ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ -୨୦୨୫ ଅନୁଷ୍ଠିତ

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ -୨୦୨୫ ଅନୁଷ୍ଠିତ 

ଢେଙ୍କାନାଳ: ତା.୧୮.୦୪.୨୦୨୫ ରିଖ: // ସ୍ଥାନୀୟ ଶତାୟୁ,ପି.ଏମ୍.ଶ୍ରୀ.ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଥିବା ସଭାମଞ୍ଚରେ ପ୍ରାତଃ ୦୮ ଘଟିକା ସମୟରେ ଜିଲ୍ଲା ଶିକ୍ଷାଅଧିକାରୀ ବିନିତା ସେନାପତିଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ଭାବରେ ସୋମେଶ କୁମାର ଉପାଧ୍ୟାୟ,ଜିଲ୍ଲାପାଳ,ଢେଙ୍କାନାଳ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅଭିନବ ସୋନକର୍, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ,ଢେଙ୍କାନାଳ,ଦୀପ୍ତିରଞ୍ଜନ ସେଠୀ, ମୁଖ୍ୟ ଉନ୍ନୟନ ଅଧୁକାରୀ ଓ ପ୍ରକଳ୍ପ ନିର୍ଦ୍ଦେଶକ,ଜିଲ୍ଲା ପରିଷଦ,ଢେଙ୍କାନାଳ, ସତ୍ୟରଞ୍ଜନ ସାହୁ,ଅବସରପ୍ରାପ୍ତ ଉଚ୍ଚ ମାଧମିକ ଶିକ୍ଷା ନିର୍ଦ୍ଦେଶକ ଓ ଜିଲ୍ଲାପାଳ,କାର୍ଯ୍ୟକ୍ରମର ମାର୍ଗଦର୍ଶିକା,ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ବ୍ରହ୍ମୋତ୍ରୀ ବିଶ୍ଵାଳଙ୍କ ପ୍ରତ୍ୟେକ୍ଷ ଉଦ୍ୟମ,ନେତୃତ୍ବରେ ଓ ସଫଳ ସଂଯୋଜନାରେ,ଆବାହକ, ବରିଷ୍ଠ ଶିକ୍ଷକ ତଥା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ରଙ୍କ ଆବାହକତ୍ୱରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଓ ବର୍ଣ୍ଣାଢ଼୍ୟ ସଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ କାଳରେ ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ତଥା ଉଦ୍ ଘାଟକ ଭାବରେ  ସୋମେଶ କୁମାର ଉପାଧ୍ୟାୟ,ଜିଲ୍ଲାପାଳ,ଢେଙ୍କାନାଳ ଯୋଗଦାନ କରି ଏହାକୁ ଉଦ୍ ଘାଟନ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ଅଭିଭାଷଣରେ ବିଦ୍ୟାଳୟର ଶୈକ୍ଷିକ,ସହଶୈକ୍ଷିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀ,ଛାତ୍ରମାନଙ୍କର ଅନ୍ତର୍ନିହିତ ପ୍ରତିଭାର ସର୍ବାଙ୍ଗୀନ ବିକାଶ ହେବା ସହିତ ସେମାନଙ୍କୁ ଜୀବନରେ ସଫଳତା ହାସଲ ପାଇଁ ପ୍ରେରଣା ଯୋଗାଇଥାଏ ବୋଲି କହିଥିଲେ।ସତ୍ୟରଞ୍ଜନ ସାହୁ,ଅବସର ପ୍ରାପ୍ତ ଉଚ୍ଚ ମାଧମିକ ଶିକ୍ଷା ନିର୍ଦ୍ଦେଶକ ଓ ଜିଲ୍ଲାପାଳ ସ୍ଵୀୟ ଅଭିଭାଷଣରେ ବିଦ୍ୟାଳୟର ଭିତ୍ତିଭୂମି ସହ ଛାତ୍ରୀ,ଛାତ୍ରମାନଙ୍କର ଶୈକ୍ଷିକ ଓ ସହଶୈକ୍ଷିକକ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ଶିକ୍ଷୟିତ୍ରୀ,ଶିକ୍ଷକ,ଛାତ୍ରୀ,ଛାତ୍ର ଓ ସେମାନଙ୍କର ମାତା,ପିତା ତଥା ଅଭିଭାବିକା, ଅଭିଭାବକମାନଙ୍କର ସମ୍ମିଳିତ ଯତ୍ନ ଓ ଅବିରତ ପ୍ରଚେଷ୍ଟା ଆବଶ୍ୟକ ବୋଲି ଦୃଢ ମତପୋଷଣ କରିଥିଲେ।