ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଢ଼ୀଦର ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ, କୁନିକଳାକାରଙ୍କ ଗହଣରେ ନାଚିଲେ ଜୁନାଗଡ଼ ବିଧାୟକ

 ବୁଢ଼ୀଦର ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ, କୁନିକଳାକାରଙ୍କ ଗହଣରେ ନାଚିଲେ ଜୁନାଗଡ଼ ବିଧାୟକ
ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଜୁନାଗଡ଼ ,୧୧/୨(ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଢ଼ୀଦର  ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଆମ ଓଡ଼ିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ କାର୍ଯ୍ୟକାରୀ କରି ତାହାର ସଫଳ ରୂପାୟନ ଲୋକଙ୍କ ପାଖକୁ ପହଞ୍ଚି ପାରିଛି ବିଶେଷ କରି ବୁଢ଼ୀଦର ପରି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଂଚଳ ଆଜି ବିକାଶ ଦିଗକୁ ଅଗ୍ରସର କରୁଛି ବୋଲି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଜନସାଧାରଣଙ୍କୁ ମାର୍ଗଦର୍ଶନ କରିଥିଲେ ।ଏଥିରେ ସ୍ଥାନୀୟ ସରପଞ୍ଚ ଯଜ୍ଞସେନି ପଣ୍ଡା ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବ୍ଲକ ଉପ।ଧକ୍ଷ ପ୍ରମୋଦ ବେହେରା ,   ,ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ  , ନାଏବ ସରପଞ୍ଚ ଜୟ ସିଂ ନାଏକ  ,ବି ସି ସି ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା ,ଏ ଇ କରୁଣା କର ମୁର୍ମୁ , କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମଳିକ ,ଜାରିଂ ସରପଞ୍ଚ ସୁନୀଲ ନାଇଡୁ, ବାଙ୍କ ପଲାସ ସରପଞ୍ଚ ସଂଯୁକ୍ତା ମାଝୀ ପିଇଓ ଆଦିତ୍ୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ।ଏହି କାର୍ଯ୍ୟକ୍ରମ ରେ  ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରଂବିକ ସଙ୍ଗୀତ ଗାନ କରାଯାଇଥିଲା ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମା ତାରା ତାରିଣୀ ନାଇଟ କୁଇନ ମେଲୋଡି ଏବଂ ପୁରସ୍କାର ବିତରଣ କରଯାଇଥିଲା ।ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କୁନି କୁନି କଳାକାରଙ୍କ ସହିତ ରସ ଜାମୁଡାଳି ଗୀତରେ  ଓ ନାଚରେ ଜୁନାଗଡ଼ ବିଧାୟକ ଠୁମକା ମାରି ନାଚି ସମସ୍ତଙ୍କ ମନକୁ ପ୍ରବଳ ଉତ୍ସାହ ଭରିଦେଇ ଥିଲେ। । ।ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ଶିକ୍ଷାବିତ ,ସମାଜସେବୀ , କୃଷକଙ୍କୁ ମାନ ପତ୍ର ଓ ଉପ ଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ବଣିଜରା ଜି ଆର ଏ ସ ଶଶାଙ୍କ ଶେଖର ପାଢ଼ୀ ମଞ୍ଚ ପରିଚାଳନା କରିଥିବାବେଳେ ମିଶନସକ୍ତିର ସୀତା ଶବର ,ଯଜ୍ଞସେନି ବାଗ ,ଏମ୍ବିକେ ସୁନିତା କୁମାର,ଗାଁ ସାଥି ମାଧବ ବାଗ ଓ ସମାଜସେବୀ ସଞ୍ଜୟ ପଣ୍ଡା , ଯୋଗାଣ ସହାୟକ ଅମିତ ପଣ୍ଡା , ପଞ୍ଚାୟତ କର୍ମଚାରୀ ବୃନ୍ଦ ଓ ଗ୍ରାମବାସୀମାନେ ଉପସ୍ଥିତ ରହିସକ୍ରିୟ ସହଯୋଗ କରିଥିଲେ ।, ସେହିପରି ପିଇଓ ଆଦିତ୍ୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

କୋକସରା ବ୍ଲକ ଆତ୍ମା ପକ୍ଷରୁ କୃଷକ ଗୋଷ୍ଠିଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଲକ୍ଷ୍ମୀପୁର ବ୍ଲକ ପଡ଼ିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଶୁଭାରମ୍ଭ 

masiha

ରାତିରେ ଲୁଚାଛପା ମେସିନରେ ହେଉଛି ମନେରଗା କାମ ପ୍ରଶାସନ ର ନଜର ପଡୁନି 

masiha

Leave a Comment

error: Content is protected !!