ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଉତ୍କଳ ଆଲୁମିନା ପକ୍ଷରୁ ଷ୍ଟେକ ହୋଲ୍ଟର ବନ୍ଧୁତ୍ବପର୍ଣ୍ଣ କ୍ରିକେଟ ପ୍ରତିଯୋଗିତା ୨୦୨୫ ଆୟୋଜିତ  ଶିର୍ଷ ମ୍ୟାଚରେ କଳାହାଣ୍ଡି ଚମ୍ପିୟାନ, ରାୟଗଡ଼ା ରନର୍ଷଅପ୍ 

ଉତ୍କଳ ଆଲୁମିନା ପକ୍ଷରୁ ଷ୍ଟେକ ହୋଲ୍ଟର ବନ୍ଧୁତ୍ବପର୍ଣ୍ଣ କ୍ରିକେଟ ପ୍ରତିଯୋଗିତା ୨୦୨୫ ଆୟୋଜିତ 

ଶିର୍ଷ ମ୍ୟାଚରେ କଳାହାଣ୍ଡି ଚମ୍ପିୟାନ, ରାୟଗଡ଼ା ରନର୍ଷଅପ୍ 

ରାୟଗଡ଼ା, ୧୯/୪: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ଏକ ସହଯୋଗୀ କମ୍ପାନୀ ତରଫରୁ ଏକ ଦିବସୀୟ ଷ୍ଟେକହୋଲ୍ଡର ବନ୍ଧୁତବପୂର୍ଣ୍ଣ କ୍ରିକେଟ୍ ପ୍ରତିଯୋଗିତା- ୨୦୨୫ ଆୟୋଜିତ ହୋଇଯାଇଅଛି। ସ୍ଥାନୀୟ ଓଷାପଡ଼ା ସ୍ଥିତ ଟାଉନସିପ ଖେଳ ପଡ଼ିଆ ଠାରେ ଆୟୋଜିତ ଏହି ଦିବାରାତ୍ର କ୍ରିକେଟ୍ ପ୍ରତିଯୋଗିତାରେ ଜିଲ୍ଲାପାଳ ଏକାଦଶ ରାୟଗଡ଼ା, କଳାହାଣ୍ଡି ଜିଲ୍ଲା ପ୍ରଶାସନ ସମେତ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ(ପୋଲିସ) ଏକାଦଶ , ସିଆରପିଏଫ୍ ଏବଂ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ(ଉତ୍କଳ ଆଲୁମିନା ଏବଂ ଆଦିତ୍ୟ ଆଲୁମିନା) ମିଶ୍ରିତ ଦୁଇଟି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। 