ପରେ ପରେ ଏହି ଉପଲକ୍ଷେ ଅନୁଷ୍ଠିତ ଉଦ୍ ଯାପନୀ ଉତ୍ସବରେ ଯୋଗଦାନ କରି ମଞ୍ଚାସୀନ ଅତିଥିବୃନ୍ଦ ଏହି ବାର୍ଷିକ ପୁରସ୍କାର ବିତରଣ ଉତ୍ସବ -୨୦୨୫ର ଉଦ୍ ଯାପନ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ବକ୍ତବ୍ୟରେ ଏହି ଅଭିନବ କାର୍ଯ୍ୟକ୍ରମ ସମସ୍ତଙ୍କ ମଧ୍ୟରେ ଶିକ୍ଷା ମାଧ୍ୟମରେ ବନ୍ଧୁତା, ସମ୍ମାନ,ଉତ୍କର୍ଷତା,ନୈତିକ ମୂଲ୍ୟବୋଧ ସୃଷ୍ଟି କରିବାପାଇଁ ସମର୍ଥ ହେବ ବୋଲି ଦୃଢ଼ ଆଶାପୋଷଣ କରିଥିଲେ। କାର୍ଯ୍ୟକ୍ରମର ମାର୍ଗଦର୍ଶିକା,ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ବ୍ରହ୍ମୋତ୍ରୀ ବିଶ୍ଵାଳ ସ୍ଵୀୟ ଅଭିଭାଷଣରେ ନିଜର ପ୍ରତ୍ୟେକ୍ଷ ଉଦ୍ୟମ, ନେତୃତ୍ବରେ ଓ ସଫଳ ସଂଯୋଜନାରେ ସମସ୍ତଙ୍କର ସହଯୋଗ,ଚେଷ୍ଟା,ନିଷ୍ଠା ଓ ସହାୟତାରେ କିପରି ଏହି କାର୍ଯ୍ୟକ୍ରମ ସଫଳତା ଲାଭ କରିପାରିଛି ସେ ସମ୍ପର୍କରେ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିବା ସହିତ ବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରି ବିଦ୍ୟାଳୟର ଅନେକ ଛାତ୍ରୀ,ଛାତ୍ର ବିଭିନ୍ନ ପ୍ରକାର କଳା,ବିଜ୍ଞାନ,କ୍ରୀଡ଼ା ଭଳି ବିଭିନ୍ନ ଶୈକ୍ଷିକ, ସହଶୈକ୍ଷିକ କ୍ଷେତ୍ରରେ ବ୍ଲକ୍,ଜିଲ୍ଲା,ରାଜ୍ୟ,ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଯୋଗଦାନ କରି ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିପାରିଛନ୍ତି ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥିବୃନ୍ଦ ଓ ଜିଲ୍ଲା ଶିକ୍ଷାଅଧିକାରୀ ବିନିତା ସେନାପତି ସ୍ଵୀୟ ଅଭିଭାଷଣରେ ଶିକ୍ଷାର ବିଭିନ୍ନ ପ୍ରକାର ଲକ୍ଷ୍ୟ,ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ସ୍ଵୀୟ ସ୍ଵୀୟ ଅଭିଭାଷଣରେ ଶିକ୍ଷା ଆମ ଢେଙ୍କାନାଳ ଜିଲ୍ଲାରେ ଥିବା ସରକାରୀ ନୋଡାଲ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଥିବା ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ମଧ୍ୟାମିକ ଅର୍ଥାତ୍ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ତୃଣମୂଳ ସ୍ତରର ସମସ୍ତ ଛାତ୍ରୀ,ଛାତ୍ର,ଶିକ୍ଷୟିତ୍ରୀ,ଶିକ୍ଷକମାନଙ୍କ ମାଧ୍ୟମରେ ଶ୍ରେଣୀ ଗୃହର ବିଭିନ୍ନ ବିଷୟ ଶିକ୍ଷା ଓ ବିଭିନ୍ନ ସହଶୈକ୍ଷିକ କାର୍ଯ୍ୟକ୍ରମ ତଥା କାର୍ଯ୍ୟକଳାପଗୁଡ଼ିକ ମାଧ୍ୟମରେ ସମସ୍ତଙ୍କ ମଧ୍ୟରେ ବନ୍ଧୁତା,ସମ୍ମାନ ଓ ଉତ୍କର୍ଷତା ଆଦି ମହନୀୟ ମାନବୀୟ ଗୁଣଗୁଡ଼ିକୁ ବିକଶିତ କରିବା ପାଇଁ ଏକ ପ୍ରମୁଖ ଭୂମିକା ନିର୍ବାହ କରିବା ସଙ୍ଗେ ସଙ୍ଗେ ଏହା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ସୁତ୍ରଧର ହୋଇ ପାରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ବର୍ଣ୍ଣାଢ଼୍ୟ,ଚିତ୍ତାକର୍ଷକ, ମନୋରଞ୍ଜନ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ସଂଯୋଜକ ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ,ଡ.