ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାରେ ମେଡ଼ିକାଲ କଲେଜ ଦାବି, ଅହୋରାତ୍ର ଗଣ ଧାରଣାକୁ ତିନି ଦିନ ପୁରିଲା , ବିଧାନସଭାରେ ଉଠିଲା ଆନ୍ଦୋଳନର ସ୍ବର

ଜିଲ୍ଲାରେ ମେଡ଼ିକାଲ କଲେଜ ଦାବି, ଅହୋରାତ୍ର ଗଣ ଧାରଣାକୁ ତିନି ଦିନ ପୁରିଲା , ବିଧାନସଭାରେ ଉଠିଲା ଆନ୍ଦୋଳନର ସ୍ବର

-କେନ୍ଦ୍ରାପଡ଼ା,ତା.୨୪/୯(ଆଦ୍ୟାଶା ନିୟୁଜ) ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନର ସ୍ବର ଦୃଢ ଭାବରେ ବିଧାନସଭାରେ ଶୁଣିବାକୁ ମିଳିଛି। ବିଧାନସଭାରେ ଆଜି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ଦ୍ଵାରା ଦୃଢ ଭାବରେ ଉପସ୍ଥାପିତ ଏ ସମ୍ପର୍କିତ ପ୍ରଶ୍ନର ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳି ନଥିବାରୁ ଏହା ଆନ୍ଦୋଳନକାରୀଙ୍କୁ ଉତ୍ତେଜିତ କରିଛି। ଆଜି ଅହୋରାତ୍ର ଗଣଧାରଣାକୁ ତିନି ଦିନ ପୁରି ଥିବା ବେଳେ ଆନ୍ଦୋଳନ ସ୍ଥଳରେ ପୂର୍ବତନ ବିଧାୟିକା ଡଃ ସିପ୍ରା ମଲ୍ଲିକ, ବିଜେଡି ରାଜ୍ଯ ସମ୍ପାଦକ ରବି ସାମଲ,ପୂର୍ବତନ ନଗରପାଳ ଧୀରେନ ସାହୁଙ୍କ ସମେତ ଆକମଲ ଅଲ୍ଲୀ, କଙ୍ଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଫକୀର ଚରଣ ଖଟୁଆ, ସିପିଆଇ ସମ୍ପାଦକ ବିକାଶ ବେଉରା, ସିପିଏମ ନେତା ନରୋତ୍ତମ ପାର୍ଥସାରଥୀ, ମାଧବ ଦାସ, ନାରାୟଣ ବିଶ୍ଵାଳ, ଗାୟତ୍ରୀ ମହାନ୍ତି, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, କେଦାର ସାମନ୍ତରାୟ, ହୃଷୀକେଶ ବେହେରା, ସୁହାନା ବେଗମ୍, ସୈ।ଭାଗ୍ୟ ରାଉତ, ଦୋଳଗୋବିନ୍ଦ ସାହୁ, କରୁଣାକର ଦାସ, ହୃଷୀକେଶ ନାୟକ, ଶଶିକଳା ରାଉତ, ଧନେଶ୍ଵର ସାହାଣୀ, ଶ୍ରୀଧର ମହାନ୍ତି, ପ୍ରକାଶ ମହାନ୍ତି, ଡଃ ଚୈତନ୍ୟ ଚରଣ ପରିଡା, ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ଗାନ୍ଧିବାଦୀ କର୍ମୀ ଅଭିମନ୍ୟୁ ରାଉତ, ଏଲିନା ସାମନ୍ତରାୟ, ନବ ନିର୍ମାଣ କୃଷକ ସଙ୍ଗଠନ ନେତା ଅକ୍ରୁର ପଲାଇ, ଦାଶରଥି ସାହୁ, ମହେନ୍ଦ୍ର ପରିଡ଼ା, ବୈଷ୍ଣବ ସ୍ଵାଇଁ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ରୁଦ୍ର ପ୍ରସାଦ ବେହେରା, ମହେନ୍ଦ୍ର ପଟ୍ଟନାୟକ, ବିଦ୍ୟୁତ୍ ଲତା ପଲେଇ, ପ୍ରମୁଖ ଆୟୋଜିତ ପ୍ରତିବାଦ ସଭାରେ ଯୋଗଦେଇ ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ପଛୁଆ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ କଟୁ ସମାଲୋଚନା କରିଥିଲେ। ଜିଲ୍ଲାର ସାମଗ୍ରିକ ବିକାଶ ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର ନିମନ୍ତେ ଜିଲ୍ଲାରେ ମେଡ଼ିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ହେବା ଆଜି ଦିନରେ ଜିଲ୍ଲାବାସୀଙ୍କର କେବଳ ଦାବି ନୁହେଁ; ବରଂ ଏହା ସେମାନଙ୍କର ଅଧିକାର ବୋଲି ବକ୍ତାମାନେ ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି ଅଧିକାରକୁ ହାସଲ କରିବା ପାଇଁ ଏହି ଗଣଧାରଣାକୁ ଗଣ ଆନ୍ଦୋଳନ ଯାଏ ନେଇଯିବାକୁ ଆନ୍ଦୋଳନକାରୀମାନେ ଆଲୋଚନା କରିଥିଲେ। ଆବାହକ ମଣ୍ଡଳୀ ସଭ୍ୟ ଗୟାଧର ଧଳ, ଆଦିକନ୍ଦ ରାଉଳ, ଭାଗୀରଥି ଜେନା, ସୂର୍ଯ୍ୟକାନ୍ତ ପରିଡା, ପ୍ରମୁଖ ଧାରଣା କାର୍ଯ୍ୟକ୍ରମକୁ ପରିଚାଳନା ଦେଇଥିଲେ।

ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଇମାନୁଏଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

Sunil Chandra Nayak

ଆଠ ଫୁଟର ଅଜଗର ସାପ ଉଦ୍ଧାର

masiha

ସରକାରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!