ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଲେଖିକା ସଂଘ ର କାବ୍ୟୋତ୍ସବ “ସିନ୍ଦୂର ର ଜୟଯାତ୍ରା”

କଳାହାଣ୍ଡି ଲେଖିକା ସଂଘ ର କାବ୍ୟୋତ୍ସବ “ସିନ୍ଦୂର ର ଜୟଯାତ୍ରା”

ସିନ୍ଦୂର ଟୋପାଏ ନାରୀକୁ ଝିଅରୁ ବୋହୂ ରୂପେ ସଜାଇ ଥାଏ। ନାରୀ ସୀମନ୍ତ ରେ ଦପ୍ ଦପ୍ ଜଳୁଥିବା ସିନ୍ଦୂର ତା ପତି ର ସୁରକ୍ଷା କବଚ ଟିଏ ସାଜି ସ୍ବାମୀ ର ସୁସ୍ଥ ଏବଂ ଦୀର୍ଘ ଜିବୀ ରହିବାର ବାର୍ତ୍ତା ବହନ ପୂର୍ବକ କପାଳ ରେ ଶୋଭା ବର୍ଦ୍ଧନ କରିଥାଏ। ନାରୀର ସିନ୍ଦୂର ରେ ଯଦି କିଛି ଆଞ୍ଚ ଆସିଥାଏ ତା ହେଲେ ନାରୀ ନିଜର ସିନ୍ଦୂର ର ମର୍ଯ୍ୟାଦା ରକ୍ଷା କରିବା ପାଇଁ ପ୍ରାଣ ପଣେ ଉଦ୍ୟମ କରିଥାଏ। 

କିଛି ଏଭଳି ମତପ୍ରକାଶ କରିଥିଲେ ନିମନ୍ତ୍ରିତ ସମ୍ମାନିତ ଅତିଥି ସ୍ବର୍ଗତଃ କର୍ଣେଲ କୁଞ୍ଜ ବିହାରୀ ମୁଣ୍ଡ ଙ୍କ ଧର୍ମପତ୍ନୀ ସୁଷମା ମଞ୍ଜରୀ ମୁଣ୍ଡ। କିପରି ତାଙ୍କର ସ୍ବାମୀ କଳାହାଣ୍ଡି ରୁ ସେନାବାହିନୀ ରେ ଯୋଗଦେଇଥିବା ପ୍ରଥମ ବୀରପୁତ୍ର ଏବଂ ବିଗତ ବାଂଲାଦେଶ ଓ ପାକିସ୍ତାନ ର ଯୁଦ୍ଧକ୍ଷେତ୍ରରେ ସଂଘର୍ଷ କରି

ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ସିଏ କିପରିଭାବରେ ନିଜର ସିନ୍ଦୂର ର ରକ୍ଷା ପାଇଁ ଭଗବାନଙ୍କ ଶରଣାପନ୍ନ ହୋଇଥିଲେ। ତାଙ୍କ ସ୍ବାମୀ କୁ କିପରି ସରକାର ଙ୍କ ତରଫରୁ ସମ୍ମାନିତ କରାଯାଇଥିଲା ଏବଂ ସାରା ଓଡ଼ିଶା କୁ ତାଙ୍କ ସ୍ବାମୀ ବେତାର ଯୋଗେ ସେ ସମୟରେ ବାର୍ତ୍ତା ଦେଇଥିଲେ ମାର୍ମିକ ଉପସ୍ଥାପନା କରିଥିଲେ। 

ଅପରେସନ ସିନ୍ଦୂର ର ସଫଳତା କୁ ନେଇ ଏହି କାର୍ଯ୍ୟକ୍ରମ ଟି ଭବାନିପାଟଣା ସ୍ଥିତ ବ୍ରଜ ବିହାର ଶିଶୁ ମନ୍ଦିରରେ କଳାହାଣ୍ଡି ଲେଖିକା ସଂଘ ଦ୍ବାରା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ରହ୍ମ ନାଦ କରିଥିଲେ କବି ପଦ୍ମିନୀ ବେହେରା। ଅତିଥି ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ ସୌନ୍ଦର୍ଯ୍ୟ ବିଶେଷଜ୍ଞା ସୁଜାତା ଠାକୁର ଏବଂ 

