ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ଅଭିନଵ ଉଦ୍ୟମ , ଜୟନ୍ତପୁର ଠାରେ ତ୍ରିଲୋଚନ ପାଠାଗାର ଉଦଘାଟିତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଜୟନ୍ତପୁର ଠାରେ ତ୍ରିଲୋଚନ ପାଠାଗାର ଲୋକାର୍ପିତ ହୋଇଯାଇଛି । ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଲୋକାର୍ପିତ କରିଛନ୍ତି । ସମ୍ମାନିତ ଅତିଥି ଭାବରେ ଧର୍ମଗଡ ବିଡ଼ିଓ ଶରତ କୁମାର ସେଠୀ,ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ,ପିଇଓ ରଘୁନାଥ ଖମାରୀ,ସମିତି ସଭ୍ୟ ଥବିର ନାଗ,ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ଯୁଏଡ,କବି ଜନ୍ମେଜୟ ନାଏକ,ରୋଦନ ମେହେର, ଭକ୍ତରାମ ମେହେର,ପୂର୍ଣ ନାଏକ,ପ୍ରେମଲାଲ ନାଏକ,ମିସନଶକ୍ତି ସଭାନେତ୍ରୀ ହିରାଜୀ ବାଗ,ସରପଞ୍ଚ ସଂଘ ସଭାପତି ହାତିରାମ ଦୂର୍ଗା ଉପସ୍ଥିତ ଥିବାବେଳେ ବିଶ୍ବରଂଜନ ପଣ୍ଡା ସଭା ପରିଚାଳନା କରିଥିଲେ । ଜୟନ୍ତପୁର ଗ୍ରାମର ଜଣେ ରାଜ୍ୟପାଳ ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ବାଗ ନିଜସ୍ୱ ଉଦ୍ୟମ ରେ ଗାଁରେ ଏହି ପାଠାଗାର ପ୍ରତିଷ୍ଠା କରିଛନ୍ତି । ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢିବା ତଥା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଏହା ଅନେକ ସହାୟକ ହୋଇ ପାରିବ ବୋଲି କହିଛନ୍ତି ଏହାର ପ୍ରତିଷ୍ଠାତା ତ୍ରିଲୋଚନ ବାଗ । ଆଗକୁ ଏହି ପାଠାଗାରର କଳେବର ବୃଦ୍ଧି କରାଯିବା ସହ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ବୋଲି ଶ୍ରୀବାଗ କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ମ.ରାମପୁର ରେ କାମନା ଦଣ୍ଡ ଶମ୍ଭୁ ମିଳନ ପାଇଁ ସର୍ବସାଧରଣ ବୈଠକ : ଅପ୍ରେଲ ୧୨ ରେ ପଞ୍ଚ ଶମ୍ଭୁ ମିଳନ ଉତ୍ସବ 

Sunil Chandra Nayak

ବଳଦିଆମାଲରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!