ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପୁନୁ ଭତ୍ରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପୁନୁ ଭତ୍ରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ଡାବୁଗାଁ, ୫/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଜୁନାପାଣି ପଞ୍ଚାୟତ ଅଧୀନ ଗିର୍ଲା ଗ୍ରାମ ଖେଳ ପଡିଆରେ ପୁନୁ ଭତ୍ରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି | ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୨୭ ତାରିଖ ଦିନ ଆରମ୍ଭ ହୋଇଥିଲା | ଆଜି ଫାଇନାଲ ମ୍ୟାଚ ଟି ଡ଼ଙ୍ଗରିଗୁଡା ଦଳ ଓ ଝରିଗୁଡା ପପୁ-୧୧ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଡ଼ଙ୍ଗରିଗୁଡା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୮ ୱିକେଟ ହରାଇ ୧୧୦ ରନ ସଂଗ୍ରହ କରିଥିଲେ | ଝରିଗୁଡା ପପୁ-୧୧ ଦଳ ୧୩ ଓଭର ରେ ୨ ୱିକେଟ ହରାଇ ୧୧୫ ରନ ସଂଗ୍ରହ କରି ବିଜୟ ହାସଲ କରିଥିଲା | ନିରଞ୍ଜନ ପୂଜାରୀ ଓ ସନାଧର ମାଝି ଆମ୍ପାୟାର ଦାୟିତ୍ଵ ତୁଲାଇ ଥିଲେ | ଶେଷରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇ ବିଜୟୀ ଝରିଗୁଡା ପପୁ-୧୧ ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ଓ ପରାଜିତ ଡ଼ଙ୍ଗରିଗୁଡା ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରଯାଇଥିଲା | ଏଥିରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ଗୋପବନ୍ଧୁ ସମରଥ ଓ ମ୍ୟାନ ଅଫ ଦି ସିରିଜ ଭାବେ କର୍ଣ୍ଣ ହରିଜନ ଙ୍କୁ ଟ୍ରଫି ଦେଇ ସମ୍ମାନୀତ କରଯାଇଥିଲା | ଏହି ସଭାରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ ଓ ବିଜେଡି ବରିଷ୍ଠ ସଦସ୍ୟ ଏମ୍. ଆପ୍ପା ରାଓ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ କମିଟି ଭାବ ନିରଞ୍ଜନ ପୂଜାରୀ, ରଘୁନାଥ ଭତ୍ରା, ରାମଫୁଲ ଭତ୍ରା, ଶ୍ରବଣ ମାଝି, ଶୁକରାମ ମାଝି, ସୁନାଧର ମାଝି, ରମେଶ ଭତ୍ରା, ଲଛମୀ ଭତ୍ରା, କୃଷ୍ଣ ଗୌଡ, ଶଙ୍କର ଭତ୍ରା ଓ ବିଶ୍ଵନାଥ ମାଝି ପ୍ରମୁଖ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ହିରୋକପ୍ ହକି ପ୍ରତିଯୋଗିତା ସମ୍ପନ୍ନ

Sunil Chandra Nayak

ପୂର୍ଣ୍ଣ ଚନ୍ଦ୍ର ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା ଉଦଯାପିତ

Sunil Chandra Nayak

କାର୍ମେଲ ସ୍କୁଲର ଆଞ୍ଚଳିକ ଦ୍ବିଦିବସୀୟ କ୍ରିଡା ପ୍ରତିଯୋଗିତା ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!