ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେକ୍ସାସ କମ୍ପାନୀ ର କୃଷି ଉପକରଣ ସୋରୁମ୍ ଉଦଘାଟିତ

ଟେକ୍ସାସ କମ୍ପାନୀ ର କୃଷି ଉପକରଣ ସୋରୁମ୍ ଉଦଘାଟିତ

ରାୟଗଡ଼ା: ଆଜି ରାୟଗଡ଼ା ସହର ସ୍ଥିତ ସାଇପ୍ରିୟା ନଗର ରିଲିଏନ୍ସ ମାର୍ଟ ନିକଟରେ ଅମ୍ରିତା ଅଗ୍ରୋ ଏଣ୍ଟରପ୍ରାଇସ ଦ୍ଵାରା ଟେକ୍ସାସ କମ୍ପାନୀ ର କୃଷି ଉପକରଣ ସୋରୁମ୍ ଉଦଘାଟିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବରେ ରାୟଗଡ଼ା ଗୋଷ୍ଠି କୃଷି ଅଧିକାରୀ ଶ୍ରୀ ଶ୍ୟାମ ମୂର୍ମୁ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହି ଶୁଭ ଉଦଘାଟନ ରେ ଟେକ୍ସାସ କମ୍ପାନୀ ର ଓଡ଼ିଶା କ୍ଷେତ୍ର ପ୍ରବନ୍ଧକ ଶ୍ରୀ ମନୋରଞ୍ଜନ ପୃଷ୍ଟି ଯୋଗ ଦେଇ ଟେକ୍ସାସ କମ୍ପାନୀ ଡେନମାର୍କ ର ଏକ ସୁନାମଧନ୍ୟ କୃଷି ଉପକରଣ କମ୍ପାନୀ ଅଟେ ବୋଲି କହିଥିଲେ। ଏହା ତାହାର ସେବା ୩୨ ଟି ଦେଶରେ ଚାଷୀମାନଙ୍କୁ ସୁଚାରୁ ରୂପରେ ସେବା ଉପଲବ୍ଧ କରି ଆସୁଅଛି, ଏବଂ କମ୍ପାନୀ ତାହାର ପ୍ରତିଟି ଯନ୍ତ୍ରାଂଶରେ ଗୁଣମାନ୍ୟତା ବଜାୟ ରଖି ଆସିଅଛି ଯାହା ଦ୍ୱାରା ଚାଷୀ ୬୨ ବର୍ଷ ହେଲା କମ୍ପାନୀ ଉପରେ ଭରଷା ରଖି ଆସି ଅଛନ୍ତି । ଶ୍ରୀ ପୃଷ୍ଟି ଆହୁରି ମଧ୍ଯ କହିଲେ ଭାରତରେ ୧୧ ବର୍ଷ ଏବଂ ଓଡ଼ିଶା ପ୍ରଦେଶ ରେ ୪ ବର୍ଷ ହେଲା ସରକାରୀ ରିହାତି ମାଧ୍ୟମରେ ଚାଷୀ ମାନଙ୍କୁ ତାହାର ସେବା ଯୋଗାଇ ଆସୁଅଛି । ଏହାର ପ୍ରତିଟି ଯନ୍ତ୍ରାଂଶ ସ୍ଥାନୀୟ ଅମ୍ରିତା ଅଗ୍ରୋ ଏଣ୍ଟରପ୍ରାଇସ ଠାରେ ଚାଷୀ ମାନଙ୍କ ପାଇଁ ସୁଲଭ ଦରରେ ଉପଲବ୍ଧ ହୋଇ ପାରିବ ବୋଲି ଶ୍ରୀ ପୃଷ୍ଟି କହିଥିଲେ । ଏହି ଅବସରରେ ଅମ୍ରିତା ଅଗ୍ରୋ ଏଣ୍ଟରପ୍ରାଇସ ର ମୁଖ୍ୟ ତାପସ କୁମାର ଶ୍ରୀଚନ୍ଦନ,ରାଜ୍ୟର ଯାନ୍ତ୍ରିକ କାରିଗର କୈଳାସ ଚନ୍ଦ୍ର ସାମଲ ଏବଂ କୋଲନରା ବ୍ଲକ କୃଷି ବିଭାଗର ଏଟିମ୍ ଶ୍ରୀ ସରୋଜ କୁମାର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶେରଗଡ଼ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ପାଳନ 

Sunil Chandra Nayak

ରାଜ୍ୟ ଲିଫ୍ଟିଂ ଚମ୍ପିୟାନସିପ ଆସନ୍ତା ୭ ରେ….

masiha

ତାଲିମପ୍ରାପ୍ତ କଳା କ୍ରୀଡା ଶିକ୍ଷକ ମହାସଂଘର ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!