ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋରାପୁଟ ସମବାୟ ବ୍ୟାଙ୍କ ନାରାୟଣପାଟଣା ର ବନ୍ଧୁଗାଁ ଶାଖାରେ ଭ୍ରାମ୍ୟମାଣ ଗାଡ଼ି ଖତ ଖାଇ ନଷ୍ଟ

ବନ୍ଧୁଗାଁ ତା ୨୮/୪/୨୩ //  କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସାନସରପଲ୍ଲୀ ରେ ନାରାୟଣପାଟଣା ଶାଖା ବନ୍ଧୁଗାଁ ସମବାୟ ବ୍ୟାଙ୍କରେ ଦୀର୍ଘ ୪ ବର୍ଷ ଭ୍ରାମ୍ୟମାଣ ଗାଡ଼ି ନଷ୍ଟ ହୋଇ ଖତ ଖାଉଛି।ବନ୍ଧୁଗାଁ ବ୍ଲକ କୋରାପୁଟ ଜିଲ୍ଲା ରୁ ୧୦୦ କିମି ଦୂରରେ ଅବସ୍ଥିତ ଥିବା ବେଳେ ଆନ୍ଧ୍ରପ୍ରଦେଶର ସୀମାନ୍ତକୁ ଲାଗି ୫ ଟି ପଞ୍ଚାୟତର ସମସ୍ତ ଗାଁ ରହିଛି। ବନ୍ଧୁଗାଁ ବ୍ଲକ ର ୧୩ ଟି ପଞ୍ଚାୟତ ମଧ୍ୟରୁ ୧୦ ଟି ପଞ୍ଚାୟତରେ ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରାୟ ୧୧୭ ଟି ଗାଁ ର ଗ୍ରାମବାସୀ ନିଜ ସଞ୍ଚୟ ଟଙ୍କା କିମ୍ବା ଭତ୍ତା ଟଙ୍କା ଉଠାଇବା ପାଇଁ ବନ୍ଧୁଗାଁ , ଆଲମଣ୍ଡା କିମ୍ବା କୁମ୍ଭରିପୁଟ ବ୍ୟାଙ୍କ କୁ ଆସିଲେ ଅଟୋ ଭଡ଼ା ଓ ଅନ୍ୟାନ୍ୟ ବାବଦକୁ ଜଣ ପିଛା ପ୍ରାୟ ଟଙ୍କା ୨୦୦ ରୁ ୩୦୦ ଖର୍ଚ୍ଚ ହେଉଛି । ଭ୍ରାମ୍ୟମାଣ ଗାଡ଼ି ଆମ ବନ୍ଧୁଗାଁ ବ୍ଲକ କୁ ରାଜ୍ୟ ସରକାର ଯେଉଁ ଉଦ୍ଦେଶ୍ୟ ନେଇ ଦେଲେ ଆଜି ଉକ୍ତ ଭ୍ରାମ୍ୟମାଣ ଗାଡ଼ି ରୁ ବର୍ତ୍ତମାନ ସୁଦ୍ଧା ଉକ୍ତ ଗାଁ ଗୁଡିକର ନିରୀହ ଆଦିବାସୀ ପରିବାର ବିଶେଷ ଉପକୃତ ହୋଇ ପାରିଥାନ୍ତେ। ଆମ ବନ୍ଧୁଗାଁ ବ୍ଲକକୁ ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ତରଫରୁ ଭ୍ରାମ୍ୟମାଣ ଗାଡ଼ି ପଠାଇ ଥିଲେ । ଏହି ଗାଡ଼ିଟିରେ ଏ ଟିଏମ୍ ସୁବିଧା ସୁଯୋଗ ଥିବାରୁ ଅଳ୍ପ କିଛି ଦିନ ସମବାୟ ବ୍ୟାଙ୍କ ତରଫରୁ ଲୋକଙ୍କୁ ସେବା ପ୍ରଦାନ କରିଥିଲା । ଚଳିତ ମାସରେ କୋରାପୁଟ ଜିଲ୍ଲା ସମବାୟ ବ୍ୟାଙ୍କ ସଭାପତି ଅଚାନକ ବନ୍ଧୁଗାଁ ବ୍ଲକ ର ସମବାୟ ବ୍ୟାଙ୍କ କୁ ପରିଦର୍ଶନ କରି ଉକ୍ତ ଖତ ଖାଉଥିବା ଗାଡ଼ିକୁ ଦେଖି ଥିବା ବିଷୟ ବ୍ୟାଙ୍କ ମେନେଜର କେ ମୁରଲି କ୍ରିଷ୍ଣା ଙ୍କ ଠାରୁ ଜାଣିବାକୁ ମିଳିଛି। ଉକ୍ତ ଗାଡ଼ି ପାଇଁ ଜଣେ ଡ଼୍ରାଇଭର ରାମ ଚନ୍ଦ୍ର ଜାନି ଆଜି ମଧ୍ୟ ରହି ବର୍ତ୍ତମାନ ଅଫିସ ରେ ଝାଡୁ ମାରି ପିଅନ କାମ କରି ଦରମା ପାଉଛନ୍ତି। ଭ୍ରାମ୍ୟମାଣ ଗାଡ଼ି କେବେ ତିଆରି ହେବ ଓ କେବେ ଆମ ବନ୍ଧୁଗାଁ ବ୍ଲକ କୁ ସେବା ସମବାୟ ବ୍ୟାଙ୍କ ତରଫରୁ ମିଳିବ ଅପେକ୍ଷାରେ ବ୍ଲକର ଜନସାଧାରଣ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଲୋକଙ୍କ ନିକଟରେ ଯୋଜନା ସହ ବିକାଶ

masiha

କିଟ୍,କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିନିମାରାଥନ୍ ଓ ସମସ୍ତଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ -୨୦୨୬ ଅନୁଷ୍ଠିତ

Sunil Chandra Nayak

କଳପଡାରେ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!