ସରସ୍ୱତୀ ବନ୍ଦନା ଗାନ କରି ଥିଲେ କବି ସନ୍ଧ୍ଯା ରାଣୀ ବେହେରା ପ୍ରାରମ୍ଭିକ ସଂଗୀତ ଗାନ କରି ଥିଲେ କଣ୍ଠଶିଳ୍ପୀ ସସ୍ମିତା ରଥ । କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ସଭାପତି ସୁଦେଷ୍ଣା ପଣ୍ଡା ପ୍ରଥମେ ଯୁଦ୍ଧରେ ଶହୀଦ ହୋଇଥିବା ଅମର ଆତ୍ମା ଙ୍କ ଉଦ୍ଦେଶ୍ଯ ରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏବଂ ପରେପରେ ସିନ୍ଦୂର ର ଜୟଯାତ୍ରା ଯାତ୍ରା ଅଭିଯାନ ରେ ଅତିଥି ସହ ସଂଘର ସଭ୍ୟାମାନେ ସାମୂହିକ ବନ୍ଦେମାତରଂ ଧ୍ବନି ପୂର୍ବକ ତ୍ରିରଙ୍ଗା ଦେଖାଇ ବିଜୟ ପର୍ବପାଳନ କରିଥିଲେ। 

ସଂଘର ସମ୍ପାଦିକା କଳ୍ପନା ରଥ ଯୁଦ୍ଧ ଏବଂ ବିଜୟ ବାର୍ତ୍ତା ପ୍ରଦାନ କରିବା ସହସହ କବିଙ୍କ ଲେଖନୀ ଏହି ବାର୍ତ୍ତା ସହ ଜନସମାଜ ର ମଙ୍ଗଳ ବାର୍ତ୍ତା ବହନକରି ଚାଲୁଥାଉ ବୋଲି କହିଥିଲେ। କବି ସୁମତି ମୁଣ୍ଡ ଙ୍କ ସଂଯୋଜନା ରେ କବି ଆରହନ ମିଶ୍ର, ପ୍ରେମ ଶୀଳା ବେହେରା, ଆନନ୍ଦିନୀ ପାତ୍ର, ସୁମତି ମୁଣ୍ଡ, ସସ୍ମିତା ରଥ, ଐଶ୍ଚର୍ଯ୍ୟା ପ୍ରଧାନ, ରଶ୍ମି ରାଣୀ ରଥ,ବନଶ୍ରୀ ଦାସ, ମିନତି ପ୍ରଧାନ,ଦିପ୍ତୀ ମୁଣ୍ଡ,କବିତା ମୁଣ୍ଡ, ସୁଜାତା ଠାକୁର, ସୌଦାମିନୀ ପାଢ଼ୀ, ପଦ୍ମିନୀ ବେହେରା, ସନ୍ଧ୍ଯା ରାଣୀ ବେହେରା, କାଜଲ ମହାରଣା ପ୍ରମୂଖ ୨୫ରୁ ଉର୍ଦ୍ଧ୍ବ କବି ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ କକିଥିଲେ। 

ଧନ୍ଯବାଦ ଅର୍ପଣ କରିଥିଲେ ସଂଘ ର ସହ ସମ୍ପାଦିକା ଦୀପ୍ତି ମୁଣ୍ଡ ଶେଷରେ ବନ୍ଦେମାତରଂ କାଜଲ ମହାରଣା ଏବଂ ସମସ୍ତେ ସମ ସ୍ବରରେ ଗାନ କରି ଥିଲେ। ଶାନ୍ତି ମନ୍ତ୍ରପାଠ କରିଥିଲେ କବି ପଦ୍ମିନୀ ବେହେରା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Rayagada Division Observes Constitution Day at DRM Camp Office

Sunil Chandra Nayak

ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ନୂତନ ପେନସନ ସ୍କିମ ଶିକ୍ଷକମାନଙ୍କ ଦୁଇ ଦଫା ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!