ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଲଇତରା କୁ ହରାଇ ଡଙ୍ଗାପଟା ଚାମ୍ପିଅନ

ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ:

ଲଇତରା କୁ ହରାଇ ଡଙ୍ଗାପଟା ଚାମ୍ପିଅନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ଦୈତାରୀ ମେମୋରିଆଲ୍ ଗେମ୍ସ ଏଣ୍ଡ୍ ସ୍ପୋର୍ଟସ୍ ଏସୋସିଏସନ୍ ଆନୁକୁଲ୍ୟରେ ୨୩ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇ ଯାଇଛି l ଫାଇନାଲ ମ୍ୟାଚ୍ ଲଇତରା ବନାମ ଡଙ୍ଗାପଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ରେ ଉଭୟ ଦଳ ୧-୧ ଗୋଲ ସ୍କୋର କରିଥିବା ବେଳେ ଟାଇବ୍ରେକର ସହାୟତାରେ ଡଙ୍ଗାପଟା ଦଳ ଚାମ୍ପିଅନ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ତେରେସିଂହା ପିରବତୀ ମହିଳା କଲେଜର ପ୍ରତିଷ୍ଠାତା ତଥା ସମାଜସେବୀ ମୁରଲୀଧର ରଣା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ସାହୁ, ଡାହିମାଳ ସିଆରସିସି ପ୍ରହଲ୍ଲାଦ ଦଣ୍ଡସେନା, ରିଷିଡା ସରପଞ୍ଚ ସେବତୀ ରଣା, ପୌରକେଲା ସରପଞ୍ଚ ଯଶସ୍ଵିନୀ ଧରୁଆ, ଅବସରପ୍ରାପ୍ତ ଶିକ୍ଷକ ସୁବିନ୍ଦ୍ର ରଣା, ଶିକ୍ଷକ ନୀଳମଣି ଗହୀର, ସିଆରସିସି ମଧୁସୂଦନ ଧରୁଆ, ସମାଜସେବୀ ଲିପୁନ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଆୟୋଜକ କମିଟି ର ସଭାପତି କିଶୋର ଚନ୍ଦ୍ର ନାଏକ ଓ ସମ୍ପାଦକ ରଶ୍ମି ରଞ୍ଜନ ରଣାଙ୍କ ନେତୃତ୍ବରେ କମିଟି ସଦସ୍ୟ ତପନ ମାଝୀ, ବୁଲୁ ରଣା, ଅରୁଣ ରଣା, ସଞ୍ଜୟ ନାଏକ, ଛବିଳ ନାଏକ, ନିର୍ମଳ ରଣା, ଦେବାଶିଷ ନାଏକ, ମୁନା ବେବର୍ତ୍ତା, ତପନ ରଣା, ସୁଶାନ୍ତ ରଣା ପ୍ରମୁଖ ସହଯୋଗ କରିଥିଲେ l ମ୍ୟାଚକୁ ଚଞ୍ଚଳ ମାଝୀ ପରିଚାଳନା କରିଥିବା ବେଳେ ବିଶେଶ୍ୱର ପ୍ରଧାନ ଓ ବୁଲୁ ମାଝୀ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଉତ୍କେଲା ରେ ସଂକୁଳ ସ୍ତରୀୟ କ୍ରିଡା ସମାରୋହ

Sunil Chandra Nayak

ରାଇରଙ୍ଗପୁର ରେ ଵାମନଘାଟୀ ଫୁଟବଲ ଆସୋସିଏସନ୍ ପକ୍ଷରୁ ୧୨ ତମ ବାର୍ଷିକ ତ୍ରୀଦିଵସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ 

masiha

ଟାୱାର କ୍ଲବ ତରଫରୁ ରାଜ୍ୟ ସ୍ତରୀୟ ବ୍ୟାଟ ମିଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ       

Sunil Chandra Nayak

Leave a Comment

error: Content is protected !!