ଅନୁପମା ମିଶ୍ର,ଦିପ୍ତିଶ୍ କୁମାର ଶତପଥୀ, ଭୂପିନ୍ଦର ସିଂ ମାଝୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ,ପ୍ରାକ୍ତନ କଳା ଶିକ୍ଷକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ‘ଠେଙ୍ଗା ‘ ଓଡ଼ିଶୀ,ସମ୍ବଲପୁରୀ, ଘୁମୁରା,ଆଦିବାସୀ,ଦେଶ ଭକ୍ତି ଓ ତେଲଗୁ ମାଲାୟଲମ୍ ସଙ୍ଗୀତର ତାଳେ ତାଳେ ଛାତ୍ରୀ ଛାତ୍ରମାନେ ନୃତ୍ୟ ପରିବେଷଣ କରିଥିଲେ ଓ ଏହା ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇଥିଲା। ଛାତ୍ରୀ,ଛାତ୍ର ଘୋଷିକା,ଘୋଷକମାନଙ୍କ ସଂଯୋଜକ କଲ୍ୟାଣୀ ବଡ଼ଜେନା, କ୍ଷୀରାବ୍ଧୀତନୟା ମହାପାତ୍ର ଓ ଡ.ଅନୁପମା ମିଶ୍ରଙ୍କ ନେତୃତ୍ୱରେ ନବମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସାଗରିକା ସ୍ୱାଇଁ ଓ ସପ୍ତମ ଶ୍ରେଣୀ ଛାତ୍ରୀ ସାନଭି ତ୍ରିପାଠୀ,ନବମ ଶ୍ରେଣୀର ଛାତ୍ରୀ ବିଷ୍ଣୁପ୍ରିୟା ସାହୁ,ନବମ ଶ୍ରେଣୀର ଛାତ୍ର ସତ୍ୟବ୍ରତ ନାଏକ ଓ ସପ୍ତମ ଶ୍ରେଣୀର ଛାତ୍ର ସାଇପ୍ରସାଦ ମହାପାତ୍ର ପ୍ରମୁଖ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।ବିଭିନ୍ନ ପ୍ରତିଯୋଗିତାର ସମସ୍ତ କୃତୀ ଛାତ୍ରୀ,ଛାତ୍ର ମଞ୍ଚାସୀନ ଅତିଥିବୃନ୍ଦଙ୍କଠାରୁ ପର୍ଯ୍ୟାୟ କ୍ରମେ ପ୍ରଶଂସାପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ।ସଭା ପ୍ରାରମ୍ଭରେ ଅତିଥିଵୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଉପସ୍ଥିତ ସମସ୍ତ ଅତିଥି ଓ ଶୁଭେଚ୍ଛୁମାନଙ୍କ ଦ୍ଵାରା ପୁଷ୍ପ,ଧୂପ,ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ରଙ୍କ ଦ୍ଵାରା ସୁଲଳିତ ସୁମଧୁର କଣ୍ଠରେ ମଙ୍ଗଲାଚରଣ ଗାନ ଓ କାର୍ଯ୍ୟକ୍ରମର ଅନ୍ତିମ ଭାଗରେ ଶାନ୍ତିପାଠ କରାଯାଇଥିଲା।ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ରଙ୍କ ମାର୍ଗଦର୍ଶନ ଓ ବାଦ୍ୟ ଯନ୍ତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ କୁମାର ନାୟକ, ନରେନ୍ଦ୍ର କୁମାର ଦାସ, ଦିବ୍ୟାଂଶୁ ଶର୍ମା,ମାନସ ପ୍ରିତମ୍ ରାଉତ, ପ୍ରୀତମ୍ ପ୍ରିୟବ୍ରତ ବେହେରା ପ୍ରମୁଖଙ୍କ ସହାୟତାରେ ବିଦ୍ୟାଳୟର ଛାତ୍ରୀ, ଛାତ୍ରମାନେ ସୁଲଳିତ,ସୁମଧୁର ସମବେତ ସ୍ବାଗତ ଓ ଉଦ୍ ଯାପନୀ ସଙ୍ଗୀତ ଗାନ କରିଥିଲେ।