ପ୍ରଥମ ମ୍ୟାଚରେ ହିଣ୍ଡାଲକୋ ଏକାଦଶ ସହ ସିଆରପିଏଫ୍ ଦଳର ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଉକ୍ତ ମ୍ୟାଚରେ ଆୟୋଜକ ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୬୭ରନ୍ ହାସଲ କରିଥିବା ସ୍ଥଳେ ସିଆରପିଏଫ୍ ଦଳ ହିଣ୍ଡାଲକୋ ଏକାଦଶ କୁ ପରାସ୍ତ କରି ବିଜୟ ହାସଲ କରିଥିଲା। ସେହିପରି ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍ ହିଣ୍ଡାଲକୋ ଏକାଦଶ (ବରିଷ୍ଠ )ସହ ଜିଲ୍ଲାପାଳ ଏକାଦଶ ର ମ୍ୟାଚ୍ ଆୟୋଜିତ ହୋଇଥିଲା। ଉକ୍ତ ମ୍ୟାଚରେ ପ୍ରଥମେ ଟସ୍ ଜିତି ଆୟୋଜକ ହିଣ୍ଡାଲକୋ ବରିଷ୍ଠ ଦଳ ୪ବିକେଟ୍ ହରାଇ ବିଶାଳ ୯୮ ସ୍କୋର ହାସଲ କରିଥିବା ବେଳେ ଜିଲ୍ଲାପାଳ ଏକାଦଶ ରାୟଗଡା ଦଳ ୩ ବିକେଟ୍ ବିନିମୟରେ ସଫଳତାର ସହ ଏହି ସ୍କୋର ଅତିକ୍ରମ କରିଥିଲେ। ତୃତୀୟ ମ୍ୟାଚ୍ ରେ ରାୟଗଡ଼ା ଏସପି ଦଳ ବନାମ କଳାହାଣ୍ଡି ଜିଲ୍ଲା ପ୍ରଶାସନ ମଧ୍ୟରେ ଆୟୋଜିତ ହୋଇଥିଲା। ଉକ୍ତ ମ୍ୟାଚରେ ଉଭୟ ଦଳ ଭଲ ପ୍ରଦର୍ଶନ କରିଥିଲେ ହେଁ କଳାହାଣ୍ଡି ଏକାଦଶ ଦଳ ରାୟଗଡ଼ା ଏସପି ଏକାଦଶ ଦଳକୁ ପରାସ୍ତ କରିଥିଲା। ଅନୁରୂପ ଭାବେ ପୁଣି ସିଆରପିଏଫ୍ ଏକାଦଶ ଓ ଜିଲ୍ଲାପାଳ ଏକାଦଶ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିବା ବେଳେ ଜିଲ୍ଲାପାଳ ଏକାଦଶ ୧୧୪ ବିଶାଳ ଲକ୍ଷ୍ୟ ସିଆରପିଏଫ୍ ଦଳକୁ ଦେଇଥିଲା। ତେବେ ସିଆରପିଏଫ୍ ଏକାଦଶ ସମସ୍ତ ୱିକେଟ୍ ହରାଇ ମାତ୍ର ୪୭ରନ କରି ୬୭ ରନରେ ପରାଜୟ ହୋଇଥିଲା। ଶୀର୍ଷ ମ୍ୟାଚ୍ କଳାହାଣ୍ଡି ଜିଲ୍ଲାପାଳ ଏକାଦଶ ଓ ଜିଲ୍ଲାପାଳ ଏକାଦଶ ମଧ୍ୟରେ ଲଢେ଼ଇ ହୋଇଥିବାବେଳେ ମ୍ୟାଚ୍ ଖୁବ୍ ରୋମାଞ୍ଚିତ ହୋଇଥିଲା । ଉକ୍ତ ମ୍ୟାଚ୍ ୧୨ବିଶିଷ୍ଟ ହେବା ସହ ପ୍ରଥମେ ଟସ୍ ଜିତି ଜିଲ୍ଲାପାଳ ଏକାଦଶ ବ୍ୟାଟିଂ ନିଷ୍ପତି ନେଇଥିଲା। କିନ୍ତୁ ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରି ଆସୁଥିବାବେଳେ ଶୀର୍ଷ ମ୍ୟାଚରେ କଳାହାଣ୍ଡି ଜିଲ୍ଲାପାଳ ଏକାଦଶ ଦଳ, ଜିଲ୍ଲାପାଳ ଏକାଦଶକୁ ବୃହତ୍ ସ୍କୋର ପୂର୍ବରୁ ରୋକିବାରେ ସକ୍ଷମ ହୋଇଥିଲା। କଳାହାଣ୍ଡି ଜିଲ୍ଲାପାଳ ଏକାଦଶ ବୋଲାରଙ୍କ ଘାତକ ବୋଲିଂ ଯୋଗୁଁ ଅଳ୍ପ ସମୟ ବ୍ୟବଧାନ ନିରବିଛିନ୍ନ ୱିକେଟ୍ ପଡ଼ିବାରୁ ଜିଲ୍ଲାପାଳ ଏକାଦଶ ଦଳ ମାତ୍ର ୫୪ରନ୍ କରି ଅଲ୍ ଆଉଟ୍ ହୋଇ ପାଭେଲିଆନକୁ ଫେରିଥିଲେ। ପରବର୍ତୀ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାପାଳ ଏକାଦଶ ଦଳ ବ୍ୟାଟିଂ କରିବାକୁ ଆସିଥିବା ବେଳେ ୪ ୱିକେଟ ହରାଇ ଏହି ସ୍କୋର ହାସଲ କରିଥିଲେ। ଶୀର୍ଷ ମ୍ୟାଚରେ କଳାହାଣ୍ଡି ଏକାଦଶ ଦଳ ସହଜ ଭାବେ ବିଜୟୀ ହୋଇ ଷ୍ଟେକଖୋଲ୍ଡର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ପ୍ରତିଯୋଗିତାରେ ଚମ୍ପିୟାନ ହୋଇଛି। ଅନ୍ୟକ୍ଷରେ ଏହି ଶୀର୍ଷ ମ୍ୟାଚରେ ଖେଳାଳିଙ୍କୁ ଉତ୍ସାହିତ ନିମନ୍ତେ ମୁଖ୍ୟ ଅତଥିଭାବେ ଭାବେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର (ଭା. ପ୍ର. ପୁ. ସେ,) ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରାୟଗଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଷ୍ଣୁ ପ୍ରସାଦ ପତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଶେକ୍ ଆଲେନୂର୍, କଳାହାଣ୍ଡି ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ରମେଶ କୁମାର ପାଢ଼ୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଅନୁରୂପ ଉତ୍କଳ ଆଲୁମିନା ୟୁନିଟ୍ ମୁଖ୍ୟ ଶ୍ରୀ ରବି ମିଶ୍ର, ଆଦିତ୍ୟ ବିର୍ଲା ରିଫେନେରୀ କାରଖାନା ମୁଖ୍ୟ ଶ୍ରୀ ମଜହର ବେଗ, କର୍ପୋରେଟ କମ୍ୟୁନିକେସନ ଉପାଧ୍ୟକ୍ଷ ଡଃ. ବିଭୁଦତ୍ତ ମହାପାତ୍ର, ମାନବ ସମ୍ବଳ ବିକାଶ ପ୍ରମୁଖ ଶ୍ରୀ ବିଜୟ କୁମୁରା, କୌଶିକ ଶରଣ ମିଶ୍ର, ଭିପି, ଆଦିତ୍ୟ ରିଫାଇନାରୀ ସମେତ କମ୍ପାନୀର ଅନ୍ୟ ବରିଷ୍ଠ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଉକ୍ତ ବନ୍ଧୁତ୍ବପୂର୍ଣ୍ଣ ଷ୍ଟେକ୍ ହୋଲ୍ଡର କ୍ରିକେଟ୍ ପ୍ରତିଯୋଗିତା ୨୦୨୫ କର୍ପୋରେଟ ଅଫେୟର ଓ ଲୋକ ସମ୍ପର୍କ ବିଭାଗ ସାଧାରଣ ପରିଚାଳକ ଶ୍ରୀ ପିତାମ୍ବର ବେହେରା ଏବଂ କମ୍ପାନୀର କ୍ରୀଡା ସମିତିର ସଦସ୍ୟ ମାନଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଆୟୋଜିତ ହୋଇଥିଲା 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଉଦଘାଟିତ

masiha

ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନବରଙ୍ଗପୁର ଚାମ୍ପିଅନ

masiha

ଉଦଯାପିତ ହେଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

Leave a Comment

error: Content is protected !!