ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ନେସନାଲ କଲେଜ ନୂଆପଡ଼ାରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍ଘାଟନ କଲେ 

ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ନେସନାଲ କଲେଜ ନୂଆପଡ଼ାରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍ଘାଟନ କଲେ 

ନୂଆପଡ଼ା ,ନୂଆପଡା, ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ନେସନାଲ କଲେଜ ନୂଆପଡ଼ାରେ ମାଆ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସରକାରଙ୍କ ବାଣିଜ୍ୟ,ପରିବହନ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଏଵଂ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା, ସାଂସଦ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ,ଖରୀଆର ରୋଡ ପୌରାଧ୍ୟକ୍ଷା ସୋନିଆ ଗୋଲ୍ଡି ଅଗ୍ରୱାଲ, ଯୁବ ନେତା ଅଭିନନ୍ଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ତାଙ୍କର ଅଭିଭାଷଣ ପ୍ରଦାନ କରି ନିଜ କଲେଜ୍ ଜୀବନର ସ୍ମୃତି ଚାରଣ କରିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ କରମର୍ଦନ କରି ଉତ୍ସାହିତ ଥିଲେ। କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା , ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।ଶେଷରେ ନନ୍ଦିନୀ ମଞ୍ଜରୀ ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତିଯୋଗିତାରେ ମୋଟ 13 ଗୋଟି ଦଳ ଭାଗ ନେଇଥିଲେ । ବାଳକ ବିଭାଗରେ ନେସନାଲ କଲେଜ ନୂଆପଡ଼ା ଚାମ୍ପିଅନ ଓ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ରନର୍ସ୍ ଅପ୍ ଏଵଂ ବାଳିକା ବିଭାଗରେ ନେସନାଲ କଲେଜ ନୂଆପଡ଼ା ଚମ୍ପିୟାନ ଓ ଖରିଆର ଅଟୋନୋମସ କଲେଜ ରନର୍ସ ଅପ୍ ହୋଇଥିଲେ। ନୂଆପଡ଼ା ବିଧାୟକ ପ୍ରତିନିଧି ଜୟ ଢୋଲକିଆ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ଚାମ୍ପିଅନ ଓ ରନର୍ସ୍ଅପ୍ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସାଂସ୍କୃତିକ ଓ କ୍ରୀଡା ଉତ୍ସବ ଅନୁଷ୍ଠିତ 

masiha

ନବରଙ୍ଗପୁର ର ସୁନା ଝିଅ ମିନା ସାନ୍ତା ଭାରତର ଗର୍ବ

masiha

ତିନି ଦିନ ଧରି କ୍ରିକେଟ କୋଚିଂ କେମ୍ପ, ଓଡ଼ିଶା କ୍ରିକେଟ କୋଚ୍ ଙ୍କ ଯୋଗଦାନ

masiha

Leave a Comment

error: Content is protected !!