆଜିର ରାଇରଙ୍ଗପୁର ଡାକ ମଣ୍ଡଳ ପରିସରରେ ଏକ ସ୍ଵତନ୍ତ୍ର ବୈଠ ଅନୁଷ୍ଠିତ ହୋଇଥିଲା । ଆଜିର ବୈଠକ ରେ ଡାକ ବିଭାଗର ଓଡ଼ିଶା ସର୍କଲ ର ପି.ଏଲ. ଆଇ ମୁଖ୍ୟ ସତ୍ୟବାଦୀ ବିଶ୍ଵାଳ ଯୋଗ ଦେଇଥିଲେ l 

ବୈଠକ ର ଆବାହକ ଥିଲେ ରାଇରଙ୍ଗପୁର ବିଭାଗର ଏସ.ପି.ଓ ଗୌରାଙ୍ଗ ଚରଣ ବେହେରା ,ପରିଚାଳନା କରୁଥିଲେ ଅତିରିକ୍ତ ଏସ.ପି.ଓ ଟିକନ୍ ଦେବତା l ଓଡ଼ିଶା ଡାକ ସର୍କଲ ର ମୁଖ୍ୟ  ବିଶ୍ଵାଳ ରାଇରଙ୍ଗପୁର ଡାକ ବିଭାଗର ଭୂୟସୀ ପ୍ରଶଂସା କରିଥିଲେ ଏ ପୋଷ୍ଟଲ ବିଭାଗ ଗତ ୨୦୨୪ /୨୦୨୫ ମସିହାରେ ୬୫ ଶତକଡ଼ା ବ୍ୟାପାର ବୃଦ୍ଧି ସହ ଓଡ଼ିଶାର ୨୩ ଗୋଟି ବିଭାଗରୁ ଶୀର୍ଷରେ ପହଞ୍ଚିବା କଥା ଉଲ୍ଲେଖ କରିଥିଲେ କିପରି ଅନ୍ୟାନ୍ୟ ଯୋଜନା ପ୍ରତିଟି ଲୋକ ପାଖରେ ପହଞ୍ଚିବ ସେଥି ପାଇଁ ପୋଷ୍ଟ ଫୋରମ୍ ସଦସ୍ୟଙ୍କ ପାଖରୁ ମତାମତ ମଧ୍ୟ ନେଇଥିଲେ l ସଦସ୍ୟ ସୁରଥ ପଟ୍ଟନାୟକ ,ମହାବୀର ପ୍ରସାଦ ଅଗ୍ରୱାଲ ଏବଂ ଆଡଭୋକେଟ ସୁଧାଂଶୁ ମହାନ୍ତ ମୁଖ୍ୟ ପୋଷ୍ଟ ଅଫିସ ଅତିରିକ୍ତ ସମୟ ଖୋଲିବା ଏବଂ ପାସ ପୋର୍ଟ କିପରି  ତିଆରି ହୋଇ ପାରିବ ଏଥି ଉପରେ ଗୁରୁତ୍ୱ ଦେଇଥିଲେ l ନିକଟ ଭବିଷ୍ୟତରେ ରାଇରଙ୍ଗପୁର ର କିଛି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଦର୍ଶନୀ କରା ଯିବାର ସିଦ୍ଧାନ୍ତ ନିଆଗଲା l ଆଜିର ବୈଠକରେ ପୋଷ୍ଟ ଫୋରମ୍ ର ପଦ୍ମାଳୟା ସୋରେନ ଆଡଭୋକେଟ୍ ନିବେଦିତା ଗିରି ,ଶିକ୍ଷକ ରଞ୍ଜନ ନନ୍ଦ ତଥା ବିଜେପି ମହିଳା ନେତ୍ରୀ ରଞ୍ଜିତା ମହାନ୍ତ ଙ୍କ ସହିତ ବିଭାଗର ସୁରେନ୍ଦ୍ର କୁମାର ଡିପିଏମ,ମକରା ବାନରା ଏପିମ୍,ବିରାମ ନାୟକ ଆଇପି କରଞ୍ଜିଆ, ଜଗଜିତ ମହାନ୍ତ ସିନିଅର ମ୍ୟାନେଜର ,ଦିନେଶ ପାତ୍ର ଆଇପୀ ବାଙ୍ଗରିପୋଷି,ରାମେଶ୍ବର ହେମ୍ବ୍ରମ ପୋଷ୍ଟ ମାଷ୍ଟର ରାଇରଙ୍ଗପୁର ପ୍ରଭୁତି ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଦ୍ବିତୀୟ ଦିନ…..

masiha

ଗୁଡିଖାଳ ସାର୍ଵଜନୀନ ଦୋଳ ଉତ୍ସବରେ ଯୋଗଦେଲେ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର

masiha

ପ୍ରଥମ ବିବାହ ଉତ୍ସବ କୁ ଭିନ୍ନ ଡ଼ଙ୍ଗ ରେ ପାଳନ କଲେ ସମାଜ ସେଵୀ

masiha

Leave a Comment

error: Content is protected !!