ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବିଭିର୍ନ୍ନ ସମସ୍ୟା ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସହିତ ଆଲୋଚନା 

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବିଭିର୍ନ୍ନ ସମସ୍ୟା ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସହିତ ଆଲୋଚନା 

କାମାକ୍ଷାନଗର (ମନିସ )13/8/24 // କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବିଭିର୍ନ୍ନ ସମସ୍ୟା ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇ ତାହାର ସମାଧାନ ପାଇଁ ଅନୁରୋଧ କରାଯାଇଛି l ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ଶୁଭମୟ ନନ୍ଦଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଆରକ୍ଷୀ ଅଧିକାରୀ ସ୍ନେହାଶିଷ ସାହୁଙ୍କ ସହିତ ଉପଖଣ୍ଡର ବିଭିର୍ନ୍ନ ଥାନା ଅଂଚଳରେ ରହିଥିବା ସମସ୍ୟା ଉପରେ ଆଲୋଚନା କରାଯାଇଥିଲା l ଏଥିରେ ମୁଖ୍ୟତଃ କାମାକ୍ଷାନଗର ସହର ମଧ୍ୟରେ ଭାରୀଯାନ ଚଳାଚଳ ନେଇ ଅଭିଭାବକ, ଛାତ୍ରଛାତ୍ରୀ ଙ୍କ ଅସନ୍ତୋଷ,କବାଡିଆ ଦୋକାନ ଯୋଗୁଁ କୃଷି ପ୍ରଧାନ ଅଂଚଳରେ ରହିଥିବା କେନାଲ ର ଲୁହା ଗେଟ, ଜାତୀୟ ରାଜପଥର ସୁରକ୍ଷା ବାଡ଼ ର ଚୋରି ବୃଦ୍ଧି, ବ୍ରାଉଣସୁଗାର କାରବାର, କାରବାର, ଜୁଆ ଖେଳ, ମହାବୀରରୋଦ ଥାନା ଅଧିକାରୀ ଓ କର୍ମଚାରୀ ଙ୍କ କାର୍ଯ୍ୟାଧାରା ନେଇ ଜନ ଅସନ୍ତୋଷ ନେଇ ଆଲୋଚନା କରାଯାଇଥିଲା l ଏହି ଆଲୋଚନା କାଳରେ ଶତପ୍ରତିଶତ ପଦକ୍ଷେପ ନେବାକୁ ଆରକ୍ଷୀ ଅଧିକାରୀ ଶ୍ରୀ ସାହୁ ସାମ୍ବାଦିକ ସଂଘର ସଦସ୍ୟ ମାନଙ୍କୁ ପ୍ରତିଶୃତି ଦେଇଥିବା ବେଳେ ପ୍ରତ୍ୟେକ ସମୟରେ ଘଟୁଥିବା ସମସ୍ୟା ନେଇ ସଦସ୍ୟମାନେ ଜଣାଇବାକୁ ମଧ୍ୟ ଅନୁରୋଧ କରିଥିଲେ l ଏଥିରେ ଉପସଭାପତି ଚିତ୍ତ ରଞ୍ଜନ ଦିବେଦି, ସାଧାରଣ ସଂପଦକ ପ୍ରକାଶ କୁମାର ପାତ୍ର, କୃଷ୍ଣ ଚନ୍ଦ୍ର ସାହୁ, ପ୍ରହ୍ଲାଦ ମୁଦୁଲି, ଦୟାନିଧି ସାହୁ, ପଦ୍ମନାଭ ଦଶ, ସୋମ୍ୟରଞ୍ଜନ ନାୟକ, ତରଣୀସେନ ବାରିକ, ଦୈତାରୀ ବେହେରା, ସୁମନ୍ତ ଜେନା,ସୁମିତ୍ରା ମିଶ୍ର,ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରତିଶ୍ରୁତି ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ରାଜ୍ୟସ୍ତରୀୟ କବି ଓ କଳାକାର ସମ୍ମିଳନୀ 

masiha

ସୂଚନା ପ୍ରଦାନକାରୀଙ୍କ ପାଇଁ ରହିଛି ୨୫ ହଜାର ପୁରସ୍କାର ଲିଙ୍ଗ ନିରୂପଣ କରୁଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

Sunil Chandra Nayak

ବିଦ୍ୟୁତ ଖୁଣ୍ଟ କୁ ଧକ୍କା ଦେଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଚାଳକ,ଗୋରୁ ମୃତ

masiha

Leave a Comment

error: Content is protected !!