ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଧୂଙ୍ଗିଆ ଦେଇ ଦେଵୀ ଙ୍କ ପୀଠରୁ ମୂର୍ତ୍ତି ସହ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି

ଧୂଙ୍ଗିଆ ଦେଇ ଦେଵୀ ଙ୍କ ପୀଠରୁ ମୂର୍ତ୍ତି ସହ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି

କନ୍ଧମାଳ, ତା, ୧୦/୧୧: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ମହାସିଙ୍ଗି ପଞ୍ଚାୟତ ୫୯ ନଂ.ଜାତୀୟ ରାଜପଥ ରାସ୍ତା କଡରେ ଥିବା ଅଞ୍ଚଳର ଇଷ୍ଟଦେବୀ ମା’ କାକବୁଢା (ଧୂଙ୍ଗିଆ ଦେଇ) ଙ୍କ ମନ୍ଦିର ଗେଟ ତାଲାଭାଙ୍ଗି ରବିବାର ମଧ୍ୟ ରାତ୍ର ପରେପରେ କାକବୁଢା ପ୍ରତିମୂର୍ତ୍ତି ସହ ସୁନା ଆଖି ଚାରିଗୋଟି, ରୂପା ମୁକୁଟ ଗୋଟିଏ ଓ ପିତଳ ନାଗ ସାପ ଅଠର ଗୋଟି କିଛି ଦୁର୍ବୁର୍ତ୍ତ ଚୋରିକରି ନେଇଯାଇଥିବା ବିଷୟ ପୂଜକ ସକାଳୁ ମନ୍ଦିର ପୂଜା କରିବାକୁ ଆସିଥିବା ବେଳେ ଦେଖିବାକୁ ପାଇଥିଲେ l ଏହା ପରେପରେ ପୂଜକ ଜଣକ ସଙ୍ଗେ ସଙ୍ଗେ ମନ୍ଦିର କମିଟିକୁ ଜଣାଇଥିଲେ l ମନ୍ଦିର କମିଟି ପୋଲିସ କୁ ଜଣାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅନୁଧ୍ୟାନ କରିବା ସହ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ବନପାଲ ରମେଶ ପଣ୍ଡା ଙ୍କ ଦ୍ଵାରା କାଠ ବୋଝେଇ ଟ୍ରାକ୍ଟର ଜବତ , ୪ ଅଭିଯୁକ୍ତକୁ କୋର୍ଟ ଚାଲାଣ

masiha

ନିର୍ମମ ଭାବେ ସ୍ତ୍ରୀ କୁ ହତ୍ୟାକଲା ସ୍ବାମୀ !!!!:

Sunil Chandra Nayak

ଦିବ୍ୟାଙ୍ଗ ମହିଳା ଙ୍କୁ ବଳାତ୍କାର ଉଦ୍ୟମ,  ଧର୍ଷଣକାରୀଙ୍କୁ ୮ ବର୍ଷ କାରାଦଣ୍ଡାଦେଶ

Sunil Chandra Nayak

Leave a Comment

error: Content is protected !!