ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଉ ସାଧୁଛି ଅଦିନିଆ ବର୍ଷା: ରବି ଧାନ ଚାଷୀ ଚିନ୍ତିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି

ଦାଉ ସାଧୁଛି ଅଦିନିଆ ବର୍ଷା: ରବି ଧାନ ଚାଷୀ ଚିନ୍ତିତ

କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି

କର୍ଲାମୁଣ୍ଡା: ଅଦିନିଆ ବର୍ଷା ସାଙ୍ଗକୁ ଲଘୁଚାପ ଜନିତ ବର୍ଷା ରବି(ଡ଼ାଳୁଅ) ଧାନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି କହିଲେ ଭୁଲ ହେବନାହିଁ l ଡ଼ାଳୁଅ ଧାନ ଚାଷର ଠିକ ଅମଳ ହେବା ବେଳକୁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ଓ ପବନ ହେବା ଫଳରେ ବହୁ କ୍ଷୟକ୍ଷତି ହୋଇଯାଇଛି l ବର୍ଷା ଯୋଗୁଁ ଅମଳ ହେବାକୁ ଥିବା ଡାଲୁଅ ଧାନ କେଉଁଠି ବିଲରେ ପଡ଼ି ଧାନରୁ ଗଜା ବାହାରି ଗଛ ଉଠିଲାଣି ତ ଆଉ କେଉଁଠି ପାଣି ଜୁଡୁବୁଡୁ ହୋଇ ଧାନ ପଚି ଗଲାଣି l ଲଘୁଚାପ ପୂର୍ବ ରୁ ମଧ୍ୟ ଏ ଅଂଚଳରେ ବିଭିନ୍ନ ସମୟରେ ବର୍ଷା ହେଉ ଥିବାରୁ ଅମଳ ହୋଇଥିବା ଧାନ ଓଦା ଥିବାରୁ ଧାନ ବିକ୍ରି ଉପଯୋଗୀ ହୋଇ ପାରୁନାହିଁ l ଫଳରେ ଚାଷୀ ତାହାକୁ ଶୁଖାଇବାକୁ ଯାଇ ପୁଣି ବର୍ଷାରେ କ୍ଷତି ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳୁଛି l ଏପଟେ ଧାନ ମଣ୍ଡି ଖୋଲିଥିଲେ ହେଁ ଚାଷୀ ଧାନ ବିକ୍ରି କରିପାରୁ ନାହାନ୍ତି l ଫଳରେ କର୍ଲାମୁଣ୍ଡା ବ୍ଲକର ତେରେସିଂହା, ବିନ୍ଧାଣି, ସନ୍ଧିମୁଣ୍ଡା, ପୁଟିଗାଁ, ସରଗୁଲ-ମାଲପଡା ସମେତ ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଦାବି ହେଉଛି l ଏଣୁ ବିଭାଗୀୟ ଅଧିକାରୀ ଲଘୁଚାପ ଜନିତ କ୍ଷୟକ୍ଷତି ଆକଳନ କରି ଚାଷୀ ଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହେଉଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜୁନାଗଡ଼ରେ ଜେ.ଏମ୍.ଏଫ୍.ସି. କୋର୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଟାଉନ ହଲ ନିର୍ମାଣ ନେଇ ଭୂମିପୂଜନ ଉତ୍ସବ, ବିଧାୟକ ଏବଂ ନଗରପାଳ ଦ୍ଵାରା ପୂଜା ଅର୍ଚ୍ଚନା

Sunil Chandra Nayak

ସମୃଦ୍ଧ ସରକାର ଶାଶନରେ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୋଗତି

Sunil Chandra Nayak

Leave a Comment

error: Content is protected !!