ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାରିଙ୍ଗବାଡି ର ଶୀତ ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ପାଇଁ ଜିଲାପାଳଙ୍କ ନିକଟରେ ଦାବି

ଦାରିଙ୍ଗବାଡି ର ଶୀତ ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ପାଇଁ ଜିଲାପାଳଙ୍କ ନିକଟରେ ଦାବି

କନ୍ଧମାଳ, ତା, ୧୦/୧୧:(ମନିସ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିଛି। ରାଜ୍ୟରେ ସବୁଠାରୁ ଶୀତଳ ବ୍ଲକ ଭାବେ ପରିଚିତ ଦାରିଙ୍ଗବାଡିରେ ପ୍ରତିବର୍ଷ ଜାନୁୟାରୀରେ ଶୀତ ମହୋତ୍ସବ ପାଳନ ହେଉଛି। ତେବେ ୨୦୧୫ରେ ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ପାଳିତ ହୋଇଥିଲା ତା’ପରଠାରୁ ଏହି ମହୋତ୍ସବ ରାଜ୍ୟ ସ୍ତରୀୟ ହେଉନଥିବା ବେଳେ ସ୍ଥାନୀୟ ଲୋକ ଓ ସ୍ଥାନୀୟ ପ୍ରଶାସନର ସହାୟତରେ ମହୋତ୍ସବ ପାଳନ କରାଯାଉଛି, ଯାହାକି ରାଜ୍ୟ ସ୍ତରୀୟ ଢାଞ୍ଚାରେ କରାଯାଉଛି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଆସନ୍ତା ୨୦୨୬ ଜାନୁୟାରୀରେ ଏହି ମହୋତ୍ସବ ପାଳନ କରାଯିବ, ଏଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏହାକୁ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ କରାଯିବାକୁ ଜିଲାପାଳଙ୍କୁ ଅବଗତ କରାଯିବାକୁ ନିଷ୍ପତି ନିଆଯାଇଥିଲା। ଏହି ଅବସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣିବେଳେ ଦାରିଙ୍ଗବାଡି ଶୀତ ମହୋତ୍ସବ ପାଳନ କମିଟି ପକ୍ଷରୁ ଜିଲାପାଳଙ୍କୁ ଲିଖିତ ଦାବି କରାଯାଇଛି। ଏଥିରେ ଜିଲାପାଳ ବେଦ ଭୂଷଣ ଅଭିଯୋଗ ପତ୍ର ଗ୍ରହଣ କରି ସରକାରଙ୍କୁ ଜଣାଇବି ବୋଲି ପ୍ରତିଶୃତି ଦେଇଛନ୍ତି। ଦାରିଙ୍ଗବାଡି ବରିଷ୍ଠ ନାଗରିକ ମଞ୍ଚର ସଭାପତି ରମେଶ ଚନ୍ଦ୍ର ସାହୁ, ଆଇନଜୀଵୀ ହରେନ ସାହୁ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ପୂର୍ବତନ ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ଭାଲୁ ସାହୁ ପ୍ରମୁଖ ଏହି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଆଦିବାସୀ ଅଧ୍ୟୁଷିତ ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହେବ. ରାଜ୍ୟସଭା ସାଂସଦ ଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଙ୍କ ଚିଠି

Sunil Chandra Nayak

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସ୍ବଚ୍ଛତା କାର୍ଯ୍ୟକ୍ରମ 

Sunil Chandra Nayak

ରାଇରଙ୍ଗପୁରରେ ଜର୍ମାନୀର ଖ୍ୟାତନାମା ଚିକିତ୍ସା ବିଶେଷଜ୍ଞ ଡାକ୍ତର ଶିବାଶିଷ ଗିରିଙ୍କ ଦ୍ଵାରା ‘ ଆମ ଶରୀର ଆମ ଡାକ୍ତର ‘ କର୍ମଶାଳା 

masiha

Leave a Comment

error: Content is protected !!