ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହିଳା କମିଶନଙ୍କ ହସ୍ତକ୍ଷେପ ପରେ ରୁଜୁ ହେଲା ମାମଲା , ସ୍କୁଲ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ : ଜେଲ ଗଲେ ଶିକ୍ଷକ

ମହିଳା କମିଶନଙ୍କ ହସ୍ତକ୍ଷେପ ପରେ ରୁଜୁ ହେଲା ମାମଲା ,

ସ୍କୁଲ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ : ଜେଲ ଗଲେ ଶିକ୍ଷକ

ଲାଞ୍ଜିଗଡ଼,୧୯/୦୪(ମନିସ)-ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅମ୍ବାଦଳା ପୁଲିସ। କଳାହାଣ୍ଡି-ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଘଟିଥିବା ଏହି ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୋଗ ଅନୁଯାୟୀ, ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନାଞ୍ଚଳର ଜଣେ ନାବାଳିକା ଛାତ୍ରୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ସୀମାନ୍ତ ଭୁର୍ଟିଗଡ଼ ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲା। ସେଇ ସ୍କୁଲରେ ଶିକ୍ଷକତା କରୁଥିବା ଜଣେ ଶିକ୍ଷକ ଶେଷଦେବ ପାତ୍ର ସମ୍ପୃକ୍ତ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ଅମ୍ବାଦଳା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ଅମ୍ବାଦଳା ଥାନାରେ କେସ ନଂ ୯୮/୨୦୨୫ ତଥା ଭାରତୀୟ ନ୍ୟାୟ ସଂହିତା ୬୪(୨)(ଏମ), ୧୩୭(୨)ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଅମ୍ବାଦଳା ଥାନାଧିକାରୀ କଳ୍ପନା ବେହେରାଙ୍କ ତତ୍ୱାବଧାନରେ ଏସଆଇ ମନୋଜ କୁମାର ମାଝୀ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ପନ୍ଦର ଦିନ ପୂର୍ବରୁ ଏହି ଲଜ୍ଜାଜନକ ଘଟଣାଟି ଘଟିଥିବାବେଳେ ଶିକ୍ଷକଙ୍କ ପରିବାର ଲୋକେ ଏହାକୁ ଚାପିଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୀଡିତା ଛାତ୍ରୀ ଜଣକ ଧମକ ଚମକକୁ ଭୟ ନକରି ନିଜ ପ୍ରଚେଷ୍ଟାରେ ଭୁବନେଶ୍ୱର ଯାଇ ମହିଳା କମିଶନର ଦ୍ୱାରସ୍ତ ହେବା ଏବଂ କମିଶନଙ୍କ ହସ୍ତକ୍ଷେପ ପରେ ଭୁବନେଶ୍ୱର ମହିଳା ଥାନାରେ ଜିରୋ ଏଫଆଇଆର ରୁଜୁ ହୋଇଥିଲା। ପରେ ମାମଲାଟି ଅମ୍ବାଦଳା ଥାନାକୁ ସ୍ଥାନାନ୍ତର ହେବା ପରେ ଏହାକୁ ଗୁରୁତ୍ୱର ସହିତ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏପରିକି ଫେରାର ଥିବା ଅଭିଯୁକ୍ତ ଶିକ୍ଷକକୁ ଖୋଜାଖୋଜି କରି ଆଜି ଗିରଫ କରିବା ସହିତ କୋର୍ଟଚାଲାଣ କରାଯାଇଛି। ସେହିପରି ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରିବା ପରେ ସିଡବ୍ଲ୍ୟୁସି ନିକଟରେ ହାଜର କରାଯାଇଛି। ଅପରପକ୍ଷରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ପରିବାରର ବୟାନ ରେକର୍ଡ କରାଯାଇଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଵହଳଦା ଥାନା! ବେଆଇନ ଗୋ ଚମଡା ବୋଝେଇ ଟ୍ରକ ଜବତ,୩ ଅଟକ

masiha

ଘର ଦାଣ୍ଡରୁ ଇଣ୍ଡିକ କାର ଚୋରି ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ

Sunil Chandra Nayak

ସୋସିଆଲ ମିଡ଼ିଆରେ ସାମ୍ବାଦିକଙ୍କୁ ଆକ୍ଷେପ ଥାନାରେ ଏତଲା 

masiha

Leave a Comment

error: Content is protected !!