ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତିଙ୍କ ଇନୋଭା ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ

ଭବାନୀପାଟଣା,୦୮/୦୬-ଅନୁଗୁଳଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗଣଧାରଣା ଓ ବିକ୍ଷୋଭ ସମାବେଶରେ ଯୋଗଦେଇ ଫେରୁଥିବାବେଳେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, କଳାହାଣ୍ଡିର ସଭାପତି ଶ୍ରୀବତ୍ସ ତାଣ୍ଡିଙ୍କ ଇନୋଭା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ! ଏଥିରେ ଇନୋଭା ଗାଡ଼ିଟି ଚୂରମାର ହୋଇଯାଇଥିଲାବେଳେ ଶ୍ରୀ ତାଣ୍ଡି ଓ ତାଙ୍କ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି ! ଗତକାଲି ଅନୁଗୁଳସ୍ଥିତ ଡ. ବି. ଆର୍ ଆମ୍ବେଦକର ଫାଉଣ୍ଡେସନର ଡାକରାରେ ରାଜ୍ୟ ବ୍ୟାପି ବହୁଜନ ସଂଗଠନ ଗୁଡ଼ିକ ଅନୁଗୁଳଠାରେ ସମ୍ମିଳିତ ହୋଇଥିବାବେଳେ ଏହାକୁ ସମର୍ଥନ କରି ଶ୍ରୀ ତାଣ୍ଡିଙ୍କ ନେତ୍ରୁତ୍ବରେ କଳାହାଣ୍ଡି ଜିଲ୍ଲାରୁ ଏକ ପ୍ରତିନିଧି ଦଳ ଅନୁଗୁଳ ଆନ୍ଦୋଳନରେ ସାମିଲ ହୋଇଥିଲେ ! ସେଠାରୁ ଶ୍ରୀ ତାଣ୍ଡି ନିଜ ଇନୋଭା ଗାଡ଼ି ( ଓଡି ୦୨ ସିବି ୨୩୦୪)ରେ ନିଜ ଘର ଲାଞ୍ଜିଗଡ଼କୁ ଫେରୁଥିବାବେଳେ ଆଜି ସକାଳୁ ୬ ନମ୍ବର ରାଜ୍ୟ ରାଜପଥ ଭବାନୀପାଟଣା-ଛତିକୁଡ଼଼ା ରାସ୍ତାର ଉଦେପୁର ନିକଟରେ ରାସ୍ତା ମଝିରେ ଗାଡ଼ି ସାମ୍ନାକୁ ଏକ ବୁଲା କୁକୁର ହଠାତ୍ ଚାଲି ଆସିବାରୁ କୁକୁରଟିକୁ ବଞ୍ଚାଇବାକୁ ଯାଇ ଗାଡ଼ିଟି ରାସ୍ତା କଡ଼ରେ ଥିବା ଗାଡ଼ୱାଲ୍ ତଳକୁ ଖସି ପଡ଼ିଥିଲା ! ଏଥିରେ ଗାଡ଼ିଟି ସଂପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିବାବେଳେ ଫେଡେରେସନର ସଭାପତି ଶ୍ରୀ ତାଣ୍ଡି ଓ ତାଙ୍କ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି !

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ନିୟନ୍ତ୍ରଣ ହରାଇ ଖଡଖାଇ ନଦୀ ପୋଲ ତଳକୁ ଖସିଲା ଅଟୋ ; ୪ ଜଣ ମହିଳା ସମେତ ଜଣେ ପୁରୁଷ ଗୁରୁତର

Sunil Chandra Nayak

ଖଇରା ସାହିତ୍ୟ ସଂସଦର ଶରତ ଆସର

masiha

ଢେ଼ଙ୍କାନାଳ ଜିଲ୍ଲା କମଳାଙ୍ଗ ଠାରେ ମାଲ୍ ବୋଝେଇ ଟ୍ରେନ ଲାଇନଚ୍ୟୁତ

masiha

Leave a Comment

error: Content is protected !!