ନାଟ୍ୟକାର ମନୋହର ଶତପଥୀ କାର୍ଯ୍ୟକ୍ରମ ସଂଯୋଜକ ଭାବରେ ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ,କାର୍ଯ୍ୟକ୍ରମର ଉଦ୍ଦେଶ୍ୟଜ୍ଞାପନ ଓ ସଫଳ ଭାବରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମର ମାର୍ଗଦର୍ଶିକା ଭାବରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ତଥା ବର୍ତ୍ତମାନର ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ପ୍ରତ୍ୟେକ୍ଷ ଉଦ୍ୟମ, ନେତୃତ୍ବରେ,ମାର୍ଗଦର୍ଶନରେ ଓ ସଫଳ ସଂଯୋଜନାରେ, ଆବାହକ,ବରିଷ୍ଠ ଶିକ୍ଷକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର,ବିଦ୍ୟାଳୟର ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ସମାଜସେବୀ ରୁଦ୍ର ନାରାୟଣ ତ୍ରିପାଠୀ,ପ୍ରାକ୍ତନ ଶିକ୍ଷକ ତଥା ବର୍ତ୍ତମାନର ପ୍ରଧାନ ଶିକ୍ଷକ ଇତିଶ କୁମାର ବରାଳ,ପ୍ରାକ୍ତନ କ୍ରୀଡ଼ାଶିକ୍ଷକ ଅକ୍ଷୟ କୁମାର ପଣ୍ଡାଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ଓ ଆଲୁମିନି ଆସୋସିଏସନ୍ ର ସଭାପତି,ଉପସଭାପତି,ସଭ୍ୟା,ସଭ୍ୟ ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ,ପ୍ରଭାସିନୀ ସାହୁ,ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ,ବିରଞ୍ଚି ନାଏକ, ସଂସ୍କୃତି ବିଭାଗର ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ସଂସ୍କୃତ ଶିକ୍ଷକ ଦୀପ୍ତିଶ ପ୍ରସାଦ ଶତପଥୀ, କିଶୋର ଚନ୍ଦ୍ର ସାମଲ,ସୁନିତାବାଳା ଷଡ଼ଙ୍ଗୀ,ସୁଜାତା ପଣ୍ଡା, ସୁଚିତ୍ରା ସାହୁ,ସ୍ୱାଗତିକା ରଥ,ସୁନିତା ନାଥ,କିରଣ୍ମୟୀ ମହାଳିକ,କଲ୍ୟାଣୀ ବଡଜେନା,କ୍ଷୀରାବଧିତନୟା ମହାପାତ୍ର, କିରଣ କଣ୍ଟା,ଭୂପେନ୍ଦ୍ର ସିଂ ମାଝୀ,ସ୍ମିତା ପଟ୍ଟନାୟକ,ଅନିତା ସାହୁ,କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ,ବାସୁଦେବ ରଣା, ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଛାତ୍ରୀ,ଛାତ୍ର,ସେମାନଙ୍କର ମାତା, ପିତା,ଅଭିଭାବିକା,ଅଭିଭାବକ ବୃନ୍ଦଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତି,ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀଙ୍କ ମିଳିତ ପ୍ରେଚେଷ୍ଟା ତଥା ସହଯୋଗିତାରେ କାର୍ଯ୍ୟକ୍ରମର ସଫଳ ସଞ୍ଚାଳନ ସମ୍ଭବ ହୋଇପାରିଥିଲା।ପରିଶେଷରେ ଆବାହକ ତଥା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ -୨୦୨୫ ଉଦ୍ ଯାପିତ ହୋଇଥିଲା।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ବାଲ୍ୟ ବିବାହ ରୋକିବା ଲାଗି ସଚେତନ ରାଲି 

Sunil Chandra Nayak

ଧିରେ ଧିରେ ଲୋପ ପାଇବାକୁ ବସିଲାଣି କଂସା ବାସନ ଶିଳ୍ପ 

Sunil Chandra Nayak

ବଦଳିବ ସତିଘାଟ ପ୍ରକଳ୍ପର ଭାଗ୍ୟ ,ଉପକୃତ ହେବେ ଶହ ଶହ ଚାଷୀ

Sunil Chandra Nayak

Leave a Comment

error: Content is protected !!