ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ବ୍ଳକ ଠାରେ ସବ୍ ଡିଭିଜନ ସ୍ତରୀୟ ଡାକ ମେଳା ଅନୁଷ୍ଠିତ

ଥୁଆମୂଳ ରାମପୁର:୨୭/୦୪ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ଯାଳୟ ସଭାଗୃହ ଠାରେ ଡାକ ମେଳା ବା ସଚେତନ ମେଳା ଜିଲ୍ଲା ଡିଭିଜନ ଭବାନୀପାଟଣା ଡାକ ବିଭାଗ ସୁପରିଷ୍ଟେଣ୍ତେଟ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଡାକ ମେଳାରେ ସବ ଡିଭିଜନ ଏନସ୍ପେକ୍ଟର ଏଫ୍ ପୋଷ୍ଟ ଜୟପାଟଣା ମକୁନ୍ଦ ଗୈନଟା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପରମାନନ୍ଦ ନାଏକ, ସମ୍ମନୀତ ଶିଶୁ ବିକାଶ ଯୋଜନା ଅଧିକାରୀ ମନିତୀବାଲା ପଟ୍ଟନାୟକ, ମହିଳା ପରିଦର୍ଶିକା ଓ ଅଙ୍ଗନବାଡ଼ି କର୍ମୀ ସମେତ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ ସମିତି ସଭ୍ଯ ସଭ୍ଯା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ମେଲ ଓଭରସିଅର ପ୍ରଶାନ୍ତ କୁମାର ପାତ୍ର ଡାକ ମେଳାକୁ ପରିଚାଳନା କରିଥିବା ବେଳେ ମେଲକୁନ୍ଦେଲ ବ୍ରାଞ୍ଚ ଡାକଘର ପୋଷ୍ଟ ମାଷ୍ଟର ଗୌରୀ ଶଙ୍କର ଦୁର୍ଗା ସହଯୋଗ କରିଥିଲେ। ବିଭାଗୀୟ ଅଧିକାରୀ ଡାକ ମେଳାରେ ଉପସ୍ଥିତ ରହି ଅଂଶଗ୍ରହଣ କରିଥିବା ସମସ୍ତ ଙ୍କୁ ଡାକ ବିଭାଗରେ ଯାହା ସବୁ ସୁବିଧା ସୁଯୋଗ ଜନସାଧାରଣ ଙ୍କ ନିମନ୍ତେ ରହିଛି ତାହାରି ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ବିଶେଷ କରି ଡାକ ବିଭାଗରେ ଜନସାଧାରଣ ପାଇଁ ସୁବିଧା ରହିଛି ତନ୍ମଧ୍ୟରୁ ମୁଖ୍ୟ ସୁବିଧା ହେଲା ଓପୋନିଙ୍ଗ ଅଫ୍ ମହିଳା ସମୃଦ୍ଧି ସେଭିଙ୍ଗ୍ ସାର୍ଟିଫିକେଟ, ସୁକନ୍ଯା ସମୃଦ୍ଧି ଯୋଜନା ବ୍ଯତିତ ଏସବି/ଆରଡି/ଟିଡି/ପିଏଲଆଇ/ଆରପିଏଲଆଇ ଏକାଉଣ୍ତ ଭଳି ବିଭିନ୍ନ ସୁବିଧା ରହିଥିବା ବିଷୟରେ ଅବଗତ କରାଯାଇଥିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା 

masiha

କଳାହାଣ୍ଡି:ହାତୀ ନଦୀ ରେ ବନ୍ୟା ପରିସ୍ଥିତି ! ଇନ୍ଦ୍ରାବତୀ ଜଳ ଭଣ୍ଡାର ହାତୀ ବ୍ୟାରେଜ ରୁ ଛଡ଼ାଗଲା ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ। ହାତୀ ବ୍ୟାରେଜରୁ ୪୧୨ କ୍ୟୁମେକ୍ସ ବନ୍ୟା ଜଳ ନିଷ୍କାସନ….

Sunil Chandra Nayak

ରାଇରଙ୍ଗପୁର ପୌରପାଳିକା ତରଫରୁ ୭ ଟି ଆଶ୍ରୟସ୍ଥଳୀ ରେ ୨୭୫ ଜଣଙ୍କୁ ରିଲିଫ୍ ବଣ୍ଟନ 

masiha

Leave a Comment

error: Content is protected !!